Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଗୋଟିଏ ମଞ୍ଚରେ ଦାମ, କୁଳମଣି, ପ୍ରତାପ, ପ୍ରଶାନ୍ତ: ଚାଲିଲା ବାଦିପାଲା, ସାଂସ୍କୃତିକ ମଂଚ ପାଲଟିଲା ରାଜନୈତିକ ରଣକ୍ଷେତ୍ର, ଶୁଣନ୍ତୁ କଣ କହିଲେ ଦାମ

23/11/2018 at 3:09 PM

ପାରାଦୀପ ୨୩|୧୧: ପାରାଦୀପ କଳିଙ୍ଗ ବାଲିଯାତ୍ରା ୨୦୧୮ଉଦଘାଟିତ ହୋଇଯାଇଛି । ପାରାଦୀପ ସମୁଦ୍ର ବେଳାଭୁମି ତଥା ବିଜୁ ମଇଦାନରେ ୭ ଦିନଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବାଲିଯାତ୍ରାକୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ବସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିବାଳେ ସାଂସଦ କୂଲମଣୀ ସାମଲ , ଏରସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି , ମହାକାଳପଡା ବିଧାୟକ ଅତନୁ ସବ୍ୟାସାଚୀ , ପାରାଦୀପ ବିଧାୟକ ଦାମୋଦର ରାଉତ , ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆର.ପ୍ରକାଶ ଯୋଗଦେଇଥିଲେ ।

ହେଲେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଂଚ ହଠାତ ରାଜନୈତିକ ରଣଭୂମିରେ ରୂପାନ୍ତରିତ ହୋଇଯାଇଥିଲା ।  ସାଂସଦ କୁଳମଣି ସାମଲ, ବିଜେଡିରୁ ବହୁଷ୍କୃତ ପାରାଦୀପ ବିଧାୟକ ଡାକ୍ତର ଦମୋଦର ରାଉତ, ମନ୍ତ୍ରୀ ପ୍ରତାପ ଜେନାଙ୍କ ମଧ୍ୟରେ ଯେଉଁ ଆକ୍ଷେପ ପ୍ରତିଆକ୍ଷେପ ଚାଲିଥିଲା । ତାକୁ ଦର୍ଶକ ଗୋଟିଏ ପଟେ ଉପଭୋଗ କରିଥିଲେ ମଧ୍ୟ ନାପସନ୍ଦ କରିଥିଲେ ।

ସ୍ଥାନୀୟ ବିଧାୟକ ଦାମୋଦର ରାଉତ ମଚଂରେ ଉପସ୍ଥିତ ଥିବା ଦୁଇ ମନ୍ତ୍ରୀ ଙ୍କୁ ବ୍ୟକ୍ତିଗତଭାବେ କଟୁ ସମାଲୋଚନା କରିଥିବାବଳେ ସ୍ଥାନୀୟ ସାଂସଦ କୂଲମଣୀ ସାମଲଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଇଥିଲେ । ତା ସହିତ ମଚଂରେ ଉପସ୍ଥିତ ଥିବା ବାଲିଯାତ୍ରା କମିଟିର ଅଧକ୍ଷ ତଥା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ରାଜନୀତିରୁ  ଉର୍ଦ୍ଧରେ ରହି କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ । ଏପରିକି ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କୁ ବ୍ୟାପକ ବଦଳି କରାଯାଉଥିବା ନେଇ ଏସ ପିଙ୍କ ଉପରେ ବର୍ଷିଥିଲେ ଡାକ୍ତର ରାଉତ ।

ତବେ ପରବର୍ତି ଭାଷଣରେ ଦାମୋଦର ରାଉତଙ୍କ ସମାଲୋଚନାର ଜବାବ ରଖିଥିଲେ ଉଦଘାଟକ ଓ ମନ୍ତ୍ରୀ  ।  ପାରାଦୀପ କାହାର ବ୍ୟକ୍ତିଗତ ସମ୍ପତି ନୁହେଁ,  ଏହା ବିଜୁ ପଟ୍ଟନାୟକଙ୍କ ଅବଦାନ ବୋଲି ମତ ରଖିଥିଲେ । ଅହଙ୍କାର ମନଭାବ ନେଇ ବରିଷ୍ଟ ନେତା ଦାମୋଦାର ରାଉତ ଯାହା କହୁଛନ୍ତି  ତାହା କେବଳ ତାଙ୍କର ହୀନମନ୍ୟତାର ପରିଚୟ ବୋଲି ପ୍ରକାଶ କରିଥିଲେ ।

କଳିଙ୍ଗ ବାଲିଯାତ୍ରାକୁ ଦାମଙ୍କୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ତାଙ୍କୁ ଉଚିତ ଢଂଗରେ ସ୍ବାଗତ କରାନଯିବା ନେଇ ଦାମ କ୍ଷୋଭ ପ୍ରକାଶ କରିଥିଲେ । ଦାମ ରାଉତଙ୍କୁ ମଂଚକୁ ଚଢାଇଦିଆଯିବ ନାହିଁ ବୋଲି ଚକ୍ରାନ୍ତ ହୋଇଥିଲା  ବୋଲି କହିବା ସହ ଯୁଦ୍ଧଂଦେହୀ ଡାକରା ଦେଇଥିଲେ । କହିଥିଲେ କିଏ ଚଢାଇଦେବନି ମୁଁ ଦେଖିବି । ସେହିଭଳି ସାଂସଦ କୁଳମଣୀ କହିଥିଲେ ସେ ଦାମ ରାଉତଙ୍କ ଧମକକୁ ଖାତିର କରନ୍ତି ନାହିଁ । ସେହିଭଳି ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଦାମ ରାଉତଙ୍କୁ ଇଂଗୀତ କରି ରଖିଥିଲେ ଟିପ୍ପଣୀ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ପାରାଦୀପ ଆଣି ରଖାଯିବା ଘଟଣାକୁ ଦାମ ସମାଲୋଚନା କରିବା ସହ ପାରାଦୀପର ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀଙ୍କ ଆନ୍ତରିକତା ନଥିବା କହିଥିଲେ । ଆଇଓସିଏଲରେ ସରକାର ଅରାଜକତା ଚଳାଇଥିବା ଡାକ୍ତର ରାଉତ ଅଭିଯୋଗ କରିଥିଲେ ।

   Related Posts