ଶୀତରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଦାଉସାଧିଛି ବର୍ଷା, ୱାଟରପ୍ରୁଫ ଟେଣ୍ଟ ଓ ଗରମ ପାଣିର କରୁଛନ୍ତି ବ୍ୟବସ୍ଥା

Published By : Prameya-News7 Bureau | January 03, 2021 IST

ନୂଆଦିଲ୍ଲୀ ୩।୧: ସଂଶୋଧିତ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ମାସାଧିକ କାଳ ହେଲା ବିକ୍ଷୋଭ କରୁଥିବା ଚାଷୀଙ୍କ ଉପରେ ଏବେ ପାଗ ଦୋହରା ଦାଉସାଧିଛି। ଜାତୀୟ ରାଜଧାନୀରେ ପାରଦ ଖସିଚାଲିଥିବା ବେଳେ ଶନିବାରଠାରୁ ବର୍ଷା ବିକ୍ଷୋଭକାରୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଆନ୍ଦୋଳନକାରୀ ପରବର୍ତ୍ତି ଆନ୍ଦୋଳନ ଲାଗି ଏବେ ପ୍ରସ୍ତୁତିରେ ଲାଗି ପଡିଛନ୍ତି।

{"id":386449,"sizeSlug":"large","linkDestination":"none"}

ରାତି ତମାମ ବର୍ଷାରେ ଆନ୍ଦୋଳନ ସ୍ଥଳରେ ଚାଷୀ ଟାଣିଥିବା ତମ୍ବୁ ରବିବାର ସକାଳ ବେଳକୁ ପାଣି ପଶି ଯାଇଥିଲା।  ଏଥିରେ ଚାଷୀଙ୍କ ରୋଷେଇ ଲାଗି ଜାଳ, ରୋଷେଇ ସାମଗ୍ରୀ ସାଙ୍ଗକ ସେମାନଙ୍କ ଗଦି, କମ୍ବଳ ଆଦି ମଧ୍ୟ ଭିଜି ଯାଇଛି। ଗୋଟିଏ ପଟେ ହାଡ ଥରା ଥଣ୍ଡା ସେପଟେ ବର୍ଷା ଚାଷୀଙ୍କ ପରିସ୍ଥିତିକୁ ଜଟିଳ କରିପକାଇଛି।

{"id":386450,"sizeSlug":"large","linkDestination":"none"}

ବର୍ଷାରେ ଆନ୍ଦୋଳନ ସ୍ଥଳରେ ପାଣି ଜମି ଯାଇଥିବା ବେଳେ ବର୍ଷା ପରେ ଥଣ୍ଡା ଅଧିକ ବଢିଛି। ଏଥିରେ ବିକ୍ଷୋଭ ସ୍ଥଳର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଏପର୍ଯ୍ୟନ୍ତ ସୁରୁଖୁରୁରେ ଆନ୍ଦୋଳନ ଜାରି ରଖିଥିବା ଚାଷୀ ୪ ଜାନୁୟାରୀ ଆଲୋଚନାରେ ଆଗକୁ ବୈଠକ ଜାରି ରଖିବେ କି ନା ସେ ନେଇ ନିଷ୍ପତ୍ତି ନେବେ। ତେବେ ଚାଷୀ ଏବେ ଆଇନ ପ୍ରତ୍ୟାହାର ଦାବିରୁ କିନ୍ତୁ ଓହରିବେନି ବୋଲି ଜନୈକ ଆନ୍ଦୋଳନରତ ଚାଷୀ ହରମିତ ସିଂହ କାଦିୟାନ ଘୋଷଣା କରିଛନ୍ତି।

{"id":386452,"sizeSlug":"large","linkDestination":"none"}

ତେବେ ଉପୁଜିଥିବା ପରିସ୍ଥିତିର ମୁକାବିଲା ଚାଷୀଙ୍କ ଲାଗି ବର୍ତ୍ତମାନ ସମୟର ସବୁଠୁ ବଡ ଆହ୍ୱାନ ପାଲଟିଛି। ବର୍ଷାରେ ବିକ୍ଷୋଭକାରୀଙ୍କୁ ସୁଖିଲାରେ ରଖିବା ଲାଗି ଚାଷୀନେତାମାନେ ୱାଟରପ୍ରୁଫ ଟେଣ୍ଟ ବ୍ୟବସ୍ଥାରେ ଲାଗିଛନ୍ତି। ଏହ ଛଡା ଆନ୍ଦୋଳନ ସ୍ଥଳରେ ଥିବା ମହିଳା ଓ ବୟସ୍କ ଲୋକଙ୍କ ଲାଗି କମ୍ବଳ ଓ ଗରମ ପାଣିର ବ୍ୟବସ୍ଥା ମଧ୍ୟ କରୁଛନ୍ତି।

{"id":386453,"width":580,"height":464,"sizeSlug":"large","linkDestination":"none"}

ଜାନୁୟାରୀ ୧୩ ତାରିଖରେ ପଞ୍ଜାବର ବଡ ପର୍ବ ଲୋହରି ପାଳିତ ହେବ। ଯଦି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ଥାଏ ତେବେ ଏଥର ଲୋହରିରେ ସଂଶୋଧିତ କୃଷି ଆଇନ ପୋଡିବେ ବୋଲି କୃଷକ ନେତା ମଞ୍ଜିତ ସିଂହ ରାୟ ସିଂଘୁ ବର୍ଡରରେ ଘୋଷଣା କରିଛନ୍ତି। ସେପଟେ ପଞ୍ଜାବ ସଙ୍ଗରୁରରେ ପୋଲିସ ଚାଷୀଙ୍କ ଉପରେ ଲାଠି ଚଳନା କରିଥିବାରୁ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ସରକାର ଚାଷୀ ନିର୍ଜାତନା ବନ୍ଦ ନ କରନ୍ତି ତେବେ ପଞ୍ଜାବ ସରକାରଙ୍କ ବିରୋଧରେ ଚାଷୀ ମୋର୍ଚ୍ଚା ଖୋଲିବେ ବୋଲି ସତର୍କ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.