ଆଫ୍ରିକା ମହାଦେଶର ଏହି ଦେଶରେ ଉପରାଷ୍ଟ୍ରପତିଙ୍କ ସଂଖ୍ୟାଠାରୁ ଭେଣ୍ଟିଲେଟର ସଂଖ୍ୟା କମ୍

Published By : Prameya-News7 Bureau | April 20, 2020 IST

ଓ୍ବାକାଣ୍ଡା ୨୦।୪: ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ କରୋନା ଭାଇରସ୍ ଯୋଗୁଁ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମିଳିତ ଜାତିସଂଘର ଅଧିକାରୀମାନେ କହିଛନ୍ତି ଯେ, ଆଫ୍ରିକା କରୋନା ଭାଇରସ୍ ମହାମାରୀର ପରବର୍ତ୍ତୀ କେନ୍ଦ୍ର ହୋଇପାରେ । ଆଫ୍ରିକା ପାଇଁ ମିଳିତ ଜାତିସଂଘ ଅର୍ଥନୈତିକ ଆୟୋଗ ଚେତାବନୀ ଦେଇଛି ଯେ, ମାଳଦ୍ବୀପରେ ଅତି କମ୍ ରେ ୩ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ । କମିଶନ କରୋନା ସହିତ ଲଢିବା ପାଇଁ ୧୦୦ ବିଲିୟନ ଡଲାର ମଧ୍ୟ ଦାବି କରିଛି ।

ଆଫ୍ରିକାର ଏକ ବଡ ଭାଗ ଦାରିଦ୍ର୍ୟ ସହ ସଂଘର୍ଷ କରୁଛି । କିନ୍ତୁ ଜାତିସଂଘ କହିଛି ଯେ କରୋନା କାରଣରୁ ୩ କୋଟି ଲୋକ ଗରିବ ହୋଇପାରନ୍ତି । ଆଫ୍ରିକାରେ ୧୯ ହଜାରରୁ ଅଧିକ ସଂକ୍ରମଣର ରିପୋର୍ଟ ହୋଇଥିବା ବେଳେ ଏକ ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏଥି ସହିତ ଆଫ୍ରିକୀୟ ଦେଶମାନଙ୍କରେ କରୋନା ଭାଇରସ୍ ଚିକିତ୍ସାରେ ଡାକ୍ତରୀ ଉପକରଣ ଭେଣ୍ଟିଲେଟରର ଅଭାବ ରହିଛି ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଆଫ୍ରିକାରେ ୧୦ଟି ଦେଶ ଅଛି ଯେଉଁଠାରେ ଡାକ୍ତରଖାନାଗୁଡିକରେ ଗୋଟିଏ ହେଲେ ଭେଣ୍ଟିଲେଟର ନାହିଁ । ଆଫ୍ରିକା ମହାଦେଶରେ ୫୫ଟି ଦେଶ ରହିଛି । ଦକ୍ଷିଣ ସୁଦାନରେ ୫ ଜଣ ଉପରାଷ୍ଟ୍ରପତି ଅଛନ୍ତି, କିନ୍ତୁ ଦେଶରେ କେବଳ ୪ ଟି ଭେଣ୍ଟିଲେଟର ଅଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୪୧ ଆଫ୍ରିକୀୟ ଦେଶରେ ମୋଟ୍ ଜନସଂଖ୍ୟା ପାଇଁ ମାତ୍ର ୨ ହଜାର ଭେଣ୍ଟିଲେଟର ରହିଛି । ସେହିଭଳି କେବଳ ଆମେରିକାରେ ୧ ଲକ୍ଷ ୭୦ ହଜାର ଭେଣ୍ଟିଲେଟର ଅଛି ।

WHO ଏହା ମଧ୍ୟ କହିଛି ଯେ ଆଫ୍ରିକାର ୫୫ଟି ଦେଶ ମଧ୍ୟରୁ ୪୩ଟି ଦେଶରେ କେବଳ ୫୦୦୦ ଆଇସିୟୁ ବେଡ୍ ରହିଛି । ଅର୍ଥାତ୍ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ କେବଳ ୫ ଟି ବେଡ୍ । ଯେଉଁଠାରେ ୟୁରୋପରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ୪୦୦୦ ଆଇସିୟୁ ବେଡ୍ ଅଛି ।

ଆଫ୍ରିକୀୟ ଦେଶଗୁଡିକ ପୂର୍ବରୁ ଡାକ୍ତରଖାନା ଏବଂ ଚିକିତ୍ସା ସୁବିଧା ଅଭାବର ସମ୍ମୁଖୀନ ହେଉଛନ୍ତି । ଅନେକ କ୍ଷେତ୍ରରେ ମାସ୍କ, ଅମ୍ଳଜାନ, ସାବୁନ୍ ଏବଂ ଜଳର ମଧ୍ୟ ସମସ୍ୟା ରହିଛି । ଏହି କାରଣରୁ ଏହା ଭୟ ରହିଛି ଯେ କରୋନା ସଂକ୍ରମଣ ଅଧିକ କ୍ଷତି ପହଞ୍ଚାଇପାରେ ।

ଆଫ୍ରିକାରେ ବିଶୁଦ୍ଧ ଜଳର ଏତେ ବଡ ସମସ୍ୟା ରହିଛି ଯେ, ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୧୫ ମସିହାରେ ଉପ-ସାହାରା ଆଫ୍ରିକାରେ ମାତ୍ର ୧୫ ପ୍ରତିଶତ ଲୋକଙ୍କ ନିକଟରେ ହାତ ଧୋଇବାର ସୁବିଧା ଥିଲା । ସେହିଭଳି ଲାଇବେରିଆରେ ୨୦୧୭ ମସିହାରେ ୯୭ ପ୍ରତିଶତ ଲୋକଙ୍କ ନିକଟରେ ବିଶୁଦ୍ଧ ଜଳ ଏବଂ ସାବୁନ ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.