Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

୧୯୬୨ରେ ଚୀନ୍ ଆଜିର ଦିନରେ ଭାରତ ଉପରେ କରିଥିଲା ଆକ୍ରମଣ, ଅକ୍ସାଇ ଚୀନ ଉପରେ କରିଥିଲା କବ୍‌ଜା

20/10/2020 at 7:52 PM

ନୂଆଦିଲ୍ଲୀ ୨୦।୧୦: ଆଜି ହେଉଛି ଅକ୍ଟୋବର ୨୦। ଆଜିର ଦିନରେ ଇତିହାସରେ ଅନେକ ଘଟଣା ଘଟିଛି। ଯାହାର ପ୍ରଭାବ ଆଗାମୀ ଦିନରେ ପରବର୍ତ୍ତୀ ପିଢି ଉପରେ ପଡିଛି। ୧୯୬୨ ଅକ୍ଟୋବର ୨୦ ଆଜିର ତାରିଖରେ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ୧୪ ହଜାର ଫୁଟ୍‌ରୁ ଅଧିକ ଉଚ୍ଚତା ସ୍ଥାନରେ ଲଢା ଯାଇଥିଲା। କିନ୍ତୁ ଏହି ଯୁଦ୍ଧରେ ଉଭୟ ପକ୍ଷରୁ ନୌସେନା କିମ୍ବା ବାୟୁସେନା ବ୍ୟବହାର  ହୋଇନଥିଲା।

ଅକ୍ସାଇ ଚୀନ ଇଲାକା କବ୍‌ଜା କଲା ଚୀନ

ଭାରତ-ଚୀନ ମଧ୍ୟରେ ଏହି ଯୁଦ୍ଧରେ ଭାରତ ପକ୍ଷରୁ ୧୦-୧୨ ହଜାର ସୈନିକ ମଇଦାନରେ ଥିବା ବେଳେ ଚୀନ ପକ୍ଷରୁ ପ୍ରାୟ ୮୦ ହଜାର ସୈନିକ ଲଢୁଥିଲେ। ଚୀନ ଅକ୍ସାଇ ଚୀନ ଉପରେ ସଂପୂର୍ଣ୍ଣ କବ୍‌ଜା କରିବା ପରେ ୧୯୬୨ ନଭେମ୍ବର ୨୧ରେ ଯୁଦ୍ଧ ବିରାମ ଘୋଷଣା କରାଯାଇଥିଲା।

ଚୀନର ଯୁଦ୍ଧ ବିରାମ ପରେ ଏହି ଏକତରଫା ଯୁଦ୍ଧର ପରିସମାପ୍ତି ଘଟିଥିଲା। ଏହି ଯୁଦ୍ଧରେ ଆନୁଷ୍ଠାନିକ ଭାବେ ଭାରତର ୧୩୮୮ ଯବାନ ଏବଂ ଚୀନର ୭୨୨ ଯବାନଙ୍କ ମୃତ୍ୟୁ ଘଟିଥିଲା। ଧୋକାରେ ଅଚାନକ ହୋଇଥିବା ଆକ୍ରମଣରେ ଭାରତ ପ୍ରାୟ ୩୮ ହଜାର ବର୍ଗ କିମିର ଅକ୍ସାଇ ଚୀନ ଅଞ୍ଚଳକୁ ହରାଇଥିଲା। ଯାହାର ପୀଡା ଆଜି ମଧ୍ୟ ପ୍ରତ୍ୟେକ ଭାରତବାସୀଙ୍କ ମନରେ ରହିଛି।

ସୂଚନାଯୋଗ୍ୟ ଦୀର୍ଘ ୫ ମାସ ହେବ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଜୁନ ୧୪ ରାତିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ରୁ ଉର୍ଦ୍ଧ୍ଵ ଯବାନଙ୍କ ପ୍ରାଣହାନୀ ଘଟିଥିଲା। ଏହି ଘଟଣା ପରଠୁ ଉତ୍ତେଜନା ଚରମରେ ରହିଛି। ୧୯୬୨ ପରଠୁ ପ୍ରଥମ ଚୀନ ଓ ଭାରତ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଦୁଇ ଦେଶ ମଧ୍ୟରେ ୭ ଥର କୋର କମାଣ୍ଡରସ୍ତରୀୟ ବୈଠକ ପରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ।

   Related Posts