Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାତି ଅଧରେ ଡାକ୍ତରଙ୍କ ଘରେ ପଶିଲା ଜଙ୍ଗଲି ଭାଲୁ

21/08/2020 at 7:43 AM

ଭବାନୀପାଟଣା୨୧/୮: ରାତି ଅଧରେ ଡାକ୍ତରଙ୍କ ଘରେ ପଶିଲା ଭାଲୁ।  ଭବାନୀପାଟଣା ସହରରେ ପୁଣି ଏକ ଜଙ୍ଗଲି ଭାଲୁ ବୁଲୁଥିବାର ଦେଖାଯାଇଛି। ବିଳମ୍ବିତ ରାତିରେ ସହର ଭିତରକୁ ଭାଲୁଟି ପଶିଥିଲା। ଜଣେ ଜନୈକ ଡ଼ାକ୍ତରଙ୍କ ଘରେ ଭାଲୁଟି ପଶିଯାଇଥିଲା। ଏ ସଂପର୍କରେ ବନ ବିଭାଗ ଖବର ପାଇବା ପରେ  ଘଟଣାସ୍ଥଳରେ ପହଁଞ୍ଚି ଭାଲୁକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।  ଗତ ୧୫  ତାରିଖରେ ମଧ୍ୟ  ଗୋଟେ ଜଙ୍ଗଲି ଭାଲୁ ସହରକୁ ପଶିଥିଲା। ଯାହାକୁ ବନବିଭାଗ କାବୁ କରି ଜଙ୍ଗଲରେ ଛାଡି ଥିଲା‌। ପୁଣି ଥରେ ଏଭଳି ଘଟଣା ଘଟିଛି।

   Related Posts