Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଗ୍ରୀଷ୍ମ ଋତୁରେ ଗାଡିକୁ କେମିତି ଖରାରୁ ରକ୍ଷା କରିବେ ଜାଣନ୍ତୁ

1/04/2019 at 5:53 PM

ଗ୍ରୀଷ୍ମ ଋତୁରେ ଅଧିକ ଗରମ ହୋଇଥିବାରୁ ଲୋକେ ଏସି କାରରେ ଯିବା ପସନ୍ଦ କରନ୍ତି। କାରଣ ଅଧିକ ଗରମରେ ଏସି ଗାଡିରେ ବୁଲିବା କିମ୍ବା ଯାତ୍ରା କରିବା ଆରାମଦାୟକ ହୋଇଥାଏ। ମେ ଓ ଜୁନ ମାସର ଖରା ଅସହନୀୟ ହୋଇଥାଏ। କିନ୍ତୁ ଏମିତି ଏକ ଉପାୟ ଅଛି ଯାହା ଦ୍ବାରା ସ୍କୁଟର କିମ୍ବା ମୋଟର ସାଇକଲରେ ଯାତ୍ରା କରିଲେ ମଧ୍ୟ ଗରମ ହେବ ନାହିଁ।ଏଥିପାଇଁ କେତେକ ପଦକ୍ଷେପ ନେବା ଦର୍କାର ।

ସ୍କୁଟର କିମ୍ବା ମଟରସାଇକଲରେ ଯିବା ସମୟରେ ହେଲମଟ ନିହାତି ପିନ୍ଦିବା ଆବଶ୍ୟକ । ହେଲମେଟ ଭିତରପଟେ ଏକ ପଲିଥିନ ଦେଇ ଓଦା କପଡା ତାଭିତରେ ରଖି ହେଲମେଟ ପିନ୍ଦିଲେ ଖରାର ରକ୍ଷା ମିଳିବା ସହ ଗରମ ଜଣାପଡିବ ନାହିଁ । ସେହିଭଳି ସନ ଗ୍ଲାସ ମଧ୍ୟ ବ୍ୟବହାର କରାଯାଇପାରିବ । ସ୍କୁଟର କିମ୍ବା ମଟର ସାଇକଲରେ ଯିବାବେଳେ ପବନ ବାଜିବା ହେତୁ ଅଧିକ ଗରମ ଲାଗିନଥାଏ । କିନ୍ତୁ ସୌର ରଶ୍ମୀରେ ଶରୀରର ଖୋଲାଥିବା ଅଂଶ ଟାନିଂ ହୋଇଯାଇଥାଏ । ଏ କ୍ଷେତ୍ରରେ ପୁରା ପୋଷାକ ପରିଧାନ କରିବା ଆବଶ୍ୟକ ।

ସୌର ରଶ୍ମୀ ଖାଲି ଦେହକୁ ଯେତିକି କାଟେ , ପୂରା ପୋଷାକ ପିନ୍ଧିଥିଲେ ସେତିକି ବାଧେ ନାହିଁ । ସ୍କୁଟର କିମ୍ବା ବାଇକରେ ଗଲାବେଳେ କଟନ ଲୁଗା ପିନ୍ଧିବା ଭଲ । ଏପରିକି ଖଦଡ ମଧ୍ୟ ବ୍ୟବହାର କରାଯାଇପାରେ । ଖଦଡ ଦେଖିବାକୁ ମୋଟା ଲାଗୁଥିଲେ ମଧ୍ୟ ଏହା ଖରାଦାଉରୁ ରକ୍ଷା କରିଥାଏ । ଅପେକ୍ଷାକୃତ ଥଣ୍ଡା ମଧ୍ୟ ଲାଗିଥାଏ ।

ସେହିଭଳି କାରରେ ଯାତାୟତ କରୁଥିବା ଲୋକ ମଧ୍ୟ କେତେକ ସରଳ ଉପାୟ କଲେ କାର ଗରମ ହେବ ନାହିଁ । ଖରାଦିନେ ପାର୍କିଂରେ ଖରା ପଡୁଥିବା ଯୋଗୁଁ ଗାଡି ଭୀଷଣ ତାତିଯାଇଥାଏ । ଫଳରେ ଏସି ଲଗାଇଲେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ପ୍ରଚଣ୍ଡ ଗରମ ଅନୁଭୂତ ହୋଇଥାଏ । ତେଣୁ ସୁରକ୍ଷିତ ସ୍ଥାନରେ ଯଦି ଗାଡି ପାର୍କ କରୁଥାନ୍ତି ତାହେଲେ ପାର୍କ କରିବା ସମୟରେ କାରର ୱିଣ୍ଡୋ ଅଧା ଇଂଚ ଖୋଲା କରିବା ଆବଶ୍ୟକ। ଏହା ଦ୍ବାରା କାର ଭିତରକୁ ପବନ ଯାଇ ଆସି ପାରିବ। ଫଳରେ କାର ଅଧିକ ଗରମ ହେବ ନାହିଁ। କାର ଝରକା ପୁରା ଖୋଲା ରହିଲେ ଗାଡି ଭିତରେ ଗ୍ୟାସ ହୋଇଯାଏ। କେବଳ ଗରମ ଦିନ ନୁହଁ ଗାଡିର ଝରକା ସବୁବେଳେ ଅଧା ଇଂଚ ଛାଡି ବନ୍ଦ କରିବା ଉଚିତ୍‌।  

ଗରମ ଦିନରେ ଗାଡି ଅଧିକ ଗରମ ହୋଇଥିବାରୁ କୁଲେଣ୍ଟ ଗାଡିକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଏହି କାରଣ ଯୋଗୁଁ କାରର କୁଲେଣ୍ଟ ସିଷ୍ଟମ ଠିକ୍‌ ରହିବା ଉଚିତ୍‌। କାର ବ୍ୟାଟରୀର ମେଣ୍ଟେନାନ୍ସ  ସମୟ ସମୟରେ କରିବା ଉଚିତ୍‌। ବ୍ୟାଟରୀର ଇଲେକ୍ଟ୍ରୋଲାଇଟ୍‌ ସ୍ତରରେ ପାଣି କମ ଥିଲେ ସେଥିରେ ଡିଷ୍ଟିଲ୍ଡ ପାଣି ଭରିବା ଉଚିତ୍‌। ବ୍ୟାଟରୀ ପରୀକ୍ଷା କରିବା ସମୟରେ ସାବଧାନ ରହିବା ଉଚିତ୍‌।

କାର କିମ୍ବା ବାଇକ୍‌ରେ କେବେ ଟାଙ୍କି ଫୁଲ କରି ପେଟ୍ରୋଲ ଭରିବା ଅନୁଚିତ୍‌। କାରଣ ଏହା ଗାଡି ପାଇଁ କ୍ଷତିକାରକ ହୋଇଥାଏ। ଗାଡି ଠିକ୍‌ ସମୟରେ ସର୍ଭିସଂଗ କରାଇବା ଉଚିତ୍‌।   

   Related Posts