ଏହି ସ୍ଥାନରେ ବିବାହ ପରେ ୫ଦିନ ଯାଏଁ ପୋଷାକ ପିନ୍ଧନ୍ତି ନାହିଁ ମହିଳାମାନେ
20/01/2019 at 11:05 AM

କୁଲ୍ଲୁ ୨୦/୧: ଭାରତରେ ବିଭିନ୍ନ ଧର୍ମର ଲୋକେ ବାସ କରନ୍ତି। ଏବଂ ଏଠାରେ ଧର୍ମ ନାଁରେ ଲୋକେ ବିଭିନ୍ନ ପ୍ରକାର ପ୍ରଥାରେ ବିଶ୍ବାସ ରଖନ୍ତି। ଭାରତରେ ଏପରି ବହୁତ ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ପରମ୍ପରା ଚାଲିଥାଏ। ଏପରି ଏକ ପରମ୍ପରାଯୁକ୍ତ ସ୍ଥାନ ହେଉଛି ହିମାଚଳ ପ୍ରଦେଶ। ଏଠାରେ ସ୍ବାମୀ ସ୍ତ୍ରୀ ପରସ୍ପର ସହିତ କଥା କହିପାରନ୍ତି ନାହିଁ। ଏହା ସହିତ ବିବାହର ୫ଦିନ ଯାଏଁ ସ୍ତ୍ରୀ ବିବସ୍ତ୍ର ରହିଥାନ୍ତି। ଏହି ପ୍ରଥା ଏଠାରେ ଦୀର୍ଘ ବର୍ଷରୁ ଚାଲି ଆସୁଛି।

ହିମାଚଳ ପ୍ରଦେଶର ଏକ ଗାଁରେ ସ୍ବାମୀ ସ୍ତ୍ରୀ ବିବାହ ପରେ ୫ଦିନ ଯାଏଁ କଥାବାର୍ତ୍ତା ଏବଂ ଥଟ୍ଟା ମଜା କିଛି କରିପାରନ୍ତି ନାହିଁ। ଏହା ସହିତ ସ୍ତ୍ରୀ ଉଲଗ୍ନ ରହନ୍ତି।

ଏହା ସହିତ ଶ୍ରାବଣ ମାସରେ ସ୍ବାମୀ ସ୍ତ୍ରୀ ପରସ୍ପରଠାରୁ ଅଲଗା ରୁହନ୍ତି। ଯଦି ଏପରି ନ କରାଯାଏ ତେବେ ଏହାର ଫଳ ଦୁଃଖ ଦୁର୍ଦ୍ଦଶା ରୂପେ ଭୋଗିବାକୁ ପଡ଼ିଥାଏ। ପୁରୁଷ ମଦ ପିଅନ୍ତି ନାହିଁ।

ବିଶ୍ବାସ ରହିଛି ଯେ ଏହି ଗାଁକୁ ଦେବତା ପାଦ ରଖିବା ପରେ ଏହି ଦେବ ପରମ୍ପରାର ଆରମ୍ଭ ହୋଇଛି। କୁହା ଯାଏ ଶ୍ରାବଣ ମାସର ଏହି ୫ଦିନ ସ୍ବାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ଥଟ୍ଟା ମଜା କଲେ ଦେବତା ଖରାପ ଭାବିଥାନ୍ତି ଏବଂ ଗାଁରେ ଦୁର୍ଦ୍ଦଶା ବ୍ୟାପିଯାଇଥାଏ। ଏଥିପାଇଁ ଏହି ଗାଁରେ ରହୁଥିବା ସମସ୍ତ ଲୋକେ ଏହି ପ୍ରଥାକୁ ମାନିଥାନ୍ତି। ଆଜି ମଧ୍ୟ ଲୋକେ ଏହି ପରମ୍ପରାକୁ ମାନି ଚଳୁଛନ୍ତି।