Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରୋନାରେ ଦୁନିଆ ହାହାକାର: ୭ ଲକ୍ଷ ଟପିଲା ସଂକ୍ରମିତ ସଂଖ୍ୟା, ୩୫ ହଜାରରୁ ଅଧିକ ମୃତ୍ୟୁ

30/03/2020 at 10:37 PM

ପ୍ୟାରିସ୍ ୩୦।୦୩:   କରୋନା ଭାଇରସ୍‌ ମହାମାରୀ ବ୍ୟାପିବା ପରଠୁ ଦୁନିଆରେ ଏହି ରୋଗରେ ଆନୁଷ୍ଠାନିକ ଭାବେ ସାତ ଲକ୍ଷରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ମୃତକଙ୍କ ସଂଖ୍ୟା ୩୫  ହଜାର ଟପିଛି। ସୋମବାର ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୧୮୩ଟି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୧୫ ହଜାର ୨୯୪କୁ ବୃଦ୍ଧି ଘଟିଛି। ଏହା ସହିତ  ୩୫ ହଜାର ୩୦୭ ଲୋକଙ୍କ ମୃତ୍ୟୁ ଘଟିଛି।

ଏଏଫପି ଦ୍ଵାରା ପ୍ରସ୍ତୁତ ତଥ୍ୟ ଅନୁଯାୟୀ ଆମେରିକାରେ ଏହି ରୋଗରେ ଏକ ଲକ୍ଷ ୪୩ ହଜାର ୨୫ ଜଣ ସଂକ୍ରମିତ ହୋଇ ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୨୫୧୪ ରହିଛି। ଇଟାଲୀରେ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭, ୬୮୯ ରହିଛି। ୧୦   ହଜାର ୭୭୯ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଦୁନିଆରେ ଏହି ରୋଗରେ ସର୍ବାଧିକ ମୃତ୍ୟୁ ଇଟାଲୀରେ ଘଟିଛି। ପ୍ରଧାନମନ୍ତ୍ରୀ ଗ୍ୟୁସେପ୍ କୋନ୍ତେଙ୍କ ସରକାର ଇଟାଲୀବାସୀଙ୍କୁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଅନ୍ୟପଟେ ସ୍ପେନରେ ୨୪ ଘଣ୍ଟାରେ କରୋନା ଭାଇରସ୍‌ରେ ୮୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମୋଟ୍ ସଂଖ୍ୟା ୭୩୪୦କୁ ଛୁଇଁଛି। ଦୁନିଆରେ ଇଟାଲୀ ପରେ ସବୁଠୁ ଅଧିକ ପ୍ରଭାବିତ ଦେଶ ହେଉଛି ସ୍ପେନ। ସ୍ପେନରେ ରବିବାର ୮୩୮ ଜଣଙ୍କ ମୃତ୍ୟୁ ଘଟିଛି।

ସେହି ପରି ଇରାନରେ କରୋନା ଭାଇରସ୍ କାରଣରୁ ସୋମବାର ୧୧୭ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥିରେ ମୃତକଙ୍କ ସଂଖ୍ୟା ୨,୭୫୭କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ, ରବିବାର ଏହି ଭାଇରସରେ ୩୧୮୬ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୧,୪୯୫ରେ ପହଞ୍ଚିଛି।

 ନ୍ୟୁୟର୍କରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ଏକ ହଜାର ଟପି ସାରିଛି। ଆମେରିକାରେ ନ୍ୟୁୟର୍କ କରୋନା ଆକ୍ରାନ୍ତଙ୍କ ହବରେ ପରିଣତ ହୋଇଛି। ଆମର ପଡୋଶୀ ଦେଶ ପାକିସ୍ତାନରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୬୨୫ ଛୁଇଁଛି। ଉଲ୍ଲେଖଯୋଗ୍ୟ ଭାରତରେ ସଂକ୍ରମିତଙ୍କ ସଂକ୍ୟା ୧୩୦୬ ହୋଇଥିବା ବେଳେ ୩୮ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।

   Related Posts