ରାଜ୍ୟସଭା ରେସ୍‌ରେ କେବଳ ବିଜେଡ଼ି, ସଂଖ୍ୟା ନାହିଁ କହି ପଛେଇଲେ ବିରୋଧୀ ଦଳ ନେତା, କଂଗ୍ରେସ କହିଲା, ଶଙ୍ଖ-ପଦ୍ମ ଡିଲ୍

Published By : Prameya-News7 Bureau | March 11, 2020 IST

ଭୁବନେଶ୍ବର୧୧/୩: ବୁଧବାର ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ  ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ। ସେପଟେ, ବିରୋଧୀ ଦଳ ନେତା କହିଲେ, ଜିତିବା ପାଇଁ ଆମର ସଂଖ୍ୟା ନାହିଁ, ତେଣୁ  ଆମେ ଲଢ଼ିବୁନି। ଛିଗୁଲେଇଲା କଂଗ୍ରେସ । କହିଲା ବିଜେପି-ବିଜେଡି ଭାଇ ଭାଇ। ଦୁଇ ଦଳ ମଧ୍ୟରେ ଡିଲ୍ ହୋଇଛି,  ତେଣୁ ବିଜେପି ପ୍ରାର୍ଥୀ ଦେଉନି।

{"id":236738,"sizeSlug":"large"}

୪ଟି ରାଜ୍ୟସଭା ଆସନ ପ୍ରାର୍ଥିପତ୍ର ଦାଖଲ କଲେ ୪ ବିଜେଡି ପ୍ରାର୍ଥୀ।  ୪କୁ ୪ ଜିତିବା ରାସ୍ତା ପରିଷ୍କାର। କାରଣ ବିରୋଧୀ ଦେଲେନି ପ୍ରାର୍ଥୀ। ତେବେ ପ୍ରାର୍ଥୀ ଦେବାର କ୍ଷମତା ଥିବା ସତ୍ତ୍ବେ କାହିଁକି ନିର୍ବାଚନରୁ ଦୂରେଇଲା ବିଜେପି। ରାଜ୍ୟସଭା ପ୍ରାର୍ଥୀପତ୍ର ପାଇଁ ୧୦ ଜଣ ବିଧାୟକଙ୍କ ସମର୍ଥନ ଦରକାର ।

{"id":236739,"sizeSlug":"large"}

କିନ୍ତୁ, ବିଧାନସଭାରେ ୨୩ ବିଧାୟକ ଥାଇ ମଧ୍ୟ ବିଜେପି ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ନୋମିନେସନ କରିବାର ସଂଖ୍ୟା ଅଛି। ହେଲେ ଜିତିବାର ସଂଖ୍ୟା ନାହିଁ।

{"id":236742,"sizeSlug":"large"}

ତେଣୁ, ଲଢ଼ି ପରାଜିତ ହୋଇ ଅପଦସ୍ତ ହେବୁ କାହିଁକି ? ମାତ୍ର, ବିଜେପି-ବିଜେଡି ଭିତରେ ଡିଲ ଯୋଗୁଁ ବିଜେପି ପ୍ରାର୍ଥୀ ଦେଉନି ବୋଲି ଆକ୍ଷେପ କରିଛି କଂଗ୍ରେସ । ସେପଟେ, ରାଜ୍ୟସଭା ଆସନ ପାଇଁ ବିଜେପି ସହ କୌଣସି ଡିଲ୍ ହୋଇ ନଥିବା ସ୍ପଷ୍ଟ କରିଛି ବିଜେଡି ।

{"id":236740,"sizeSlug":"large"}

ବିଜୁ ଜନତା ଦଳର ଚାରି ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ୪ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଚତୁର୍ଥ ଆସନ ପାଇଁ କୌଣସି ଦଳ ପାଖରେ ସଂଖ୍ୟା ନାହିଁ । କିନ୍ତୁ,ବିଜେପି ପ୍ରାର୍ଥୀ ନଦେବା କାରଣରୁ ବିଜେଡିର ୪ ଜଣ ଯାକ ପ୍ରାର୍ଥୀଙ୍କ ଦିଲ୍ଲୀ ଯାତ୍ରାକୁ ସହଜ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.