ବିବାହ କରିଥିବା ମନ୍ଦିରକୁ ଆସି ଆତ୍ମହତ୍ୟା କଲେ ନବବଧୂ

Published By : Prameya-News7 Bureau | September 30, 2019 IST

ସମାନା୩୦|୯: ପଞ୍ଜାବର ସମାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୂଜାରୀଙ୍କ ଘରେ ରହୁଥିବା ନବ ବିବାହିତା ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇ ଡିଏସ୍‌ପି ଯଶବନ୍ତ ସିଂହ ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପଞ୍ଚିଥିଲେ। ଶବକୁ ଜବତ କରାଯିବା ସହ ବ୍ୟବଚ୍ଛେଦ ଲାଗି ହସ୍ପିଟାଲକୁ ପଠାଯାଇଛି।

ତଦନ୍ତ ଅଧିକାରୀଙ୍କ ସୂଚନା ଅନୁସାରେ, ଅଗ୍ରୱାଲ କଲୋନୀର ହନୁମାନ ମନ୍ଦିର ପୂଜାରୀ  ରାମପାଲଙ୍କ ଶଳା ଅନୀଲ କୁମାର ଓ ତାଙ୍କ ପତ୍ନୀ ଆରତୀ ଦୁହେଁ ୧୫ ଦିନ ହେଲା ସେଠାରେ ରହୁଥିଲେ। ସକାଳେ ଆରତୀ ଗାଧୋଇବା ଲାଗି ବାଥରୁମକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ନ ବାହାରିବାରୁ  ଅନୀଲ କବାଟ ବାଡ଼େଇବା ଥିଲେ। ଏହା ସତ୍ତ୍ୱେ ପତ୍ନୀ କବାଟ ନଖୋଲିବାରୁ ଅନିଲ କବାଟ ଭାଙ୍ଗି ଦେଇଥିଲେ। ସେଠାରେ ସେ ଆରତୀଙ୍କୁ ଗଳାରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। 

ଘଟଣା ନେଇ ଆରତୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ପୋଲିସ ସୂଚନା ପାଇବା ପରେ ଡିଏସପି ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ  ବ୍ୟବଚ୍ଛେଦଲାଗି ହସ୍ପିଟାଲକୁ ପଠାଇ ମାମଲାର ତଦନ୍ତ ଜାରି ରଖିଛନ୍ତି। ତେବେ ସୂଚନା ଯୋଗ୍ୟତେ ଅନୀଲ ଓ ଆରତୀଙ୍କର ଏହି ମନ୍ଦିରରେ ବିବାହ ହୋଇଥିଲା। ତେବେ ସେହି ମନ୍ଦିର ପରିସରରେ ଆରତୀଙ୍କ ଆତ୍ମହତ୍ୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.