ଏହି ସ୍ଥାନରେ ଶନିଦେବ ନିଜ ପତ୍ନୀଙ୍କ ସହ ପାଇଥାନ୍ତି ପୂଜା : ଯୁଗଳ ମୂର୍ତ୍ତିଙ୍କୁ ଦର୍ଶନ କଲେ ମିଳେ ଅଖଣ୍ଡ ସୌଭାଗ୍ୟ

Published By : Prameya-News7 Bureau | January 12, 2019 IST

କବର୍ଦ୍ଧା ୧୨/୧: ଶନିଦେବତାଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ଦେଶର କୋଣ ଅନୁକୋଣରେ ରହିଛି କିନ୍ତୁ ଆପଣ ଜାଣିଛନ୍ତି କି ଶନିଦେବତାଙ୍କ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ସେ ପତ୍ନୀଙ୍କ ସହ ବିରାଜମାନ ଅଛନ୍ତି। ଛତିଶଗଡ଼ର କବର୍ଦ୍ଧାଠାରେ ଶନିଦେବତାଙ୍କ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ସେ ପତ୍ନୀ ସ୍ବାମିନୀଙ୍କ ସହ ପୂଜା ପାଆନ୍ତି।

wp:gallery {"ids":[73187]} /wp:gallery

କବର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରୁ ଭୋରମଦେବ ରାସ୍ତାରେ ୧୫କିଲୋମିଟର ଦୂରରେ ଅବସ୍ଥିତ ଗାଁ ଛପରୀ ପରେ ୫୦୦ମିଟର ଆଗକୁ ଗଲେ ପ୍ରାଚୀନ ମଡ଼ଓ୍ବା ମହଲ ପଡ଼ିବ। ଏଠାରୁ ଜଙ୍ଗଲ ମଝିରେ ୪କିଲୋମିଟର ପଥୁରିଆ ତେଢ଼ାମେଢ଼ା ରାସ୍ତା ଏବଂ ସଙ୍କରୀ ନଦୀର ଅଙ୍କାବଙ୍କା ରାସ୍ତା ପାର କରିବା ପରେ ପଡ଼ିବ କରିୟାଆମା ଗ୍ରାମ। ଏଠାରେ ଶନିଦେବତା ତାଙ୍କ ପତ୍ନୀଙ୍କ ସହ ପୂଜା ପାଆନ୍ତି। ଶନିଦେବଙ୍କ ପ୍ରତିମା ମହାଭାରତ ସମୟର ବୋଲି ସୂଚନା ମିଳିଛି।

ଏଠାକାର ପୁରୋହିତଙ୍କ କହିବା ଅନୁସାରେ ସେ ଦୀର୍ଘ ବର୍ଷ ହେଲା ଭଗବାନ ଶନିଦେବଙ୍କ ପୂଜା କରିବାକୁ କରିୟାଆମା ଆସୁଥିଲେ। ବାରମ୍ବାର ତେଲ ଢାଳିବା ଫଳରେ ମୂର୍ତ୍ତି ଉପରେ ଧୂଳି ମାଟିର ମୋଟା ପରସ୍ତ ଜମି ଯାଇଛି। ଦିନେ ତାଙ୍କ ମୂର୍ତ୍ତି ସଫା କରାଯିବାରୁ ଦେଖାଗଲା ଯେ ଶନି ଦେବତାଙ୍କ ସହ ତାଙ୍କ ପତ୍ନୀ ସ୍ବାମିନୀଙ୍କ ମୂର୍ତ୍ତି ମଧ୍ୟ ସେଠାରେ ରହିଛି।

wp:gallery {"ids":[73188]} /wp:gallery

ଏହି ମନ୍ଦିରକୁ ଦେଶର ଏକମାତ୍ର ସପତ୍ନୀକ ଶନି ମନ୍ଦିରର ଆଖ୍ୟା ମିଳିଛି। ବାକି ମନ୍ଦିରରେ ଶନି ଦେବତାଙ୍କ ଏକୁଟିଆ ମୂର୍ତ୍ତି ଥାଏ।ଏହି ଶନି ମନ୍ଦିର ଏଥିପାଇଁ ମଧ୍ୟ ପ୍ରସିଦ୍ଧ କାରଣ ଏଠାରେ ଉଭୟ ସ୍ବାମୀ ସ୍ତ୍ରୀ ଏକାଠି ବସି ଶନିଦେବତାଙ୍କ ପୂଜା କରିପାରିବେ। ଦେଶର ସବୁଠାରୁ ପ୍ରାଚୀନ ଶନି ମନ୍ଦିର ମଧ୍ୟରୁ ଶନି ଶିଙ୍ଗଣାପୁରରେ ମଧ୍ୟ ପୂର୍ବେ ମହିଳାମାନଙ୍କ ପ୍ରବେଶ ନିଷେଧ ଥିଲା। କିନ୍ତୁ ବର୍ତ୍ତମାନ ଏଠାରେ ମହିଳାମାନଙ୍କୁ ପୂଜା କରିବାର ଅଧିକାର ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.