ପାଗଳ ପ୍ରେମିକର ବର୍ବରକାଣ୍ଡ: ପ୍ରେମିକାକୁ ହତ୍ୟାକରି ନିଜ ଗଳା କାଟିଲା ପ୍ରେମିକ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 29, 2019 IST

ଉତ୍ତରାଖଣ୍ଡ୨୯|୮: ହରିଦ୍ବାରା ତୀର୍ଥନଗରୀ ଋଷିକେଶ ଅଞ୍ଚଳରେ ଏକ ପାଗଳ ପ୍ରେମିକର ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଏକତରଫା ପ୍ରେମ କରୁଥିବା ଜଣେ ପାଗଳ ଯୁବକର ପାଗଳାମି ପାଇଁ ଜଣେ ଯୁବତୀଙ୍କ ଜୀବନ ଚାଲିଗଲା। ଯୁବତୀଙ୍କ ଘରେ ଜୋର ଜବରଦସ୍ତ ପଶି ଉନ୍ମୁତ୍ତ ଯୁବକ ତାଙ୍କୁ ହତ୍ୟା କରିଛି। ଯୁବତୀଙ୍କୁ ହତ୍ୟା କରିବା ପରେ ଯୁବକ ନିଜ ଗଳା ନିଜେ କାଟି ଦେଇଥିଲେ। ଅଭିଯୁକ୍ତ ଯୁବକର ଚିକିତ୍ସା ପାଇଁ ତାକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଯୁବତୀଙ୍କ ମୃତଦେହକୁ ପୋଲିସ ଜବତକରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।  ଏଥିସହ ହତ୍ୟା କାଣ୍ଡର ମୁଖ୍ୟ ରହସ୍ୟ ମଧ୍ୟ ପଦାକୁ ଆସିଛି। ଅଭିଯୁକ୍ତ ରହୁଥିବା ଅଞ୍ଚଳରେ ଏକ ଯୁବତୀଙ୍କୁ ସେ ବିବାହ କରିବା ପାଇଁ ଚାହୁଁ ଥିଲା। ପ୍ରେମରେ ପାଗଳ ହୋଇ ଯୁବତୀଙ୍କ ପଛରେ ଯୁବକ ପୁରା ପଡ଼ି ଯାଇଥିଲା।  ବିବାହ କରିବା ପାଇଁ ତାଙ୍କୁ ମଧ୍ୟ ଅଭିଯୁକ୍ତ ପ୍ରସ୍ତାବ ଦେଇଥିଲେ। ହେଲେ ଯୁବତୀ ତାଙ୍କୁ ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏହି କଥା ଯୁବକକୁ ବହୁତ କଷ୍ଟ ହୋଇଥିଲା।

 ବିବାହ ପାଇଁ ଯୁବତୀ ମନା କରିବା ପରେ ସେ ପ୍ରତିଶୋଧ ନିଆଁରେ ଯୁବକ ଜଳିବା ଆରମ୍ଭ କରିଥିଲା। ତାଙ୍କୁ ହତ୍ୟା କରିବା ପାଇଁ ସେହି ଦିନଠାରୁ ସୁଯୋଗ ଖୋଜୁଥିଲା। ସୂଚନାଯୋଗ୍ୟ ଯେ, ଅଜୟ ନାମକ ଯୁବକ ଧାରୁଆ ଅସ୍ତ୍ରଧରି ବନଖଣ୍ଡିରେ ରହୁଥିବା ଯୁବତୀଙ୍କ ଘରେ ପହଞ୍ଚିଥିଲା। ସେଠାରେ ଯୁବତୀଙ୍କୁ ଦେଖିବା ପରେ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ତାଠାରୁ ଖସି ଯିବା ପାଇଁ ଯୁବତୀ ଉଦ୍ୟମ କରିବା ସମୟରେ ଅଭିଯୁକ୍ତ ସାମ୍ନାରେ ପଡ଼ିଯାଇଲେ। ପ୍ରତିଶୋଧ ନିଆଁରେ ଜଳୁଥିବା ପାଗଳ ପ୍ରେମୀ ତାଙ୍କୁ ଧାରୁଆ ଅସ୍ତ୍ରରେ ପ୍ରହାର ପରେ ପ୍ରହାର କରି ଚାଲିଥିଲେ। ଶେଷରେ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବା ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଏବେ ପୋଲିସ ଅଧିନରେ ଅଭିଯୁକ୍ତ ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.