ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳ ରଚିଥିଲା ଇତିହାସ , ବାଲ୍‌କୋନିରେ ସାର୍ଟ ଖୋଲି ଗର୍ଜିଥିଲେ ସୌରଭ

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ, ୧୩/୦୭: ଲର୍ଡସ୍‌ ଐତିହାସିକ ମୈଦାନର କଥା ଯେତେବେଳେ ଉଠେ ସେତେବେଳେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମନେପଡ଼ିବା ସ୍ୱଭାବିକ୍‌ । ଏହି ମୈଦାନରେ ଆଜକୁ ୧୯ ବର୍ଷ ପୂର୍ବେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏପରି ଏକ ଇତିହାସ ରଚିଥିଲେ ଯାହାକି ସଦାବେଳ ପାଇଁ ଲୋକଙ୍କ ମନରେ ରହିଯାଇଥିଲା ।

୨୦୦୨ ମସିହା ଆଜିର ଦିନରେ ଗାଙ୍ଗୁଲୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ, ଇଂଲଣ୍ଡକୁ ତାର ନିଜ ଘରୋଇ ମାଟିରେ ଧୂଳି ଚଟାଇଥିଲା । ନେଟ୍‌ୱେଷ୍ଟ୍‌ ଟ୍ରଫିରେ ବାଜିମାରି  ଇତିହାସ ରଚିଥିଲା ଗାଙ୍ଗୁଲୀ ବାହିନୀ । ଭାରତୀୟ କ୍ରିକେଟ୍‌ ଇତିହାସରେ ଏହା ଏକ ବଡ଼ ଯୋଗଦାନ ଥିଲା । ଏହି ମ୍ୟାଚ୍‌ରେ ସୌରଭ ଗାଙ୍ଗୁଲି ଜିତିବା ପରେ ଲର୍ଡସ ଷ୍ଟାଡିୟମ୍‌ର ବାଲ୍‌କୋନିରେ ସାର୍ଟ ଖୋଲି ଉଡ଼ାଇଥିଲେ । ଯାହାକୁ ନେଇ ପରେ ବହୁତ ବିବାଦ ଦେଖାଦେଇଥିଲା ।

wp:html /wp:html

ଏହି ମୁକାବିଲାରେ ଭାରତୀୟ ଟିମ୍‌ ସାମ୍ନାରେ ଶକ୍ତିଶାଳୀ ଇଂଲଣ୍ଡ ଦଳ ପହାଡ଼ ଭଳି  ୩୨୬ ରନ୍‌ର ଲକ୍ଷ୍ୟ ରଖିଥିଲା । କିନ୍ତୁ ମିଡିଲ୍‌ ଅର୍ଡରରେ ପଡ଼ିଆକୁ ଓହ୍ଲାଇଥିବା ଯୁବରାଜ ସିଂହ ଏବଂ ମହମ୍ମଦ କୈଫଙ୍କ ଯୋଡ଼ି ଇଂଲଣ୍ଡ ମୁହଁରୁ ବିଜୟକୁ ଛଡ଼ାଇ ଆଣିଥିଲେ । ଭାରତୀୟ ଦଳ ଯେତେବେଳେ ବିଶାଳ ରନ୍‌ର ପିଛା କରୁଥିଲେ, ସେତେବେଳେ ଏକ ସମୟରେ ମାତ୍ର ୧୪୬ ରନ୍‌ରେ ୫ମ ୱିକେଟ୍‌ ହରାଇଥିଲା । କିନ୍ତୁ ଯୁବି ଏବଂ କୈଫ ଯୋଡ଼ି ୧୨୧ ରନ୍‌ର ଭାଗିଦାରୀ ଖେଳି ଦଳକୁ ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.