Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସହାୟକ ଅଧ୍ୟାପକଙ୍କ ବୟସ ସୀମା ୪୮ ବର୍ଷକୁ ବୃଦ୍ଧି -ରାଜ୍ୟ କ୍ୟାବିନେଟରେ ୮ଟି ପ୍ରସ୍ତାବ ଉପରେ ମୋହର

17/12/2019 at 7:45 PM

ଭୁବନେଶ୍ୱର ୧୭।୧୨ – ଲୋକସେବା ଭବନରେ ମଙ୍ଗଳବାରରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।

ନୂତନ କୃଷି ନିତି” ସମୃଦ୍ଧ” ୨୦୨୦କୁ କ୍ୟାବିନେଟର ମଞ୍ଜୁରୀ ! ଚାଷୀ ମାନଙ୍କ ଆୟକୁ ବହୁଗୁଣିତ କରିବା ସହ ଉତ୍ପାଦିତ ଦ୍ରବ୍ୟର ଉଚିତ ମୁଲ୍ୟରେ ବିକ୍ରି ପାଇଁ ବଜାର ସୃଷ୍ଟି କରିବା ! ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷରେ ଏହି ନୃତନ କୃଷିନିତି ପ୍ରଣୟନ ହୋଇଛି ! ଏହି ନିତିକୁ ରାଜ୍ୟ ସରକାର ସମୃଦ୍ଧି ନାମରେ ନାମିତ କରିଛନ୍ତି ! ଆଜି ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସମେତ ମୋଟ ୮ ଗୋଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି !

କ୍ୟାବିନେଟ ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଆ ବିଶ୍ଵବିଦ୍ୟାଳୟ ୨୦୧୯ ନିୟମ ୩ ଅନୁଯାୟୀ ଏହାର ମୁଖ୍ୟାଳୟ ଭୁବନେଶ୍ୱରରେ ଥିଲା ! ଗତ ୨୦୧୮ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ଓଡ଼ିଆ ବିଶ୍ଵ ବିଦ୍ୟାଳୟର ହେଡକ୍ଵାଟରକୁ ସତ୍ୟବାଦୀକୁ ସ୍ତାନାନ୍ତରଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମରିଛି !

ସେହିଭଳି ଓଡିଶା ସିନ୍ଥେଟିକ୍ ଲିମିଟେଡ଼ର ଶିଳ୍ପ ପ୍ରତିଷ୍ଠା ପାଇଁ  ୨କୋଟି ୧୫ଲକ୍ଷ ୬୪ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟ୍ୟି ଛାଡ କରାଯାଇଛି ! ସେହିପରି ଓଡଶା ସିଭିଲ ସର୍ଭିସ ରୁଲ୍ ସଂସୋଧନ ! ୫ଟି ଓ ମୋ ସରକାରରେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଭଲ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବେ

ସେମାନଙ୍କ ଦକ୍ଷତା ଆଧାରରେ ସମୀକ୍ଷା କରି ପଦନ୍ନୋତି  କରାଯିବ ।

ଗ୍ରୁପ ଏ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଆକଳନ ମୁଖ୍ୟ ଶାସନ ସଚିବ କରିବେ ! ଗୃପ -ବି ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉନ୍ନୟନ କମିଶନର ସମୀକ୍ଷା କରିବେ ! ସେହିପରି ରାଜସ୍ବ ବିଭାଗର RI ଓ ଅମିନ ନିଯୁକ୍ତି ପ୍ରକ୍ରିୟା ଷ୍ଟାଫ ସିଲେକସନ୍ ପ୍ରକ୍ରିୟାରେ ହେବ !ଡିପ୍ଲୋମା ପିଲା ମଧ୍ୟ ଆବେଦନ କରିପାରିବେ !

ସରକାରୀ କଲେଜରେ  ସହାୟକ ଅଧ୍ୟାପକଙ୍କ ବୟସ ସୀମା ୩୩ବର୍ଷରୁ ୪୮ ବର୍ଷକୁ ବୃଦ୍ଧି କରାଗଲା ।

   Related Posts