ଝାରସୁୁଗୁଡା: ହରି ଓମ୍ ରୁରାଲ ପାର୍କ ଉଦ୍‌ଘାଟିତ

Published By : Prameya-News7 Bureau | January 28, 2021 IST

ଝାରସୁଗୁଡ଼ା୨୮/୧: ହରି ଓମ୍‌ ରୁରାଲ ପାର୍କ ଉଦ୍‌ଘାଟିତ। ହଂସମୁରା ଝାରସୁଗୁଡା ଜିଲ୍ଲାର କଟାପାଲିଠାରେ ଏହି ପାର୍କ ନିର୍ମାଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ୍ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରିଶ ରଥ , ଏଚ . କଟାପାଲି ସରପଞ୍ଚ କାଞ୍ଚନ ଖଡ଼ିଆ , ପଞ୍ଚାୟତ ସମିତି ସଭ୍ୟା ଯାଜ୍ଞସେନୀ ଅଡ଼ି, ପୂର୍ବତନ ସରପଞ୍ଚ ଧନୁର୍ଜୟ ସେଠ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ପଞ୍ଚାୟତ ସ୍ତରରେ ଏଭଳି ପାର୍କ ନିର୍ମାଣ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.