Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏହି ଦେଶରେ ପ୍ରଚଳନ ହୁଏ ଭଗବାନ ରାମଚନ୍ଦ୍ରଙ୍କ ଫଟୋ ଥିବା ନୋଟ୍ : ପଢ଼ନ୍ତୁ ପୂରା ଖବର

10/10/2019 at 1:33 PM

ଶ୍ରୀରାମଚନ୍ଦ୍ରଙ୍କ ଜୀବନକାଳ ଏବଂ ପରାକ୍ରମ ବିଷୟରେ ମହର୍ଷି ବାଲ୍ମିକୀଙ୍କ ଦ୍ବାରା ରଚିତ ସଂସ୍କୃତ ମହାକାବ୍ୟ ରାମାୟଣରେ ବର୍ଣ୍ଣିତ କରାଯାଇଛି। ରାମାୟଣରେ ସୀତାଙ୍କୁ ଖୋଜା ଯାଉଥିବାବେଳେ ଶ୍ରୀଲଙ୍କା ଯିବା ପାଇଁ ୨୫କିଲୋମିଟର ପଥର ସେତୁର ନିର୍ମାଣ କରାଯିବା ବିଷୟ ଉଲ୍ଲେଖ ରହିଛି ଯାହାକୁ ରାମ ସେତୁ କୁହାଯାଏ। ଏହା ଆଜି ମଧ୍ୟ ରହିଛି।

ବିଶ୍ବାସ ଅନୁସାରେ ଗୋସ୍ବାମୀ ତୁଳସୀଦାସ ମଧ୍ୟ ତାଙ୍କ ଜୀବନ ଉପରେ କେନ୍ଦ୍ରିତ ଭକ୍ତିଭାବପୂର୍ଣ୍ଣ ସୁପ୍ରସିଦ୍ଧ ମହାକାବ୍ୟ ରାମଚରିତମାନସ ରଚନା କରିଛନ୍ତି। ଅନ୍ୟ ଅତିରିକ୍ତ ଭାଷାରେ ମଧ୍ୟ ରାମାୟଣ ରଚନା କରାଯାଇଛି ଯାହା ଅତ୍ୟନ୍ତ ପ୍ରସିଦ୍ଧ।

ବିବିଧତାରେ ଭରପୂର ଭାରତରେ ବିଜୟା ଦଶମୀକୁ ନେଇ ଅନେକ କାହାଣୀ ରହିଛି। ପଶ୍ଚିମବଙ୍ଗରେ ଏହି ଦିନକୁ ମହିଷାସୁର ବଧ କରିବା ନିମନ୍ତେ ଏବଂ ଦେବୀ ଦୁର୍ଗାଙ୍କୁ ଆରାଧନା କରିବା ପାଇଁ ଜଣା ଯାଇଥାଏ। ଭାରତର ଉତ୍ତର ଭାଗରେ ରାମଚନ୍ଦ୍ର ରାବଣକୁ ପରାଜିତ କରିବା ଉଦ୍ଦେଶ୍ୟରେ ଦଶହରା ପାଳନ କରାଯାଇଥାଏ। କେବଳ ଭାରତ ନୁହେଁ,ଦୁନିଆରେ ଏପରି ଅନେକ ଦେଶ ରହିଛି,ଯେଉଁଠାରେ ରାମ ନାମର ଗୁଞ୍ଜରଣ ଶୁଣିବାକୁ ମିଳିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକା ଏବଂ ନେଦରଲାଣ୍ଡରେ ଭଗବାନ ରାମଙ୍କର ମୁଦ୍ରା ପ୍ରଚଳନ ହୋଇଥାଏ।

ଏହି ନୋଟରେ ଖାସ୍ କଥା ହେଉଛି ଏହା ଯେ ଏଥିରେ ଭଗବାନ ରାମଙ୍କର ଚିତ୍ର ହୋଇଛି। ମହର୍ଷି ଯୋଗୀଙ୍କ ଦ୍ବାରା ୨୦୦୨ମସିହା ଅକ୍ଟୋବରରେ ନେଦରଲାଣ୍ଡରେ ଭଗବାନ ଶ୍ରୀରାମଙ୍କ ନାଁରେ ମୁଦ୍ରା କରାଯାଇଥିଲା।

ଗୋଟିଏ ରାମ ରାଜ୍ୟମୁଦ୍ରାର ମୂଲ୍ୟ ପାଖାପାଖି ୧୦ୟୁରୋ ଡଲାର ହୋଇଥାଏ। ଅର୍ଥାତ୍ ଯଦି ଏହାକୁ ଭାରତୀୟ ମୁଦ୍ରାରେ କନଭର୍ଟ କରାଯାଏ ତେ​‌ବେ ଏହା ୮୦୦ଟଙ୍କା ହୋଇଥାଏ। ଆମେରିକାର ପାଖାପାଖି ୩୫ଟି ରାଜ୍ୟରେ ରାମ ନାମ ବ୍ୟାଣ୍ଡ ଚାଲିଥାଏ। ନେଦରଲାଣ୍ଡର କେତେକ ଡଚ୍ ଦୋକାନରେ ଗୋଟିଏ ରାମ ମୁଦ୍ରା ବଦଳରେ ୧୦ୟୁରୋ ଡଲାର ଦିଆଯାଇଥାଏ।

ରାମ ନାମ ନୋଟ୍ ଚଲାଉଥିବା ମହର୍ଷି ମହେଶ ଯୋଗୀଙ୍କ ଜନ୍ମ ମଧ୍ୟପ୍ରଦେଶର ଜବଲପୁରର ଏକ କାୟସ୍ଥ ପରିବାରରେ ହୋଇଥିଲା। ଯୋଗୀ ଇଲାହାବାଦର ଫିଜିକ୍ସ ବିଷୟରେ ଗ୍ରାଜୁଏସନ କରିବା ସମୟରେ ୨୨ବର୍ଷ ବୟସରେ ଶଙ୍କରାଚାର୍ଯ୍ୟ ସ୍ବାମୀ ସରସ୍ବତୀଙ୍କ ଶିଷ୍ୟ ହୋଇଯାଇଥିଲେ। ଏଠାରେ ଶ୍ରୀ ଯୋଗୀ ପାଖାପାଖି ୧୩ବର୍ଷ ଯାଏଁ ଧର୍ମ,ଆଧ୍ୟାତ୍ମର ଜ୍ଞାନ ନେଇଥିଲେ। ଏହା ପରେ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ରାମେଶ୍ବରମରେ ଏକ ବିଶାଳ ଧାର୍ମିକ ଆୟୋଜନ କରାଯାଇଥିଲା। ଏଠାରେ ସେ ପାଖାପାଖି ୧୦ହଜାର ବାଳବ୍ରହ୍ମଚାରୀଙ୍କୁ ଯୋଗ ଏବଂ ଆଧ୍ୟାତ୍ମର ଶିକ୍ଷା ଦେଇଥିଲେ। ମହର୍ଷି ମହେଶ ଯୋଗୀଙ୍କ ନାଁରେ ଜବଲପୁରରେ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଇଛି। ଏଠାରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ର ଶିକ୍ଷା ପ୍ରାପ୍ତ କରିଥାଆନ୍ତି।

   Related Posts