ଜଣେ ନିଆରା ପତ୍ନୀ: ଶାରିରୀକ ଅସୁସ୍ଥତାକୁ ପଛରେ ପକାଇ ସାବିତ୍ରୀ ବ୍ରତରେ ପାଳନ କରିଛନ୍ତି ସ୍ତ୍ରୀଧର୍ମ

Published By : Prameya-News7 Bureau | June 03, 2019 IST

ବଲାଙ୍ଗିର୩|୬:ଆଜି ସ୍ବମୀଙ୍କ ଦିର୍ଘାୟୁ କାମନା କରି ସ୍ତ୍ରୀ କରନ୍ତି ଉପବାସ। ପାଳନ କରନ୍ତି ସାବିତ୍ରୀ ବ୍ରତ। ହେଲେ ଆଜି ଭଳି ଦିନରେ ଆପଣଙ୍କୁ ଆମେ ଦେଖାଇବାକୁ ଚାହୁଁଛୁ ଏଭଳି ଜଣେ ସାବିତ୍ରୀଙ୍କୁ ଯେ କି ଦିର୍ଘ ୧୨ ବର୍ଷ ଧରି ଶଯ୍ୟାଶାୟୀ । କିନ୍ତୁ କରିଆସୁଛନ୍ତି ଭକ୍ତି ଓ ବିଶ୍ବାସର ସହ ବ୍ରତ୍ର। ଯେଉଁ ସମୟରେ ଓୌଷଧ ଓ ଖାଦ୍ୟ ଖାଇ ଶରୀରକୁ ଆରମ ଦେବା କଥା ସେ କିନ୍ତୁ ଗୋଟିଏ ଜିଦରେ କରି ଆସୁଛନ୍ତି ଏହି ବ୍ରତ। ସ୍ବାମୀ-ସ୍ତ୍ରୀ ପ୍ରେମ ଭକ୍ତି ଓ ବିଶ୍ବାସର ବାର୍ତ୍ତା ଦେଉଛନ୍ତି।

{"id":119282}

ମୁଣ୍ଡରେ ସିନ୍ଦୁର, ପାଦରେ ଅଳତା, ହାତରେ ଶଂଙ୍ଖା ପିନ୍ଧି ଆଜି ସଜେଇ ହୋଇଛନ୍ତି ସାବିତ୍ରୀ। ଦେଖନ୍ତୁ ଏ ଫଟୋ ଟିକୁ। ଭାବୁଥିବେ ଏଭଳି ପରିସ୍ଛିତି ରେ ଜଣେ ବୃଦ୍ଧା ମହିଳା କାହିଁକି ଖଟ ଉପରେ ବସିଛନ୍ତି ଓ ଆମେ ଏଭଳି କଥା କହୁଛୁ। ହେଲେ ଏ ମହିଳାଙ୍କ କଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ। ଏ ହେଉଛନ୍ତି ବଲାଙ୍ଗୀର ସହର ରାଧାରାଣୀ ପଡାରେ ବାସ କରୁଥିବା ଡ.ଘାଷିରାମ ମିଶ୍ରଙ୍କ ସ୍ତ୍ରୀ ପ୍ରଫୁଲ୍ଲା ମିଶ୍ର। ବୟସ ୭୪ ବର୍ଷ। ବାହା ପରଠାରୁ ପରମ୍ପରାକୁ ପାଳନ କରିବା ସହ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ କରୁଛନ୍ତି ସାବିତ୍ରୀ ବ୍ରତ।

{"id":119283}

ହେଲେ ଦିର୍ଘ ୧୨ ବର୍ଷ ହେଲା ପକ୍ଷାଘାତ ଯୋଗୁଁ ସେ ଶଯ୍ୟାଶାୟୀ। ଏହି ଖଟରେ ହିଁ ଖାଇବା, ଶୋଇବା , ନିତ୍ୟକର୍ମ ସବୁ କରିଥାନ୍ତି। ଆଉ ଆଜି ସେ କରିଛନ୍ତି ଉପବାସ ଓ ବ୍ରତ। ଡାକ୍ତରଙ୍କ ପରାମର୍ଶ ଯେ ଖାଇବା ଓ ଓୌଷଧ ନେବା ନିତାନ୍ତ ଆବଶ୍ୟକ । ହେଲେ ନିଜ ପରମ୍ପରାକୁ ବଜାୟ ରଖିବା ସହ ସ୍ବାମୀଙ୍କ ପାଇଁ ନିଜ ରୋଗ କୁ ଖାତିର ନକରି କରିଛନ୍ତି ବ୍ରତ।

{"id":119284}

ଆଜି ସବୁଠି ସାବିତ୍ରୀ ବ୍ରତ ମହିଳା ମାନେ ପାଳୁଥିବା ବେଳେ ଶରିର ଅସୁସ୍ଥ ହୋଇମଧ୍ୟ ସେ କରିଛନ୍ତି ନିଜ ବ୍ରତ ପାଳନ। ତେବେ ଘରେ ତାଙ୍କ ନାତୁଣି ଆଇଙ୍କର କରିଥାନ୍ତି ସମସ୍ତ ସେବା ସୁଶୃଷା। ଆଉ ଆଜିର ଦିନରେ ମଧ୍ୟ ପୂଜା ଥାଳି ସଜାଇବା  ସହ ପୂଜା କରିକି ପୁଣି ଆଇଙ୍କୁ ସମସ୍ତ ସାମଗ୍ରି ଆଣକି ଦେବା ସବୁକିଛି କରିଥାନ୍ତି ନାତୁଣୀ ଓ ତାଙ୍କ ବୋହୁ। ପୂଜା ପରେ ସ୍ବମୀର ପାଦ ଧୋଇ ପାଣି ପିଇବା ରହିଛି ପ୍ରଥା ଆଉ ତାହାକୁ ମଧ୍ୟ ସେ କରନ୍ତି ପାଳନ।

{"id":119285}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.