Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପାଦ ଚଳିଲେ ପାଟି ଚଳେ , ନ ହେଲେ ସାରା ପରିବାର ଭୋକ ଉପାସରେ – ଶୀତ କାକରରେ କେହି ନାହାନ୍ତି ଆହାକୁ ସାହା

13/01/2020 at 5:47 PM

ସୁବର୍ଣ୍ଣପୁର (ଧୀରେନ୍ଦ୍ର ଦାନୀ) ୧୨।୦୧ – ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ।  ହାଡଭଙ୍ଗା ଶୀତରେ ଥରୁଛି ସମଗ୍ର ଜିଲ୍ଲା । ଜାଡ ମାଡରେ ଅସ୍ତବ୍ୟସ୍ତ ଜନଜୀବନ । ଚଳିତ ବର୍ଷ ଶୀତ ସବୁଠାରୁ କଷ୍ଟ ଦେଉଛି  ବାସହୀନ ବେସାହାରା ଏବଂ ଯାଯାବରମାନଙ୍କୁ । ଖେ।ଲା ଆକାଶ ତଳେ ଛୁଆ ପିଲା ଧରି ପଡି ରହିଛନ୍ତି ସେମାନେ । ଆସନ୍ତୁ ଦେଖିବା ଯାଜାବରଙ୍କ ଶୀତ ରାତିର ଜୀବନ ।

ଥରୁଛି ସୁବର୍ଣ୍ଣପୁର । ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିବା ସୁବର୍ଣ୍ଣପୁରରେ ହାଡଭଙ୍ଗା ଶୀତ ଜନଜୀବନକୁ ପ୍ରଭାବିତ କରୁଛି । ତେବେ ସାଧାରଣ ଲେ।କଙ୍କ ଠାରୁ ଜାଡ ମାଡ ଅଧିକ କଷ୍ଟ ଦାୟକ ହେ।ଇଛି ବାସହୀନ ବେସାହାରା ଏବଂ ଯାଯାବରମାନଙ୍କ ପାଇଁ ।ଦେଖନ୍ତୁ ଏହି ଦୃଶ୍ୟକୁ  ହାଡଭଙ୍ଗା ଶୀତରେ  ମାଟି ଉପରେ ପଟି ବିଛଣା ପକେଇ କିଛି କପଡା ଉପରେ ଶୋଇଛନ୍ତି ଏମାନେ । ଖୋଲା ଆକାଶ ତଳେ, ଶୀତ କାକରେର କଟୁଛି ଏମାନଙ୍କ ରାତି  ଦିନଟା ଜାକର ପରିଶ୍ରମର କ୍ଲାନ୍ତି ମେଣ୍ଟାଇବା ପରେ ଗଭୀର ନିଦ୍ରାରେ ଶୋଇଥିବା ଏଇ ଯାଯାବରମାନେ ପୁଣି ରାତି ପାହିବା ଘଡିଏ ଆଗରୁ  ପେଟପାଟଣା ପାଇଁ ବିଛଣା ଛାଡନ୍ତି  । ପାଦ ଚଳିଲେ ପାଟି ଚଳେ  । ନ ହେଲେ ସାରା ପରିବାର ଭୋକ ଉପାସରେ  । ଏମାନଙ୍କ କଥା ନା ବୁଝନ୍ତି ଲୋକ ପ୍ରତିନିଧି ନା ସରକାରୀ ବାବୁମାନେ ।

ସୁବର୍ଣ୍ଣପୁର ସହରର ମଙ୍ଗଳବାର ହାଟ ପାଖରେ ଏଇ ଜାରା ଶବର ସଂପ୍ରଦାୟର କିଛି ପରିବାରକୁ ଆମେ ଭେଟିଥିଲୁ । ଟଙ୍କିକିଆ ଚାଉଳ ହେଉ କି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ,କାଣିଚାଏ ପାଉନାହାନ୍ତି ଏମାନେ । ଜଙ୍ଗଲରେ ବୁଲି ମହୁ ,ଝୁଣା ଫଳମୂଳ ସଂଗ୍ରହ କରି ବିକ୍ରୀବଟା କରି ଚଳିଯାଆନ୍ତି । ଶୀତ ,କାକର ,ଖରା ଓ ବର୍ଷା ସବୁକିଛି ସହିବାର କ୍ଷମତା ପାଇଛନ୍ତି ପ୍ରକୃତିରୁ  । ପେଟକୁ ମୁଠାଏ ଖାଦ୍ୟ ଓ ଦେହକୁ ଖଣ୍ଡିଏ ମିଳିଗଲେ ଏମାନଙ୍କର ଆଉ କିଛି ଚିନ୍ତା ନାହିଁ । ପେଟପାଟଣା ପାଇଁ ବୁଲି ବୁଲି ଜୀବନ ଜିଉଁଥିବା ଏଇ ଲୋକେ ଜାଣନ୍ତି ନାହିଁ କିଏ ସରକାର କିଏ ପ୍ରଶାସନ  ।  

ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଯାଏଁ ,ଏମାନଙ୍କ ପାଇଁ ସବୁ ସରକାରୀ ଯୋଜନା ଅପହଂଚ  । ପିଲାଛୁଆଙ୍କ ଶିକ୍ଷା କଥା ପଚାରେ କିଏ  । ଗଣରାଜ୍ୟ ଦିବସ ପାଳନର ୭୦ ବର୍ଷ ପରେ ବି ନିଜ କର୍ମକୁ ଆଦରି ଗାଁରୁ ସହର ବୁଲୁଥିବା ଏହି ଲୋକମାନଙ୍କୁ ସ୍ଥାୟୀ ବାସସ୍ଥାନ ସହିତ ହାତକୁ କାମ ଯୋଗାଇ ଦିଆଯାଇ ନ ପାରିବା ବହୁ ପରିତାପର ବିଷୟ ।

   Related Posts