ଆମେରିକାରେ କରୋନା ଜରୁରି ସେବାରେ WWE ସାମିଲ, ଫ୍ଲୋରିଡାରୁ ପୁଣି ହେବ LIVE

Published By : Prameya-News7 Bureau | April 15, 2020 IST

ଫ୍ଲୋରିଡା:  ଆମେରିକାରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା। ହଜାରହଜାର ଲୋକେ ସଂକ୍ରମିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨୬ ହଜାର ଲୋକେ କୋଭିଡ-୧୯ ସଂକ୍ରମଣରେ ପ୍ରାଣ ହରାଇଲେଣି। ସଂକ୍ରମଣ ଭୟରେ ଲୋକେ ଏବ ଘରୁ ପଦାକୁ ବାହାରୁନାହାନ୍ତି। ଫଳରେ ସଂସ୍ଥା ପରେ ସଂସ୍ଥା ବନ୍ଦ ହେବାରେ ଲାଗିଛନ୍ତି। ଏଣୁ ଭୂତାଣୁ ସଂକ୍ରମଣକୁ ବଳେଇ ଯାଇଛି ଦେଶର ବେକାରଙ୍କ ସଂଖ୍ୟା। ଏଥିରେ ଆମେରିକା ସରକାର ଲୋକପ୍ରୀୟ ଖେଳ ୱାର୍ଲଡ ରେସ୍ଲିଂ ଏଣ୍ଟରଟୈନମେଣ୍ଟ (ଡବ୍ଲୁଡବ୍ଲୁଇ)କୁ ଅତ୍ୟାବଶକୀୟ ସେବା ଅନ୍ତର୍ଗତ କରିଛନ୍ତି।

{"id":254571,"width":580,"height":576,"sizeSlug":"large"}

ଡବ୍ଲୁଡବ୍ଲୁଇ କୌଣସି ଖେଳ ନୁହେଁ। ଏଣୁ ଅନ୍ତର୍ଜାତୀୟ ଖେଳସୂଚୀରେ ଏହା ସ୍ଥାନିତ ହୋଇନାହିଁ। ତେବେ ଫ୍ଲୋରିଡାରେ ଖେଳାଯାଉଥିବା ଏହି ଏହି ଖେଳ ଦେଶର ଯୁବବର୍ଗଙ୍କ ମଧ୍ୟରେ ବେଶ ପ୍ରୀୟ। ଏଣୁ ସରକାର କରୋନା ଜରୁରି ସେବାରେ ଡବ୍ଲୁଡବ୍ଲୁଇକୁ ସାମିଲ କରିଥିବା ବେଳେ ଏବେ ଫ୍ଲୋରିଡାରୁ ଏହାର ପୁନର୍ବାର ଲାଇଭ ପ୍ରସାରଣ ହେବ।  କରୋନାରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ଆମେରିକା ଉପୁଜିଥିବା ପରିସ୍ଥିତିରେ କିପରି ଡବ୍ଲୁଡବ୍ଲୁଇକୁ ଅନୁମତି ଦେଲା ତାହା ସମସ୍ତଙ୍କୁ ଚକିତ କରିଛି।

{"id":254572,"sizeSlug":"large"}

ଅନ୍ୟପକ୍ଷରେ କୋଭିଡ-୧୯ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ କ୍ରିଡା କାର୍ଯ୍ୟକ୍ରମ ବାତିଲ ହେଉଥିବା ବେଳେ ଫ୍ଲୋରିଡା ଗଭର୍ଣ୍ଣର  ରନ୍‌ ଡିସାଣ୍ଟିସ୍‌ ରାଜ୍ୟାବ୍ୟାପୀ ଷ୍ଟେ ଆଟ୍ ହୋମ ଅର୍ଡର ଜାରି କରିଛନ୍ତି। ଏଥିରେ ଡବ୍ଲୁଡବ୍ଲୁଇର ସିଧାପ୍ରସାରଣ ଲାଗି ଅନୁମତି ଦେବା ସମସ୍ତଙ୍କୁ ଚକିତ କରିଛି।  ସରକାରଙ୍କ ଅନୁମତି ପରେ ବିନା ଦର୍ଶକରେ ‘ର’ର ଲାଇଭ ଇପିସୋଡ ମଧ୍ୟ ପ୍ରସାରଣ ଆରମ୍ଭ ହୋଇଛି। 

{"id":254574,"sizeSlug":"large"}

ଏଥିରୋ କରୋନା ବିରୋଧରେ ଦେଶର ଲଢେଇର ନିଜକୁ ସାମିଲ କରିଛନ୍ତି ଅଣ୍ଡରଟେକର। ସେ ‘ଅଲ ଇନ ଚାଲେଞ୍ଜ’କୁ ସ୍ୱୀକାର କରିଥିବା ବେଳେ ଏହି ଚାଲେଞ୍ଜରୁ ମିଳିବାକୁ ଥିବା ଅର୍ଥରେ କରୋନା ପ୍ରଭାବିତଙ୍କ ଲାଗି ଖାଦ୍ୟ ସଂଗ୍ରହ ନିମନ୍ତେ ବ୍ୟୟ ହେବ ବୋଲି ଜଣାପଡିଛି। କେବଳ ଅଣ୍ଡରଟେକର ନୁହନ୍ତି କେଭିନ ହାର୍ଟ, ମ୍ୟାଜିକ ଜନସନ୍ ଓ ଜଷ୍ଟିନ ବିବର ମଧ୍ୟ ଚାଲେଞ୍ଜକୁ ସ୍ୱୀକାର କରି କରୋନା ସହାୟତା ଲାଗି ସେମାନଙ୍କର ହାତ ବଢାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.