ରାଜ୍ୟରେ ନାବାଳିକା ଦୁଷ୍କର୍ମ ବଢୁଛି - ପ୍ରତିଦିନ ପ୍ରାୟ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି, ହେଲେ ଦୋଷୀଙ୍କୁ ମିଳୁନି ଦଣ୍ଡ

Published By : Prameya-News7 Bureau | November 25, 2019 IST

ଭୁବନେଶ୍ୱର  ୨୫।୧୧ -   ରାଜ୍ୟରେ ନାବାଳିକା ଦୁଷ୍କର୍ମ ବଢୁଛି । ପ୍ରତିଦିନ ପ୍ରାୟ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ହେଲେ ସରକାର ଦୋଷୀଙ୍କୁ ଦଣ୍ଡ ଦେଇ ପାରୁନାହାନ୍ତି । ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ଜଗତସିଂହପୁର ଜିଲ୍ଲାରେ ଜଣେ ଦଳିତ ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଓ ସେ ଭୟରେ ଆତ୍ମହତ୍ୟା କରିବା ଖବରକୁ ନେଇ ବି ଗୃହରେ ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହୋଇଥିଲା ।

{"id":189777,"sizeSlug":"large"}

ଜଗତସିଂହପୁର ତେନ୍ତେଇ ଗାଁ ଦଳିତ ବାଳିକା ଦୁଷ୍କର୍ମକୁ ନେଇ ବିଧାନସଭାରେ ତାତି । ଘଟଣାରେ ବିବୃତି ଦାବି କରି  ସରକାଙ୍କୁ ଘେରିଲେ ବିରୋଧୀ । ତେନ୍ତେଇ ଗାଁରେ ଜଣେ ଦଳିତ ଝିଅଙ୍କୁ  ଜଣେ ମାଂସ କଟାଳି ଦୀପକ ବେହେରା ଭୟଭୀତ କରାଇ ତାଙ୍କ ପରିବାର ଆଗରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ବାପା ମାଙ୍କ ବିରୋଧ ସତ୍ବେ ତାଙ୍କୁ ଧମକଚମକ ଓ ମାରିଦେବାକୁ କହି ବାରମ୍ବାର ଦୁଷ୍କର୍ମ କରିଥିଲା ।

{"id":189778,"sizeSlug":"large"}

ଏନେଇ ପୋଲିସ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ପରିବାର ଲୋକେ , ହେଲେ ପୋଲିସ ଶୁଣିଲାନି। ବରଂ ଝିଅର ଅଶ୍ଳୀଳ ଫଟୋ ଉଠାଇ ଘର ଆଗରେ ପୋଷ୍ଟର ଲଗାଇଲା ଦୀପକ। ଏସବୁ ସହି ନପାରି ଝିଅଟି ଶେଷରେ ଆତ୍ମହତ୍ୟା କଲା । ଘଟଣାକୁ ୧୯ ଦିନ ବିତିଯାଇଥିଲେ ବି  ତାଙ୍କୁ ନ୍ୟାୟ ମିଳିଲାନି। ୧୯ ଦିନ ପରେ ଆଜି ଗୃହରେ ଜାଗିଲେ ବିରୋଧୀ। ସରକାରଙ୍କୁ ଘେରିଛନ୍ତି ।

{"id":189779,"sizeSlug":"large"}

ଏ ପ୍ରସଙ୍ଗରେ ଆଲୋଚନା ବେଳେ ବାହାରିଥିଲା ରାଜ୍ୟର ସାଂଘାତିକ ତଥ୍ୟ। ଗତ ୬ ମାସରେ ରାଜ୍ୟରେ ୬୦୪ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ୨୫୦୨ ବଳତ୍କାର ମାମଲା ରୁଜୁ ହୋଇଛି । ୨୦୧୮ ରେ ୧୦୭୩ଟି ଦୁଷ୍କର୍ମ ମାମଲାର କୋର୍ଟରେ ବିଚାର ଶେଷ ହୋଇଛି ମାତ୍ର୧୯୭ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । 

{"id":189780,"sizeSlug":"large"}

ମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ନାରାବାଜି କରିଥିଲେ । ଗୃହ ବାରମ୍ବାର ମୁଲତବି ହୋଇଥିଲା । ଏହି ପ୍ରସଙ୍ଗରେ କାଲି ଗୃହରେ ଉତ୍ତର ରଖିବା ଲାଗି ରୁଲିଂ ଦେଇଛନ୍ତି ବାଚସ୍ପତି । ସେପଟେ ବିରୋଧୀଙ୍କ ନାରାବାଜିକୁ ନେଇ ଶାସକ ଦଳ ଜବାବରେ କହିଛି ଯେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ପ୍ରସଙ୍ଗ ଉଠାଇବା କ୍ଷଣି ରୁଲିଂ ଦାବି କରି ନାରାବାଜି କରିବା ଠିକ ନୁହେଁ ।

{"id":189781,"sizeSlug":"large"}

ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ରାଜନୀତି ନକରିବାକୁ ସଦସ୍ୟମାନଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ପୁଣି ଏକ ଦୁଷ୍କର୍ମ ଘଟଣା ଗୃହ କାର୍ଯ୍ୟକୁ ଠପ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.