ପୂଜା ମଣ୍ଡପରେ କରୋନା କଟକଣାକୁ ଫୁ, ପ୍ରଶାସନ ନିରବଦ୍ରଷ୍ଟା

Published By : Prameya-News7 Bureau | October 13, 2021 IST

ନୀଳଗିରି ୧୨/୧୦: ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଅଂଚଳରେ କୋଭିଡ କଟକଣା ଉଲଘଂନ କରି ଚାଲିଛି ଦୁର୍ଗାପୂଜା। ଆଜି ମାଙ୍କ ଅଷ୍ଟମୀ ପୂଜା ସମୟରେ ଶତାଧିକ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି। ଓଡିଶା ସରକାରଙ୍କ ଗାଇଡ ଲାଇନ ଅନୁସାରେ ମଣ୍ଡପରେ ମୂର୍ତିର ଉଚ୍ଚତା ଚାରି ଫୁଟରୁ ଅଧିକ ନହେବା ନେଇ ନିଷ୍ପତି ହୋଇଥିଲା। ପରେ ଘଟଣାକୁ ନେଇ ମାନ୍ୟବର ହାଇକୋର୍ଟରେ ମାମଲା ରୁଜୁହେବା ପରେ ମଧ୍ୟ କୋର୍ଟ ସରକାରଙ୍କ ନିଷ୍ପତ୍ତି ବଳବତ୍ତ ରଖିଥିଲେ।

ହେଲେ କଟକଣା କୁ ଉଲଘଂନ କରି ଏଠାରେ ମୂର୍ତ୍ତି ବହୁ ଉଚ୍ଚତା ହୋଇଥିବା ଦେଖିବାକୁ ମିଳିଛି। ଆସୁଥିବା ଲୋକମାନେ ମୁହଁରେ ମାସ୍କ ପିନ୍ଧି ନଥିବା ବେଳେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ମଧ୍ୟ ନଥିଲା। ଏ ନେଇ ସ୍ଥାନୀୟ ଲୋକେ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିଲେ ବି ପରୋକ୍ଷରେ ଆୟୋଜନ କରିଥିବା ପୂଜା କମିଟି ଏଥିପାଇଁ ଦାୟୀ ବୋଲି କହୁଛନ୍ତି। ଏହି ଗାଁଟି ଈଶ୍ୱରପୁର ଫାଣ୍ଡି ଓ ନୀଳଗିରି ଥାନା ଅଧୀନରେ ଥିବାବେଳେ କେହି ଖବର ଦେବାକୁ ଉଚିତ ମଣିନଥିଲେ। 

{"id":526796,"sizeSlug":"full","linkDestination":"none"}

କୋଭିଡ କଟକଣାକୁ ନମାନି ଏଭଳି ଖୁଲମଖୁଲା ଆଇନ ଉଲଂଘନ କରୁଥିବା ନେଇ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏଭଳି ଭିଡ଼ ଅନେକଙ୍କ ଜୀବନ ବିପଦରେ ପକାଇ ପାରେ। ଏନେଇ ଫାଣ୍ଡି ଅଧିକାରୀ ପାଖରେ ଫାଣ୍ଡି ଥାଇ ମଧ୍ୟ ଚୁପଚାପ ବସିରହିଥିଲେ। ରାତିରେ ମଧ୍ୟ ଲୋକ ଗହଳି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିଲା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିଥିଲେ।ତେବେ ସରକାର ଙ୍କ ନିର୍ଦେଶକୁ ଅବମାନନା କରାଯାଇଥିବା ବେଳେ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.