Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଏଠାରେ ବିବାହରେ ଝିଅକୁ ଯୈାତୁକ ହିସାବରେ ଦେଇଥାନ୍ତି ସାପ

18/12/2018 at 10:57 AM

ଏହା ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କାରଣ ଅଧିକାଂଶ ବାପା ମାଆ ନିଜ ଝିଅକୁ ଯୈାତୁକରେ ଜିନିଷପତ୍ର,ଟଙ୍କା କିମ୍ବା ଗାଡ଼ି ଦେଇଥାନ୍ତି କିନ୍ତୁ ଏହା ଆପଣ ପ୍ରଥମଥର ଶୁଣିବେ ଯେ କୈାଣସି ବାପା ମାଆ ନିଜ ଝିଅକୁ ଯୈାତୁକ ଆକାରରେ ସାପ ଦେବା।

ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଜାଗୀନଗରରେ ରହୁଥିବା କେଳାମାନଙ୍କର ଏହା ଏକ ଅଜବ ପ୍ରଥା। ଏଠାରେ ବିବାହ ଉତ୍ସବରେ କନ୍ୟା ପକ୍ଷ ତରଫରୁ ବର ପକ୍ଷକୁ ଯୈାତୁକ ଆକାରରେ୨୧ଟି ସାପର ଉପହାର ଦେବା ଅନିବାର୍ଯ୍ୟ ଅଟେ।

ଏହା ବିନା ବିବାହ ହୋଇନଥାଏ। ଯଦି କନ୍ୟା ପକ୍ଷଙ୍କ ପାଖରେ ୨୧ଟି ସାପ ନଥାଏ ତେବେ ବସ୍ତିର ଅନ୍ୟ କେଳାଙ୍କ ପୋଷା ସାପକୁ ଦିଆଯାଇଥାଏ ଏବଂ ଏହି ରୀତିକୁ ପୂରା କରାଯାଇଥାଏ।

ଜାଗୀନଗରରେ ପ୍ରତି ଘରେ ବିଷାକ୍ତ ସାପ ପୋଷାଯାଇଥାଏ। ସାପଙ୍କ ଲାଳନପାଳନ ନିଜ ଝିଅଙ୍କ ପରି କରାଯାଇଥାଏ। ପୋଷାଯାଇଥିବା ସାପର ଯଦି କୈାଣସି କାରଣ ବଶତଃ ବାକ୍ସରେ ମୃତ୍ୟୁ ହୋଇଯାଇଥାଏ ତେବେ ପାଳକ ପୂରା ସମ୍ମାନର ସହିତ ମୃତ ସାପର ଅନ୍ତିମ ସଂସ୍କାର କରିଥାଏ। ପାଳକ ନିଜ ନିଶ ଦାଢ଼ି କାଟିଥାଏ ଏବଂ ସମଗ୍ର ଜ୍ଞାତି କୁଟୁମ୍ବଙ୍କୁ ଖାଇବାକୁ ଦେଇଥାଏ।

ଏହି ଗାଉଁଲି କେଳାମାନେ ବେଳେବେଳେ ସାପ ବିଛା ଦ୍ବାରା ଆକ୍ରାନ୍ତ ଲୋକମାନଙ୍କ ଉତ୍ତମ ଚିକିତ୍ସା କରିଥାନ୍ତି। କିନ୍ତୁ ବର୍ତ୍ତମାନ ବନ ବିଭାଗ ସାପ ପାଳିବା ବିରୋଧରେ କଡ଼ା ଆଇନ୍ ପ୍ରଣୟନ କରିଛି। 

   Related Posts