୧୯୯୪ ମସିହାରେ ଏହି ଆଇପିଏସ ଅଧିକାରୀଙ୍କ ଗୋଟିଏ ବ୍ରହ୍ମ ଚାପୁଡାରେ ସତ ଓଗାଳିଥିଲା ଜୈସର ମୁଖ୍ୟ ମସୁଦ ଅଜହର

Published By : Prameya-News7 Bureau | February 22, 2019 IST

ପୁଲୱାମା ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଓ ଜୈସ-ଏ- ମହମ୍ମଦ ସଂଗଠନର ମୁଖ୍ୟ ମସୁଦ ଅଜହର ପାକିସ୍ତାନରେ ଅଛି। ସେଠାରେ ରହିବା ପାଇଁ ତାକୁ ପାକିସ୍ତାନ ସାହାଯ୍ୟ କରୁଛି। ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ମସୁଦ କିନ୍ତୁ ସ୍ବଭାବତଃ ଭାରି ଡରୁଆ। ଏକଦା ଭାରତର ଜଣେ ଆଇପିଏସ ଅଫିସରଙ୍କର ଗୋଟେ ଚାପୁଡା ଖାଇ ସବୁ ଗୁପ୍ତ ରାଜ ଖୋଲିଦେଇଥିଲା ମସୁଦ।

{"id":87581}

ମସୁଦକୁ ୧୯୯୪ ମସିହାରେ ଭାରତ ଗିରଫ କରିଥିଲା

ପାକିସ୍ତାନରେ ଖୋଲା ବୁଲୁଥିବା ଏହି ଆତଙ୍କବାଦୀକୁ ଭାରତରେ ଆରେଷ୍ଟ କରିଥିଲା। ୧୯୯୪ ମସିହାରେ ଏହି ଆତଙ୍କବାଦୀ ଆରେଷ୍ଟ ହୋଇଥିଲା। ମସୁଦ ପର୍ତୁଗାଲର ପାସପର୍ଟ ଦ୍ୱାରା ବାଙ୍ଗଲାଦେଶ ରାସ୍ତାରୁ ଭାରତରେ ପଶି କଶ୍ମୀର ପହଞ୍ଚିଥିଲା। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରୁ ୧୯୯୪ ମସିହା ଫେବୃଆରୀ ମାସରେ ତାକୁ ଗିରଫ କରାଯାଇଥିଲା।  

{"id":87579,"width":593,"height":370}

ଏହି ଆଇପିଏସଙ୍କ ମାଡ ସହିପାରିନଥିଲା

ଆଇପିଏସ ଅବିନାଶ ମହନାନେ ଏହି ଆତଙ୍କବାଦୀକୁ ଗିରଫ କରିଥିଲେ। ଗିରଫ ପରେ ପଚରା ଉଚରା ଆରମ୍ଭ କରିବାରୁ ସେ ଅନେକ ସିକ୍ରେଟ ପ୍ରକାଶ କରିଥିଲା । ପଚରା ଉଚରା କରିବା ସମୟରେ ଗୋଟେ ଚାପଡା ପଡିଲା ପରେ ସବୁ ଗୁଇଦା ସୂଚନା ଓଗାଲିତିଲା ମସୁଦ। ଇଂଡିୟାନ ଏୟାରଲାଇନ୍ସର ଆଇସି-୮୧୪ ବିମାନର ହାଇଜାକ ପରେ ଏହି ଆତଙ୍କବାଦୀକୁ ମୁକ୍ତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.