ବାଃ ବାଃ ରେ ବିହାର : ମନ୍ତ୍ରୀଙ୍କ ବଦଳରେ ତାଙ୍କ ଭାଇ କଲେ ସରକାରୀ କାର୍ଯ୍ୟକ୍ରମ, ଖୋଦ୍‌ ମୁଖ୍ୟମନ୍ତ୍ରୀ ବି ଖାଇଲେ ଚକ୍‌ମା

Published By : Prameya-News7 Bureau | March 05, 2021 IST

ପାଟନା ୦୫/୦୩ : ବିହାରର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ମୁକେଶ ସାହନିଙ୍କ ଭାଇଙ୍କୁ ଏକ ସରକାରୀ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଜଣେ ମନ୍ତ୍ରୀଙ୍କ ସ୍ଥାନରେ ତାଙ୍କ ଭାଇ କିଭଳି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ଏ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ‘ଘଟଣା ବାବଦରେ ଖବରକାଗଜ ମାଧ୍ୟମରେ ଜାଣିବାକୁ ପାଇଛି । ଏହା ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଜଣେ ମନ୍ତ୍ରୀଙ୍କ ସ୍ଥାନରେ ତାଙ୍କ ଭାଇ କିପରି ସରକାରୀ କାର୍ଯ୍ୟର ଉଦଘାଟନ କରୁଛନ୍ତି ?’

wp:embed {"url":"https://twitter.com/ANI/status/1367790229508288513?utm_campaign=fullarticle\u0026utm_medium=referral\u0026utm_source=inshorts","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1367790229508288513?utm_campaign=fullarticle&utm_medium=referral&utm_source=inshorts
/wp:embed

ସୂଚନା ଅନୁସାରେ, ହାଜିପୁରର ଅକ୍ଷୟଭଟ୍ଟ ରାୟ ଷ୍ଟାଡିୟମରେ ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ଦ୍ୱାରା ଏକ ମତ୍ସ୍ୟ ବଜାରିକରଣ ଯୋଜନା ଅଧୀନରେ ନିର୍ଦ୍ଧାରିତ ଜାତି ଏବଂ ଅତ୍ୟଧିକ ପଛୁଆ ଜାତିର ମତ୍ସ୍ୟଜୀବୀଙ୍କ ପାଇଁ ଯାନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ବଦଳରେ ତାଙ୍କ ଭାଇ ଯୋଗ ଦେଇଥିଲେ । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବ୍ୟାନରେ ମନ୍ତ୍ରୀଙ୍କ ଫଟୋ ଥିଲେ ସୁଦ୍ଧା​‌ ମନ୍ତ୍ରୀ କିନ୍ତୁ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ।

ମନ୍ତ୍ରୀ ମୁକେଶ ସାହନୀଙ୍କ ଭାଇଙ୍କୁ ଉପସ୍ଥିତ ସାମ୍ବାଦିକଭାବେ ମନ୍ତ୍ରୀ କୁଆଡେ ଗଲେ ବୋଲି ପ୍ରଶ୍ନ କରିବାରୁ ତାଙ୍କ କାର୍ଯ୍ୟକ୍ରମକୁ ଆସିଥିବା ମନ୍ତ୍ରୀଙ୍କ ଭାଇ ଉତ୍ତର ଦେଇଥିଲେ ଯେ, ‘ବ୍ୟସ୍ତତା ଯୋଗୁଁ ମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନାହାନ୍ତି । ତାଙ୍କ ସ୍ଥାନରେ ମୁଁ କାର୍ଯ୍ୟକ୍ରମରେ ଯୋଗଦେଇଛି’ ।

ଏହାକୁ ନେଇ ରାଜନୀତି ସରଗରମ ହେବାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘଟଣାର ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.