Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଭାରତର ଏହି ରାଜ୍ୟରେ ସବୁ ପୁରୁଷଙ୍କର ଦୁଇଟି ପତ୍ନୀ : କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

17/12/2018 at 6:52 PM

ଆମ ଦେଶରେ ଦୁଇଟି ପତ୍ନୀଙ୍କୁ ଏକା ସାଙ୍ଗରେ ରଖିବା ବେଆଇନ୍ ଅଟେ। କିନ୍ତୁ ରାଜସ୍ଥାନର ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ଦୁଇଟି ପତ୍ନୀ ରଖିବା ସାଧାରଣ କଥା।ଏହି ଗାଁର ଲୋକମାନେ ମଉଜ ମସ୍ତି ପାଇଁ ଦୁଇଟି ବିବାହ କରିନଥାନ୍ତି। ଏହା ଏକ ବାଧ୍ୟ ବାଧକତା ମଧ୍ୟ। ତେବେ ବେଳେ ବେଳେ କେତେକ ବ୍ୟକ୍ତିଙ୍କୁ ଦୁଇ ଜଣ ପତ୍ନୀଙ୍କୁ ଏକାଠି ସମ୍ଭାଳିବା କଷ୍ଟକର ହୋଇପଡ଼ିଥାଏ।

ଏହି ଅଜବ କାହାଣୀ ରାଜସ୍ଥାନର ବାଡ଼ମେର ଜିଲ୍ଲାର ଦଶସର ଗାଁର। ଏହି ଗାଁରେ ପାଖାପାଖି ୭୦ଟି ମୁସଲିମ୍ ପରିବାର ରହୁଛନ୍ତି। ଏଠାକାର ମୁସଲିମ୍ ପରିବାର ଦୁଇ ଥର ବିବାହ କରିବାର ଏବଂ ଦୁଇ ପତ୍ନୀଙ୍କୁ ଏକାଠି ରଖିବାର ପରମ୍ପରା ପାଳନ କରିଆସୁଛନ୍ତି। ଏହି ପରମ୍ପରା ପଛରେ ଥିବା କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଏପରି ବିଶ୍ବାସ ରହିଛି ଯେ ଏହି ଗାଁରେ ବ୍ୟକ୍ତିଙ୍କୁ ପ୍ରଥମ ପତ୍ନୀଙ୍କଠାରୁ ସନ୍ତାନ ମିଳିନଥାଏ। ସନ୍ତାନ ପାଇଁ ତାଙ୍କୁ ଆଉଥରେ ବିବାହ କରିବାକୁ ପଡ଼ିଥାଏ।

ଏହା ଏକ ପରମ୍ପରା ଭାବେ କାହିଁ କେତେ ବର୍ଷରୁ ଚାଲି ଆସିଛି। ଏହି ଗାଁରେ କେତେକ ପରିବାର ଏପରି ଅଛନ୍ତି ଯେଉଁମାନେ ଥରେ ବିବାହ କରିଛନ୍ତି କିନ୍ତୁ ତାଙ୍କ ଘରେ ସନ୍ତାନ ସନ୍ତତି ନାହାନ୍ତି। ଜଣେ ବ୍ୟକ୍ତିଙ୍କୁ ଦୁଇଥର ବିବାହ କରିବାର ଏହା ଏକ ମୁଖ୍ୟ କାରଣ ଅଟେ। ଏହି ଗାଁର ବିଶେଷତ୍ବ ହେଲା ପ୍ରଥମ ପତ୍ନୀ ବ୍ୟକ୍ତିର ଦ୍ବିତୀୟ ପତ୍ନୀକୁ ଈର୍ଷା କରିନଥାଏ କିମ୍ବା ଅସୁରକ୍ଷିତ ମନେ କରିନଥାଏ। ଦୁଇଜଣ ଦୁଇ ଭଉଣୀ ଭଳି ଚଳିଥାନ୍ତି ।   

   Related Posts