CAPF କ୍ୟାଣ୍ଟିନ୍‌ରୁ ବାଜିଲା ସ୍ଵଦେଶୀର ବିଗୁଲ୍, ୧୦୦୦ରୁ ଅଧିକ ବିଦେଶୀ ସାମଗ୍ରୀ ବର୍ଜନ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧।୦୬: କରୋନା ଭାଇରସ୍‌ ଲକ୍‌ଡାଉନ୍‌ ପରେ ଦେଶର ଅର୍ଥନୀତିକୁ ବଳ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ସ୍ଲୋଗାନ ଦେଇଛନ୍ତି। ଅନ୍ୟପଟେ ଚୀନ ସହ ଏଲଏସିରେ ସୀମା ବିବାଦ ଉଗ୍ର ରୂପ ନେବାରେ ଲାଗିଛି। ତେଣୁ ଦେଶରେ ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ଵଦେଶ ସାମଗ୍ରୀ ବ୍ୟବହାର ନେଇ  ବିଭିନ୍ନ ମହଲରେ ଦାବି ହେଉଛି। ଏହା ମଧ୍ୟରେ କେବଳ ସ୍ଵଦେଶ ସାମଗ୍ରୀ ବ୍ୟବହାର କିମ୍ବା ବିକ୍ରି କରିବା ଅଭିଯାନ ଆର୍ମି କ୍ୟାଣ୍ଟିନରୁ ଆରମ୍ଭ  ହୋଇଛି। ମାଇକ୍ରୋଓ୍ଵେବ୍ ଓଭନଠୁ ନେଇ ଯୋତା ଏବଂ ବ୍ରାଣ୍ଡେଡ୍ ଉତ୍ପାଦ ପରି ଟମି ହିଲଫିଗର ସର୍ଟଠୁ ନେଇ ୧୦୦୦ରୁ ଅଧିକ ପ୍ରକାରର ଆମଦାନୀ ଉତ୍ପାଦ ଏବେ କେନ୍ଦ୍ରୀୟ ପୋଲିସ୍ କଲ୍ୟାଣ ଭଣ୍ଡାର ବା ସିଏପିଏଫ କ୍ୟାଣ୍ଟିନ୍‌ରେ ମିଳିବ ନାହିଁ। ଆଜିଠୁ ଏହି ଆର୍ମି କ୍ୟାଣ୍ଟିନରେ କେବଳ ସ୍ଵଦେଶୀ ସାମଗ୍ରୀ ବିକ୍ରି କରିବାକୁ ନିର୍ଣ୍ଣୟ ନିଆଯାଇଛି।  

{"id":279666,"sizeSlug":"large"}

ଏହି ସବୁ ସାମାନ ହେଲା ବ୍ୟାନ୍‌

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସିଏପିଏଫ କ୍ୟାଣ୍ଟିନରେ ଏବେ କେବଳ ମେଡ୍ ଇନ୍ ଇଣ୍ଡିଆ ବା ଭାରତ ଉତ୍ପାଦିତ ସାମଗ୍ରୀ ହିଁ ବିକ୍ରି କରାଯିବ। ଏହା ବ୍ୟତୀତ ଫେରେରୋ ରୋଶେର, ରେଡ୍ ବୁଲ୍, ଭିକ୍ଟୋରିନୋକ୍ସ, ସଫିଲୋ, ପରି ଉତ୍ପାଦର ଆମଦାନୀ କରୁଥିବା ସାତ କମ୍ପାନୀକୁ କଳାତାଲିକା ଭୁକ୍ତ କରାଯାଇଛି। ସିଏପିଏଫ କ୍ୟାଣ୍ଟିନ ଅନେକ କମ୍ପାନୀର ଉତ୍ପାଦ ନେବାକୁ ମଧ୍ୟ ମନା କରି ଦେଇଛି। ଏହି ସବୁ କମ୍ପାନୀକୁ କିଛି  ଜରୁରୀ ସୂଚନା ଦେବାକୁ କୁହାଯାଇଥିଲା। ହେଲେ କମ୍ପାନୀଗୁଡିକ ନିର୍ଦ୍ଧାରିତ ସମୟରେ ସୂଚନା ଦେଇ ପାରି ନାହାନ୍ତି।

ଗୃହ ମନ୍ତ୍ରଣାଳୟ  ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ଭାରତ ସରକାର ସ୍ଵଦେଶୀ ସାମାନ ପୋଲିସ୍ କ୍ୟାଣ୍ଟିନ ମାଧ୍ୟମରେ ବିକ୍ରି କରିବ। କେନ୍ଦ୍ରୀୟ ପୋଲିସ୍ କ୍ୟାଣ୍ଟିନ୍‌ର ବ୍ୟବହାର ସିଆରପିଏଫ, ବିଏସଏଫ, ଆଇଟିବିପି, ସିଆଇଏସଏଫ, ଏସଏସବି, ଏନଏସଜି ଓ ଆସାମ ରାଇଫଲ୍ସରେ ସେବାରତ ପ୍ରାୟ ୧୦ ଲକ୍ଷ କର୍ମୀଙ୍କ ପ୍ରାୟ ୫୦ ଲକ୍ଷ ସଦସ୍ୟ କରିଥାନ୍ତି। ଏବେ କେନ୍ଦ୍ରୀୟ ପୋଲିସ୍ କଲ୍ୟାଣ ଭଣ୍ଡାରରେ କେବଳ ଶ୍ରେଣୀ ୧ ଓ ଶ୍ରେଣୀ ୨ର ଅନ୍ତର୍ଗତ ଆସୁଥିବା ସାମଗ୍ରୀ ରଖାଯିବ। ଜୁନ ୧ରୁ ଶ୍ରେଣୀ ୩ରେ ଆସୁଥିବା ସାମଗ୍ରୀର ବିକ୍ରି  ବନ୍ଦ କରାଯିବ।

{"id":279667,"sizeSlug":"large"}

କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳର କ୍ୟାଣ୍ଟିନ୍‌ ଆଧାରରେ ପୂରା ଦେଶରେ ୧୭୦୦ରୁ ଅଧିକ କେନ୍ଦ୍ରୀୟ ପୋଲିସ୍ କ୍ୟାଣ୍ଟିନ୍(ସିପିସି)ର ସଞ୍ଚାଳନ ହୋଇଥାଏ। ଏଥିରେ କିରାନା ସାମଗ୍ରୀ, ପୋଷାକ, ଉପହାର ସାମଗ୍ରୀ ଓ ବାହାନ ଏବଂ ଅନ୍ୟ ସାମଗ୍ରୀ ବିକ୍ରି ହୋଇଥାଏ। ସିଏପିଏଫର କ୍ୟାଣ୍ଟିନରେ ବାର୍ଷିକ ୨୮୦୦ କୋଟି ଟଙ୍କାର କାରବାର ହୋଇଥାଏ। ଏହ କ୍ୟାଣ୍ଟିନ ଜରିଆରେ ସେନାର ପ୍ରାୟ ୧୦ ଲକ୍ଷ କର୍ମୀଙ୍କ ପରିବାରଙ୍କୁ ସାମାନ ବିକ୍ରି କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.