ଖୁସି ଖବର : ଏବେ ଏହି ୫ଟି ସ୍ମାର୍ଟଫୋନରେ ଆପଣଙ୍କୁ ମିଳିବ DSLR ଭଳି କ୍ୟାମେରା କ୍ବାଲିଟି
30/11/2019 at 12:55 PM

ନୂଆଦିଲ୍ଲୀ ୩୦/୧୧: ସ୍ମାର୍ଟଫୋନ୍ କଥା କହିବା ଯଦି ଏବେ ମାର୍କେଟରେ ବଢ଼ିଆ ବଢ଼ିଆ ଫୋନ୍ ଲଞ୍ଚ ହେଉଛି। କିନ୍ତୁ ଯେତେବେଳେ ସେଲ୍ଫି ଲଭରଙ୍କ କଥା ଆସୁଛି ସେତେବେଳେ ଆମେ ଚିନ୍ତାରେ ପଡ଼ି ଯାଇଥାଉ ଯେ କେଉଁ ଫୋନ୍ କିଣିବା। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ୫ଟି ଫୋନ୍ ବିଷୟରେ କହିବୁ ଯାହାର କ୍ୟାମେରା କ୍ବାଲିଟି ବହୁତ ମସ୍ତ।

୧. ନୋକିଆ ୭.୨ : ଆପଣ ଏହି ସ୍ମାର୍ଟଫୋନକୁ ବେସ୍ ପ୍ରାଇସ୍ ୧୮,୫୯୯ଟଙ୍କାରେ କିଣି ପାରିବେ। ନୋକିଆ ୭.୨ରେ ୬.୩ଇଞ୍ଚର ଫୁଲ୍ ଏଚଡି ସହ କ୍ଲିୟର ଡିସପ୍ଲେ ରହିଛି। ଏହି ସ୍ମାର୍ଟଫୋନ୍ କ୍ବାଲକମ୍ ସ୍ନ୍ରାପଡ୍ରାଗନ୍ ୬୬୦ ଅକ୍ଟା କୋର ପ୍ରୋସେସର ସହ ଆସିଥାଏ। ସ୍ବାର୍ଟଫୋନର ରିୟରରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି। ଏଥିରେ ୪୮ ମେଗା ପିକ୍ସେଲର ପ୍ରାଇମେରୀ ସେନସର ରହିଛି। ଏହା ବ୍ୟତୀତ ୮ ଏବଂ ୫ ମେଗାପିକ୍ସେଲର ଦୁଇଟି ସେନସର ରହିଛି। ସେଲ୍ଫି ପାଇଁ ଫୋନର ଫ୍ରଣ୍ଟରେ ୨୦ ମେଗାପିକ୍ସେଲ୍ କ୍ୟାମେରା ଦିଆଯାଇଛି।

୨. ରିୟଲମି ଏକ୍ସଟି : ଆପଣ ଏହି ସ୍ମାର୍ଟଫୋନକୁ ୧୫,୯୯୯ଟଙ୍କାରେ କିଣି ପାରିବେ। ରିୟଲମି ଏକ୍ସଟି ସ୍ମାର୍ଟଫୋନର ବ୍ୟାକରେ କ୍ବାଡ-କ୍ୟାମେରା ସେଟଅପ୍ ଦିଆଯାଇଛି। ଅର୍ଥାତ୍ ଫୋନର ବ୍ୟାକରେ ୪ଟି କ୍ୟାମେରା ଦିଆଯାଇଛି। ଫୋନର ବ୍ୟାକରେ ୬୪ମେଗାପିକ୍ସେଲ୍ ମୁଖ୍ୟ କ୍ୟାମେରା ରହିଛି। ଏହା ବ୍ୟତୀତ ଫୋନର ବ୍ୟାକରେ ୮ମେଗାପିକ୍ସେଲ ଓ୍ବାଇଡ ଆଙ୍ଗଲ୍ ସେନସର,୨ମେଗାପିକ୍ସେଲର ମାଇକ୍ରୋ କ୍ୟାମେରା ଏବଂ ୨ମେଗାପିକ୍ସେଲର ଡେପଥ ସେନସର ଦିଆଯାଇଛି। ସ୍ମାର୍ଟଫୋନର ଫ୍ରଣ୍ଟରେ ସେଲ୍ଫି ପାଇଁ ୧୬ମେଗାପିକ୍ସେଲ୍ ସୋନି ଆଇଏମଏକ୍ସ ୪୭୧ ସେନସର ଦିଆଯାଇଛି।

୩. ରେଡମି ନୋଟ୍ ୭ ପ୍ରୋ : ଏହି ଫୋନର ବେସ୍ ପ୍ରାଇସ୍ ୧୧,୯୯୯ଟଙ୍କା। ରେଡମି ନୋଟ୍ ୭ ପ୍ରୋ ର ରିୟରରେ ଆପଣଙ୍କୁ ୪୮ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ସହ ୫ମେଗାପିକ୍ସେଲର ସେକେଣ୍ଡାରି କ୍ୟାମେରା ମିଳିବ। ସେଲ୍ଫି ପାଇଁ ଫୋନରେ ୧୩ ମେଗାପିକ୍ସେଲର କ୍ୟାମେରା ରହିଛି। ପ୍ରୋସେସର କଥା କହିବା ଯଦି ଆପଣଙ୍କୁ ଫୋନରେ କ୍ବାଲକମ୍ ସ୍ନାପଡାଗ୍ରନ୍ ୬୭୫ ଚିପସେଟ୍ ମିଳିବ। ଏହା ଆଡ୍ରେନୋ ୬୨ଜିପିୟୁ ସହ କାମ କରିଥାଏ। ଫୋନକୁ ପାଓ୍ବାର ଦେବା ପାଇଁ ଏଥିରେ ୪୦୦୦ଏମଏଏଚ ବ୍ୟାଟେରୀ ଦିଆଯାଇଛି।

୪.ମୋଟୋରଲା ଓ୍ବାନ୍ ଭିଜନ୍ : ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୧୯,୯୯୯ଟଙ୍କା ରହିଛି। ଫୋନର ବ୍ୟାକରେ ୪୮ମେଗାପିକ୍ସେଲ୍ ଏବଂ ୫ମେଗାପିକ୍ସେଲ୍ କ୍ୟାମେରା ରହିଛି। ୪୮ମେଗାପିକ୍ସେଲର ରିୟର କ୍ୟାମେରା କ୍ବାଡ ପିକ୍ସେଲରେ ଆସିଥାଏ। ଏହା ସହିତ, କ୍ୟାମେରାରେ ଏକ ନାଇଟ ମୋଡ ମଧ୍ୟ ଆସିଛି,ଯାହାକୁ ନାଇଟ୍ ଭିଜନ୍ ନାଁ ଦିଆଯାଇଛି। ସେଲଫି ପାଇଁ ସ୍ମାର୍ଟଫୋନରେ ୨୫ମେଗାପିକ୍ସେଲ୍ ଇନ୍-ସ୍କ୍ରିନ୍ କ୍ୟାମେରା ରହିଛି।

୫. ସ୍ୟାମସଙ୍ଗ ଗ୍ୟାଲେକ୍ସି ଏମ୪୦ : ଏହି ଫୋନର ମୂଲ୍ୟ ୧୯,୯୯୦ ଟଙ୍କା। ଫୋନରେ ୩୨+୫+୮ ମେଗାପିକ୍ସେଲ୍ କ୍ୟାମେରା ସେଟଅପ୍ ରହିଛି। ଏଥିରେ ପ୍ରାଇମେରି ସେନସର ବ୍ୟତୀତ ୮ମେଗାପିକ୍ସେଲର ଓ୍ବାଇଡ ଆଙ୍ଗଲ୍ ଏବଂ ୫ମେଗା ପିକ୍ସେଲର ଡେପଥ ସେନସର ରହିଛି। ସେଲଫି ଏବଂ ଭିଡିଓ କଲିଙ୍ଗ ପାଇଁ ଫୋନରେ ୧୬ମେଗାପିକ୍ସେଲ୍ ଫ୍ରଣ୍ଟ କ୍ୟାମେରା ରହିଛି।