ବସିଛି ମିଟର, ସରିଛି ତାର ଟଣା, କିନ୍ତୁ ଅନ୍ଧାରେ ଗୁଣୁପୁର ଚନ୍ଦ୍ରପୁରର ବ୍ରାହାଗାଡା ଗାଁ

Published By : Prameya-News7 Bureau | March 03, 2020 IST

ରାୟଗଡ଼ା୩/୩: ସବୁ ଘରକୁ ବିଜୁଳି ଯୋଗାଇବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ବିଜୁ ଗ୍ରାମ୍ୟ ଜ୍ୟୋତି ହେଉ ଅବା ସୌଭାଗ୍ୟ ଯୋଜନା ମାଧ୍ୟମରେ ସବୁ ଗାଁ, ପଡ଼ାକୁ ବିଜୁଳି ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ହେଲେ ଏମିତି ଅଞ୍ଚଳ ରହିଛି ଯେଉଁଠି ବର୍ଷ ବର୍ଷ ଧରି ଖୁଣ୍ଟ ପୋତା ଯାଇ ତାର ଟଣାଯାଇଥିଲେ ବି ବିଦ୍ୟୁତ ସଂଯୋଗ ଦିଆଯାଉନି ।

{"id":232350,"sizeSlug":"large"}

ମିଟର ବସିଛି, ତାର ଟଣା ସରିଛି । ଟ୍ରାନ୍ସଫରମର ବି ବସିଛି । କିନ୍ତୁ ବିଜୁଳି ଆସୁନି । ବିଦ୍ୟୁତ୍ ବିଭାଗର ଏଭଳି ଅଜବ ନୀତି ଦେଖିବାକୁ ମିଳିଛି ଗୁଣୁପୁର ଚନ୍ଦ୍ରପୁରର ବ୍ରାହାଗାଡା ଗାଁରେ । କିଛି ବର୍ଷ ତଳେ ଗାଁରେ ବିଦ୍ୟୁତ୍ ସଂଯେ।ଗ ଦିଆଯାଇଥିଲା ।  

{"id":232351,"sizeSlug":"large"}

ଅନ୍ଧାରୀ ମୂଲକରେ ଲେ।କେ ବିଜୁଳି ଆଲୁଅ ଦେଖି ଲେ।କେ ଉତ୍ସାହିତ ହେ।ଇପଡିଥିଲେ । ଡିବିରି ଆଲୁଅ ଛାଡି ପିଲାମାନେ ବିଜୁଳି ଆଲୁଅରେ ପାଠ ପଢିବେ, ଟିଭିରୁ ଦେଶ ବିଦେଶର ଖବର ମିଳିବ । କିନ୍ତୁ ସେ ଖୁସି ବେଶୀ ଦିନ ରହିଲାନି । ମାତ୍ର ମାସେ ବିଜୁଳି ଆଲୁଅ ଦେଖିବା ପରେ ସଂଯେ।ଗ କାଟିଦିଆଯାଇଛି । ଫଳରେ ବଣ, ଜଙ୍ଗଲ ଘେରା ଗାଁରେ ଅନ୍ଧାରରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ଗାଁ ଲେ।କ ।

{"id":232352,"sizeSlug":"large"}

ସ୍ଥାନୀୟ ପୋକୁରା ଗାଁରେ ବି ସମାନ ସ୍ଥିତି । ଖୁଣ୍ଟ ପେ।ତାଯାଇଛି , ତାର ବି ଯଣା ହେ।ଇଛି । ହେଲେ ବିଜୁଳି ସଂଯେ।ଗ ନାହିଁ । ପ୍ରାୟ ବର୍ଷେରୁ ଅଧିକ ହେବ ବିଦୁତ୍ ସେବାରୁ ବଞ୍ଚିତ ଅଛନ୍ତି ଗାଁ ଲେ।କ । କେବଳ ଏହି ଦୁଇ ଗାଁ ନୁହେଁ ମାଡୁମା, ଖଜୁରୀପଦର, କୁରୁମୁଗୁଡା ଓ ଗର୍ଲାଗୁଡି ଭଳି ପ୍ରାୟ ୮ଖଣ୍ଡ ଗାଁର ଲୋକ ବିଜୁଳି ଆଲୁଅରୁ ବଞ୍ଚିତ । ଏ ନେଇ ସାଉଥକୋର କନିଷ୍ଠ ଯନ୍ତ୍ରୀଙ୍କର ସେହି ଚିରାଚରିତ ଉତ୍ତର । ଖୁବ୍ ଶୀଘ୍ର କନେକ୍ସନ ଦିଆଯିବ । ବିଦ୍ୟୁତ୍ ସଂଯେ।ଗୀ କରଣ ଆଶା ଲେ।କଙ୍କ ମନରୁ ମଉଳି ଗଲାଣି । ଏବେ ଅପେକ୍ଷା କେବେ ଗାଁକୁ ସଂଯେ।ଗ ହେଉଛି ବିଜୁଳି ଆଉ କେବେ ବିଜୁଳି ଆଲୁଅ ପାଉଛନ୍ତି ଲେ।କ ।

{"id":232353,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.