Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଆଗରୁ ମୃତ୍ୟୁ ଲାଗି ଆତ୍ମହତ୍ୟା କରୁଥିଲେ ଆମେରିକୀୟ, ଏବେ ମୁଣ୍ଡ ଗୋଟାଉଛି କରୋନା :Report

3/04/2021 at 7:18 PM

ନ୍ୟୁୟର୍କ : ଆମେରିକାରେ ବାର୍ଷିକ ଯେତେ ଲୋକଙ୍କ ମୃତ୍ୟୁ ହୁଏ ଏହାର ୧୦ଟି କାରଣରୁ ଆତ୍ମହତ୍ୟା ମଧ୍ୟ ଗୋଟିଏ କାରଣ ଥିଲା। ହେଲେ ଏବେ ଦେଶରେ କରୋନା ଏହି ସ୍ଥାନକୁ ଦଖଲ କରିନେଇଛି। ଆମେରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍‌ (ସିଡିସି)ଙ୍କ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ପ୍ରକାଶିତ ରିପୋର୍ଟରେ ଗତବର୍ଷ ଅପେକ୍ଷା ଜାରି ବର୍ଷରେ ଏପର୍ଯ୍ୟନ୍ତ ୧୬ ପ୍ରତିଶତ ଅଧିକ ମୃତ୍ୟୁ ହେଲାଣି। ଏଥିରେ ହୃଦ ଜନିତ ସମସ୍ୟା କାରଣରୁ ୬ ଲକ୍ଷ ୯୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଲକ୍ଷ ୯୮ ହଜାର କର୍କଟରେ ଓ ୩ଲକ୍ଷ ୪୫ ହଜାର କୋଭିଡରେ ପ୍ରାଣ ହରାଇଲେଣି।

ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଲାଗି ପୂର୍ବରୁ ଆମେରିକାରେ ମୃତ୍ୟୁ ହାର କମ୍‌ ରହୁଥିଲା। ଅନେକ ଲୋକେ ସଡ଼କ ଦୁର୍ଘଟଣାରେ ଅଥବା ଆତ୍ମହତ୍ୟା କରି ପ୍ରାଣ ହରାଉଥିଲେ। ତେବେ ୨୦୨୦ରେ ଦେଶରେ କୋଭିଡ ସଂକ୍ରମଣ ପରଠାରୁ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇଛି। ହେଲେ କରୋନାରେ ଲୋକଙ୍କ ମୃତ୍ୟୁ ହାର ବଢିବଢି ଚାଲିଛି। ଦେଶରେ ଗତବର୍ଷ  କୋଭିଡ-୧୯ ସମେତ ଅନ୍ୟାନ୍ୟ କାରଣରୁ ୩୩ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଗତବର୍ଷ କରୋନା ଭାଇରସ ମହାମାରୀ ଲାଗି ଦେଶରେ ୩ଲକ୍ଷ ୭୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରୁ ଦେଶରେ ହୃଦରୋଗ ଓ କର୍କଟ ପରେ କରୋନା ଜନିତ ମୃତ୍ୟୁ ତୃତୀୟ ସ୍ଥାନକୁ ପହଞ୍ଚିଛି। ଆମେରିକାରେ କୋଭିଡ ବ୍ୟାପିବା ପରଠାରୁ ଏପର୍ଯ୍ୟନ୍ତ  ୫ଲକ୍ଷ ୫୦ ହଜାରରୁ ଅଧିକ ଲୋକେ ମହମାରୀରେ ପ୍ରାଣ ହରାଇଲେଣି। ତେବେ କରୋନା ସଂକ୍ରମଣରେ ଦେଶରେ ୮୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ମୃତ୍ୟୁ ହାର ଅଧିକ। ଏହା ଛଡା କଳା ଲୋକେ, ମୂଳ ଆମେରିକୀୟ ଓ ମହିଳାଙ୍କ ମୃତ୍ୟୁହାର ମଧ୍ୟ କରୋନାରେ ଅଧିକ ରହିଛି। ତେବେ ୧୪ରୁ ୧ ବର୍ଷ ଆୟୁବର୍ଗରେ କରୋନା ମୃତ୍ୟୁହାର ମାତ୍ର ୦.୨ ପ୍ରତିଶତରେ ସୀମିତ ଥିବା ରିପୋର୍ଟରେ ସୂଚିତ କରାଯାଇଛି।

   Related Posts