Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ଖାଇ ଶୋଇଥିଲେ, ରାତିରେ ପେଟ କାମୁଡିଲା କହି ଉଠିଲେ: ସକାଳେ ମିଳିଲା ମା-ପୁଅଙ୍କ ମୃତ ଦେହ, ପରିବାରର ଅଭିଯୋଗ- ହତ୍ୟା କରାଯାଇଛି

4/09/2020 at 6:18 PM

ଉମରକୋଟ ୦୪।୦୯: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ମୂର୍ତୁମା ଗ୍ରାମରେ ଘଟିଛି ଅଘଟଣ। ଗୋଟିଏ ପରିବାର ମାଁ ଓ ପୁଅର ମୃତ ଦେହ ଠାବ କରା ଯାଇଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଉମରକୋଟ ଥାନାରେ ଅଭିଯୋଗ କରାଯାଇଛି।

ମୂର୍ତ୍ତୁମା ଗ୍ରାମର ଗୋଟିଏ ପରିବାରର ମା ଓ ପୁଅଙ୍କ ମୃତଦେହ ଗୋଟିଏ ବଖରାରୁ ମିଳିଛି । ଗତ ରାତିରେ ପରିବାରର ସମସ୍ତେ ଖାଇସାରି ଶୋଇଥିଲେ ମଧ୍ୟ ରାତିରେ ଉଭୟ ମା ଓ ପୁଅ ରୂପାନି ଭତରା  ଓ ପୁଅ ଫୁଲସିଂଙ୍କ ପେଟ ବ୍ୟଥା ହୋଇଥିଲା। ପରେ ପ୍ରଥମେ ପୁଅର ମୃତ୍ୟୁ ହୋଇଥିଲା ଓ ପରେ ମାର ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ଖବର ପାଇ ପହଞ୍ଚିଥିଲେ । ମୃତ ମହିଳା ଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣି ଉମରକୋଟ ଥାନା ରେ ଏକ ଏତଲା ଦିଆଯାଇଛି ।

ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ କଣ ହୋଇଥିପରେ ତାହା ସବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଉମରକୋଟ ତହସିଲଦାର ହିମାଞ୍ଚଳ ମାଝି କହିଛନ୍ତି ।

   Related Posts