Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଏହି ୬ଟି ଦେଶରେ କରୋନା ମୃତ୍ୟୁସଂଖ୍ୟା ସର୍ବାଧିକ, ୧୦୦ରୁ ୧୦ ରୋଗୀ ହରାଉଛନ୍ତି ଜୀବନ

13/04/2020 at 10:35 AM

ନୂଆଦିଲ୍ଲୀ ୧୩।୪: କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହାର କ୍ରମାଗତ ଭାବେ ବୃଦ୍ଧି ପାଇଛି । ଯୁକ୍ତରାଷ୍ଟ୍ରର ଆମେରିକାର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ ରବିବାର ସନ୍ଧ୍ୟା ସୁଦ୍ଧା ବିଶ୍ବରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୭୯୩,୨୨୪ ରହିଥିଲା । ଏପର୍ଯ୍ୟନ୍ତ ସମୁଦାୟ ୧୧୦,୦୫୨ ଲୋକ ପ୍ରାଣ ହରାଇଛନ୍ତି । ବିଶ୍ବରେ କରୋନା ପଜିଟିଭ ଲୋକଙ୍କ ହାରାହାରି ମୃତ୍ୟୁ ହାର ୬.୧ ପ୍ରତିଶତ ରହିଛି । ଏଥି ସହିତ ଇଟାଲୀ, ବ୍ରିଟେନ, ସ୍ପେନ୍, ଫ୍ରାନ୍ସ, ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ମୃତ୍ୟୁ ହାର ୧୦ ପ୍ରତିଶତରୁ ଅଧିକରେ ପହଞ୍ଚିଛି ।

ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସରେ ଅତୀତରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି କାରଣରୁ, ବିଶ୍ବରେ ଲୋକଙ୍କ ମୃତ୍ୟୁ ହାର ୬.୧ ପ୍ରତିଶତ ହୋଇଛି । କିନ୍ତୁ WHO ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୩ ସୁଦ୍ଧା ବିଶ୍ବରେ କରୋନା ସଂକ୍ରମିତ ଲୋକଙ୍କ ମୃତ୍ୟୁ ହାର ମାତ୍ର ୩.୪  ପ୍ରତିଶତ ଥିଲା ।

ଆମେରିକାରେ ୨୦,୪୬୩ ଲୋକ, ଇଟାଲୀରେ ୧୯,୪୬୮, ସ୍ପେନରେ ୧୬୯୭୨ ଏବଂ ଫ୍ରାନ୍ସରେ ୧୩୮୩୨ ଜଣଙ୍କର ମୃତ୍ୟୁ ହୋଇଛି । ସର୍ବାଧିକ ମୃତ୍ୟୁ ମାମଲାରେ ଏହି ଦେଶଗୁଡିକ ଶୀର୍ଷରେ ଅଛନ୍ତି । ଏହାସହ ରବିବାର ଦିନ ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୧୦୬୧୨ କୁ ବୃଦ୍ଧି ପାଇଛି।

ଅନେକ ଦେଶରେ ମୃତ୍ୟୁ ହାର ଯଥେଷ୍ଟ ଅଧିକ ରହିଛି । ଅନେକ ଦେଶରେ କମ୍ ରହିଛି । ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ, ସଂକ୍ରମିତ ହୋଇଥିବା ମୋଟ୍ ଲୋକଙ୍କ ମଧ୍ୟରୁ ୧୨.୮ ପ୍ରତିଶତ ଇଟାଲୀରେ ଏବଂ ୧୨.୪ ପ୍ରତିଶତ ବ୍ରିଟେନରେ ମୃତ୍ୟୁ ହୋଇଛି । ବେଲଜିୟମରେ ୧୧.୯ ପ୍ରତିଶତ, ନେଦରଲ୍ୟାଣ୍ଡରେ ୧୦.୮ ପ୍ରତିଶତ ଥିବାବେଳେ ସ୍ପେନ ଏବଂ ଫ୍ରାନ୍ସରେ ମୃତ୍ୟୁ ହାର ୧୦ ପ୍ରତିଶତରୁ ସାମାନ୍ୟ ଅଧିକ ରହିଛି । ଆମେରିକାରେ ମୃତ୍ୟୁ ହାର ୩.୯ ପ୍ରତିଶତ ରହିଛି ।

ଭାରତରେ ଏପର୍ଯ୍ୟନ୍ତ ୮,୪୪୭ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ୨୭୩ ଜଣଙ୍କର ମୃତ୍ୟୁ ହୋଇଛି । ସେହି ଅନୁଯାୟୀ ଭାରତରେ ମୃତ୍ୟୁ ହାର ବର୍ତ୍ତମାନ ୩.୨ ପ୍ରତିଶତ ରହିଛି ।

ମୋଟ୍ ସଂକ୍ରମିତଙ୍କ ସଂଖ୍ୟାରେ ଆମେରିକାରେ ୫ ଲକ୍ଷ ୩୪ ହଜାରରୁ ଅଧିକ, ସ୍ପେନରେ ଏ୧ ଲକ୍ଷ ୬୬ ହଜାରରୁ ଅଧିକ, ଇଟାଲୀରେ ଦେଢ ଲକ୍ଷରୁ ଅଧିକ, ଫ୍ରାନ୍ସରେ ୨୯ ଲକ୍ଷରୁ ଅଧିକ ଏବଂ ଜର୍ମାନୀରେ ୨୫ ଲକ୍ଷରୁ ଅଧିକ ଲୋକ ପଜିଟିଭ ବୋଲି ଜଣାପଡିଛି ।

ବର୍ତ୍ତମାନ ସୁଦ୍ଧା ଯେଉଁ ଦେଶଗୁଡିକରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହି ଦେଶଗୁଡିକ ମଧ୍ୟରେ ବ୍ରିଟେନ, ସ୍ପେନ୍, ଋଷ, ଇରାନ, ବେଲଜିୟମ, ଆମେରିକା ଏବଂ ନେଦରଲ୍ୟାଣ୍ଡ ସାମିଲ ରହିଛି ।

   Related Posts