ଗୋଟିଏ ଗ୍ରାମରେ ୩୪ଜଣ କରୋନା ସଂକ୍ରମିତ, କବାଟ ବନ୍ଦ କରି ରହୁଛନ୍ତି ଜବାହରପୁରର ୨୫୦୦ ଲୋକ

Published By : Prameya-News7 Bureau | April 11, 2020 IST

ମୋହାଲୀ, ୧୧|୦୪:  ସାରା ବିଶ୍ୱ ଏବେ କରୋନା ଭାଇରସ ସହ ଲଢେଇ କରୁଛି । ଭାରତରେ ମଧ୍ୟ ଏହାର ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପଞ୍ଜାବରେ ନାନା ପଦକ୍ଷେପ ସତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉନାହିଁ । ମୋହାଲୀର ଜବାହରପୁରରେ ସବୁଠାରୁ ଅଧିକ ସଂକ୍ରମିତଙ୍କ ମାମଲା ସାମ୍ନକୁ ଆସିଚି । କେବଳ ଜବାହରପୁରରେ ୩୪ଜଣ ନୂଆ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ଚିନ୍ତାଜନକ ଘଟଣା ଏହା ଯେ ଜବାହରପୁରରେ କଣ ପାଇଁ ଏତେ ଦ୍ରୁତ ଗତିରେ କରୋନା ବ୍ୟାପୁଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ । ଶନିବାର ମଧ୍ୟ ୨ଟି ମାମଲା ସାମ୍ନାକୁ ଆସିଛି । ଏଠାକାର ଏକ ଗାଁକୁ କରୋନା କବଳିତ କରିସାରିଛି ।

{"id":252579,"width":749,"height":467,"sizeSlug":"large"}

ସୂଚନାଯୋଗ୍ୟ, ମୋହାଲୀରେ ଏବେସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଁଚିଛି । ଶୁକ୍ରବାର ୧୦ଟି ପଜିଟିଭ୍ କେସ୍ ନଜର ଆସିଛି । ୨୫୦୦ ଲୋକ ବିଶିଷ୍ଟ ଜନସଂଖ୍ୟା ଥିବା ଜବାହାରପୁର ଗ୍ରାମରେ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଅଧିକାଂଶ ଲୋକଙ୍କୁ କ୍ୱାରେଣ୍ଟାଇନ ଓ ଆଇସୋଲେସନରେ ରଖାଯାଇଛି ।

ରାଜ୍ୟର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କଠାରୁ ୫୦୦ କୋଟି ଟଙ୍କା ପାଇବା ପରେ ମେଡିକାଲ ଇନଫ୍ରାଷ୍ଟ୍ରକଚର୍ ଓ ସରକାରୀ ହସ୍ପିଟାଲକୁ ଅପଗ୍ରେଡ୍ କରିବା ପାଇଁ ଧ୍ୟାନ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.