ବଲିଉଡର ଏହି ୫ଟି ଫିଲ୍ମର ସିନକୁ ଦେଖି ରାଗିଯାଇଥିଲେ ଲୋକେ : କରିଥିଲେ ବିରୋଧ ପ୍ରଦର୍ଶନ

Published By : Prameya-News7 Bureau | July 28, 2019 IST

ମୁମ୍ବାଇ ୨୮/୭: ଆଜି ଆମେ ବଲିଉଡର ୫ଟି ଏପରି ଫିଲ୍ମ ବିଷୟରେ ଜାଣିବା ଯାହାର ସିନ୍ ଦେଖି ଦର୍ଶକମାନେ ରାଗିଯାଇଥିଲେ ଏବଂ ସେହି ଫିଲ୍ମଗୁଡ଼ିକୁ ବିରୋଧ କରିଥିଲେ।

{"id":138116}

୧.ବର୍ଫି : ‘ବର୍ଫି’ ଫିଲ୍ମରେ ହଲିଉଡ ଫିଲ୍ମର ଅନେକ ସିନ୍ କପି କରାଯାଇଥିଲା ଯାହା ଫଳରେ ଭାରତୀୟ ଦର୍ଶକମାନେ ଏହି ଫିଲ୍ମକୁ ସମାଲୋଚନା କରିଥିଲେ। ଏହି ଫିଲ୍ମକୁ ନ ଦେଖିବା ପାଇଁ ଲୋକଙ୍କୁ କହିଥିଲେ।

{"id":138117}

୨.ସିଦ୍ଧାର୍ଥ : ଶଶି କପୁରଙ୍କ ଏହି ଫିଲ୍ମରେ ଅତ୍ୟଧିକ ବୋଲ୍ଡ ସିନ୍ ରହିଥିଲା ଯାହାକୁ ଦେଖି ଦର୍ଶକଗଣ ଅସନ୍ତୁଷ୍ଟ ହୋଇଥିଲେ। ଏହାକୁ ଜବରଦସ୍ତ ବିରୋଧ କରାଯାଇଥିଲା।

{"id":138118}

୩.ପଦ୍ମାବତ : ଏହି ଫିଲ୍ମରେ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ପାଦୁକୋଣ ଘୁମର ଗୀତରେ ଡ୍ୟାନ୍ସ କରିଥିଲେ। ଯାହା ଫଳରେ କରଣୀ ସମାଜର ଲୋକେ କହିଥିଲେ ଏହା ଦ୍ବାରା ରାଣୀ ପଦ୍ମିନୀଙ୍କ ପ୍ରତି ଅପମାନ ପ୍ରଦର୍ଶନ କରାଯାଇଛି। କରଣୀ ସେନା ଏହାକୁ ଘୋର ବିରୋଧ କରିଥିଲେ।

{"id":138119}

୪.ଓ ମାଇ ଗଡ : ଏହି ଫିଲ୍ମରେ ପରେଶ ରାଓ୍ବଲ ମନ୍ଦିର ଏବଂ ଭଗବାନଙ୍କ ବିରୋଧରେ ଅପମାନ ଜନକ କଥା କହିଥିଲେ ଯାହା ଫଳରେ ଏହି ଫିଲ୍ମକୁ ଘୋର ବିରୋଧ କରାଯାଇଥିଲା। କିନ୍ତୁ ତଥାପି ଲୋକେ ଏହି ଫିଲ୍ମକୁ ଦେଖିଥିଲେ ଏବଂ ଏହି ଫିଲ୍ମକୁ ଦେଖିବା ପରେ ଲୋକେ ଏହି ଫିଲ୍ମକୁ ଖୁବ୍ ପସନ୍ଦ କରିଥିଲେ।

{"id":138120}

୫. ପିକେ: ଏହି ଫିଲ୍ମର ଏକ ସିନରେ ଦେଖାଯାଇଥିଲା ଯେ ଆମୀର ଖାନ୍ ଶିବ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଏକ ବାଥରୁମରେ ବନ୍ଦ କରି ଦେଉଛନ୍ତି। ଅନେକ ଲୋକ ଏହି ଫିଲ୍ମକୁ ଅପମାନ ଜନକ ବୋଲି କହିଥିଲେ ଏବଂ ଭାରତୀୟ ଦେବତାଙ୍କ ବିରୋଧରେ ଏହି ଫିଲ୍ମକୁ ଖୁବ୍ ସମାଲୋଚନା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.