TRPରେ ପୁଣି ବାଜି ମାରିଲା ‘ଅନୁପମା’, ଟପ୍-୫ରେ ନାହିଁ କେବିସି ଓ ବିଗ୍‌ ବସ୍‌

Published By : Prameya-News7 Bureau | November 14, 2020 IST

ମୁମ୍ବାଇ ୧୪/୧୧: ରାଜନ ଶାହିଙ୍କ ସୋ’ ‘ଅନୁପମା’ ଟିଆରପି ମାମଲାରେ ପୁଣିଥରେ ଶୀର୍ଷରେ ରହିଥିବା ବେଳେ ‘କେବିସି’ ଓ ‘ବିଗ୍‌ବସ୍‌’ ଟପ୍‌ ୫ରେ ବି ସ୍ଥାନ ପାଇନାହିଁ। କିନ୍ତୁ ଟପ୍-୫ରେ ପ୍ରଥମ ଥର ‘ବାରିଷ୍ଟର ବାବୁ’ ସ୍ଥାନ ପାଇଥିବା ଜଣାପଡ଼ିଛି।

‘ଅନୁପମା’କୁ ଦର୍ଶକ ଖୁବ ପସନ୍ଦ କରୁଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ରିୟଲିଟି ସୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର’। ଏହି ରିୟଲିଟି ସୋ ‘କୁଣ୍ଡଲୀ ଭାଗ୍ୟ’କୁ  ଗୋଟିଏ ଷ୍ଟେପ ତଳକୁ ପଠାଇଛି। ଏହି ସପ୍ତାହରେ ‘କୁଣ୍ଡଲୀ ଭାଗ୍ୟ’ ତୃତୀୟ ସ୍ଥାନକୁ ଖସିଛି। ତେବେ ଏହି ସୋ’ ଟପ୍-୫ ଲିଷ୍ଟରେ ରହି ଆସିଛି। ସୋ’ର କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ଟିଆରପିରୁ ହିଁ ଜଣାପଡ଼ିଛି।

ଚତୁର୍ଥ ନମ୍ବର​‌ରେ​‌ ‘କୁମ୍‌କୁମ୍‌ ଭାଗ୍ୟ’ ରହିଛି। ତେବେ ସୋ’ର ଟ୍ବିଷ୍ଟ ଦର୍ଶକଙ୍କୁ ଏତେଟା ପସନ୍ଦ ଆସୁ ନଥିବାରୁ ସୋ’ ଟିଆରପି ମାମଲରେ ତଳକୁ ଖସିଛି। ସେପଟେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ‘ବାରିଷ୍ଟର ବାବୁ’ ପଞ୍ଚମ ସ୍ଥାନକୁ ଉଠିଛି।

କିନ୍ତୁ ଆଶ୍ଚର୍ଯ୍ୟର କଥା ଟପ୍-୫ ଲିଷ୍ଟରେ କେବିସି ଓ ବିଗ୍‌ ବସ୍‌ ସ୍ଥାନ ପାଇନାହିଁ। ତେବେ ଟିଆରପିରୁ ଜଣାପଡ଼ୁଛି ଏହି ସୋ’ ଲୋକଙ୍କ ମନୋରଞ୍ଜନ କରିବା ମାମଲାରେ ଆଶାନୁରୂପ ହୋଇପାରୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.