ଚୀନ୍‌ରେ ପୁଣି କରୋନା ପ୍ରକୋପ ! ଗୁଆଙ୍ଗଝୋଉକୁ ବିମାନ ଚଳାଚଳ ବନ୍ଦ

Published By : Prameya-News7 Bureau | June 06, 2021 IST

ଗୁଆଙ୍ଗଝୋଉ : ଚୀନ୍‌ ଗୁଆଙ୍ଗଡୋଙ୍ଗ ପ୍ରଦେଶରେ କୋଭିଡ-୧୯ର ୭ଟି ସ୍ଥାନୀୟ ସଂକ୍ରମଣ ଅଭିଯୋଗ ମିଳିଛି। ଏହି ସମସ୍ତ ମାମଲା ପ୍ରାଦେଶିକ ରାଜଧାନୀ ଗୁଆଙ୍ଗଝୋଉରେ ରିପୋର୍ଟ ହୋଇଛି। ଏଣୁ ଚୀନ ମୋଟ୍ରୋପୋଲି କର୍ତ୍ତୃପକ୍ଷ  ସଂକ୍ରମଣ ରୋକିବା ଦିଗରେ ତୁରନ୍ତ ପ୍ରତିରକ୍ଷାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରିଛନ୍ତି।  ଏହି ସମୟରେ ବିନା କୌଣସି କାର୍ଯ୍ୟରେ କେହି ଗୁଆଙ୍ଗଝୋଉ ବାହାରକୁ ନ ଯିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଇନଫର୍ମେସନ ରିପୋର୍ଟିଂ ମେକାନିଜିମକୁ ପୁଣି କାର୍ଯ୍ୟକ୍ଷମ କରିବା ଲାଗି ନଗର ସ୍ୱାସ୍ଥ୍ୟ ଆୟୋଗଙ୍କ ମୁଖପାତ୍ର ଚେନ୍‌ ବିନ କହିଛନ୍ତି।

{"id":462389,"width":840,"height":524,"sizeSlug":"large","linkDestination":"none"}

ନୂଆ ମାମଲା ସାମ୍ନାକୁ ଆସିବା ମାତ୍ରେ ବାୟୁନ୍‌ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ବିମାନଚଳାଚଳ ବନ୍ଦ କରିଦିଆଯାଇଛି। ତେବେ କେବଳ ୭ଟି ନୂଆ କେସ୍ ନୁହେଁ ଗତ ମେ ମାସରେ କେତେକ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବ୍ୟାପିଥିଲା। ଏହି ସବୁ ମାମଲା ଗୁଆଙ୍ଗଝୋଉ, ସେନଝେନ ଓ ଫୋସାନରେ ଦେଖା ଦେଇଥିଲା। ତେବେ ସତର୍କତା ଯୋଗୁ ତୁରନ୍ତ ସଂକ୍ରମଣ ଉପରେ ନିୟନ୍ତ୍ରଣ ମିଳିଥିଲେ ହେଁ ଗୁଆଙ୍ଗଡୋଙ୍ଗରେ ପୁଣି ୭ଟି ନୂଆ ମାମଲା ଦେଖା ଦେଇଛି।

{"id":462390,"sizeSlug":"large","linkDestination":"none"}

ତେବେ ଚୀନ୍‌ ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନା ଅନୁସାରେ ଦେଶରେ ଏହି ସମୟରେ ୯୧ ହଜାର ୨୪୮ଟି କନଫର୍ମ କେସ୍‌ ରହିଛି। ଏହି ସବୁ ମାମଲା ୩୧ଟି ପ୍ରାଦେଶିକ ଅଞ୍ଚଳରୁ ମିଳିଥିବା ବେଳେ ଏଥିରୁ ୪ହଜାର ୬୩୬ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂକ୍ରମଣ ନେଇ ସବୁସ୍ତରରେ ସତର୍କତା ଅବଲମ୍ବନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ଲୋକଙ୍କୁ ସଚେତନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.