ରାଜଧାନୀରେ ମାଡି ଚାଲିଛି ସ୍ଥାନୀୟ ସଂକ୍ରମଣ, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୧୭ ଆକ୍ରାନ୍ତ, ସୁସ୍ଥ ହେଲେ ୩୧୨

Published By : Prameya-News7 Bureau | September 27, 2020 IST

ଭୁବନେଶ୍ଵର ୨୭।୦୯: ସବୁ ପ୍ରକାରର ପଦକ୍ଷେପ ଏବଂ ଉଦ୍ୟମ ପରେ ବି କରୋନା ସଂକ୍ରମଣରେ ବ୍ରେକ୍ ଲାଗୁନି। ଦୈନିକ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷ କରି ଖୋର୍ଦ୍ଧା ଓ କଟକ ଜିଲ୍ଲା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ଏହି ଦୁଇ ଜିଲ୍ଲାରୁ ପ୍ରତିଦିନ ହଜାରେରୁ ଅଧିକ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେଥିରୁ ସର୍ବାଧିକ କେସ୍‌ ହେଉଛି କେବଳ ରାଜଧାନୀ ଭୁବନେଶ୍ଵରରୁ। ଭୁବନେଶ୍ଵରରେ ସ୍ଥାନୀୟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୧୭ ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛନ୍ତି।

wp:html /wp:html

ବିଏମସି ଅନୁଯାୟୀ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ଚିହ୍ନଟ ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ମାତ୍ର ୬୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୫୫ ରହିଛି। ଲୋକାଲ କେସ୍‌  ହିଁ ବିଏମସି ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ମିଶାଇ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨୦,୮୫୫ରେ ପହଞ୍ଚିଛି।

ଅନ୍ୟପଟେ ଆଶ୍ଵସ୍ତିକର କଥା ଯେଉଁଭଳି ରୋଗୀ ଚିହ୍ନଟ ହେଉଛନ୍ତି ସେହି ସଂଖ୍ୟାରେ ମଧ୍ୟ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ଆଜି ୩୧୭ ଚିହ୍ନଟ ହୋଇଥିବା ବେଳେ ୩୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆରୋଗ୍ୟଙ୍କ ସଂଖ୍ୟା ୧୭୧୭୬କୁ ବୃଦ୍ଧି ଘଟିଛି। ମହାମାରୀରେ ଏ ଯାବତ ୮୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସକ୍ରିୟ କେସ୍ ସଂଖ୍ୟା ୩୫୭୬ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.