୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୭୦୬ ଆକ୍ରାନ୍ତ, କଟକରୁ ସର୍ବାଧିକ

Published By : Prameya-News7 Bureau | September 10, 2020 IST

ଭୁବନେଶ୍ଵର ୧୦।୦୯: ଅନଲକ୍‌ର ଚତୁର୍ଥ ପର୍ଯ୍ୟାୟରେ ଅନେକ ଗତିବିଧିରେ କୋହଳ ହେବା ପରଠୁ ଗତ ଅନେକ ଦିନ ଧରି ରାଜ୍ୟରେ ଦୈନିକ ୩ ହଜାରରୁ ଉର୍ଦ୍ଧ୍ଵ ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛନ୍ତି। ଯେଉଁ ପରିମାଣରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ପରି ଆରୋଗ୍ୟ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୬ ଜଣ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ଏହା ପରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ୧କୁ ବୃଦ୍ଧି ଘଟିଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍‌ ଯୋଗେ ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ କଟକ  ଜିଲ୍ଲାରୁ ସର୍ବାଧିକ ୪୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡରୁ ୧୫୨, ବରଗଡରୁ ୧୩୯, ପୁରୀରୁ ୧୩୨, ରାୟଗଡାରୁ ୧୦୧, ଝାରସୁଗୁଡାରୁ ୯୩,  ଯାଜପୁରରୁ ୯୨, କେନ୍ଦୁଝରରୁ ୮୨, ସମ୍ବଲପୁରରୁ ୮୧, ଜଗତସିଂହପୁରରୁ ୭୫, କେନ୍ଦ୍ରାପଡାରୁ ୬୬, ଢେଙ୍କାନାଳରୁ ୬୫, କୋରାପୁଟରୁ ୬୫ ଆକ୍ରାନ୍ତ କରୋନା ମୁକ୍ତ ହୋଇଛନ୍ତି।

ଏହି ପରି ଭଦ୍ରକରୁ ୫୩, ନବରଙ୍ଗପୁରରୁ ୫୨,  ବାଲେଶ୍ଵରରୁ ୩୮, ସୁନ୍ଦରଗଡରୁ ୩୪, କଳାହାଣ୍ଡିରୁ ୩୩, ମାଲକାନଗିରିରୁ ୨୭, ବଲାଙ୍ଗିରରୁ ୨୫, ସୋନପୁରରୁ ୨୪, ବୌଦ୍ଧରୁ ୨୩, ନୂଆପଡାରୁ ୨୩, କନ୍ଧମାଳରୁ ୨୦, ଗଜପତିରୁ ୧୮, ଅନୁଗୁଳରୁ ୧୭ ଓ ଦେବଗଡରୁ ୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧,୩୯,୧୨୧କୁ ବୃଦ୍ଧି ଘଟିଛି। ଆଉ ୧୧ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଆଜି ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୧ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.