Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଧୋକା ଦେଲା ମୌସୁମୀ ! ୧୯ ବର୍ଷରେ ଅଗଷ୍ଟ ମାସରେ ଦେଶରେ ସବୁଠୁ କମ ବର୍ଷା, ମଧ୍ୟ ଭାରତରେ ସ୍ଥିତି ଚିନ୍ତାଜନକ

10/09/2021 at 11:35 PM

ନୂଆଦିଲ୍ଲୀ ୧୦।୦୯: ଚଳିତ ବର୍ଷ ଅଗଷ୍ଟ ମାସରେ ଗତ ୧୯ ବର୍ଷରେ ସବୁଠୁ କମ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଶୁକ୍ରବାର ଜଣାଇଛି ଯେ, ଅଗଷ୍ଟରେ ୨୪ ପ୍ରତିଶତ ବର୍ଷା କମ ହୋଇଛି। ମୌସୁମୀର ଅବଧି ସେପ୍ଟେମ୍ବର ୩୦ରେ ଶେଷ ହେବ।  ବାକି ୨୦ ଦିନରେ କମ  ହୋଇଥିବା ବର୍ଷାର ଭରଣା କେତେ ହେବ, ଏହାକୁ ନେଇ ପାଣିପାଗ ବିଭାଗ କୌଣସି ସୂଚନା ଦେଇ ନାହିଁ। ମୋଟାମୋଟି କହିବାକୁ ଗଲେ ଦେଶରେ ଏଥର କମ୍ ବର୍ଷା ହୋଇଛି। ଏଥିରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଆଇଏମଡି ଅନୁସାରେ, ଦୁର୍ବଳ ମୌସୁମୀ ଅଗଷ୍ଟ ୯ରୁ ୧୬ ଏବଂ ଅଗଷ୍ଟ ୨୩ ରୁ ୨୭ ମଧ୍ୟରେ ସକ୍ରିୟ ରହିଥିଲା। ଏହି ସମୟରେ ଭାରତର ଉତ୍ତର-ପଶ୍ଚିମ, ମଧ୍ୟ ତଥା ଏହାର ଆଖପାଖ ଅଞ୍ଚଳରେ ଏବଂ ପଶ୍ଚିମ  ଉପକୂଳବର୍ତ୍ତୀ ଅଞ୍ଚଳରେ କମ୍ ବର୍ଷା ହୋଇଛି। ସମଗ୍ର ଦେଶରେ ଅଗଷ୍ଟ ମାସରେ ହାରାହାରି ୨୪ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି, ଯାହା ୨୦୦୨ ପରଠୁ ଅର୍ଥାତ ଗତ ୧୯ ବର୍ଷରେ ସବୁଠୁ କମ ବର୍ଷା ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ ଦେଶରେ ପ୍ରବେଶ କରିଥାଏ ଏବଂ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଜୁନ ମାସରେ ୧୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିଲା। ହେଲେ ଜୁଲାଇ ଏବଂ ଅଗଷ୍ଟ ମାସରେ କ୍ରମଶଃ ୭ ଏବଂ ୨୪ ପ୍ରତିଶତ କମ ବର୍ଷା ହୋଇଛି।

ମଧ୍ୟ ଭାରତରେ ୩୯ ପ୍ରତିଶତ କମ ବର୍ଷା

ପାଣିପାଗ ବିଭାଗ ଅନୁଯାୟୀ, ଅଗଷ୍ଟରେ ଦେଶରେ ସ୍ଵାଭାବିକଠୁ ୨୪ ପ୍ରତିଶତ କମ ବର୍ଷା ହୋଇଛି। ବିଶେଷ କରି ମଧ୍ୟ ଭାରତରେ ସ୍ଥିତି ଚିନ୍ତାଜନକ ରହିଛି। ଏହି ଅଞ୍ଚଳରେ ୩୯ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଏହି ନିଅଣ୍ଟିଆ ବର୍ଷା ତାଲିକାରେ ଦେଶର ମହାରାଷ୍ଟ୍ର, ଗୁଜରାଟ, ଗୋଆ, ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ଓଡିଶାର ବଡ କ୍ଷେତ୍ର ସାମିଲ୍।

   Related Posts