Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଫେଲ୍ ମାରିଲା ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା : ଏଥର ମଧ୍ୟ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକା ଯାଇପାରିଲାନି

22/02/2019 at 5:09 PM

କଟକ୨୨|୨(ଦୀପକ ଷଡ଼ଙ୍ଗୀ/ରାକେଶ ରୋଶନ ମହାନ୍ତି/ ଅମୀୟ ସିଂ): ଆରମ୍ଭରୁ ବିଭ୍ରାଟ । ପୁଣି ଭାଇରାଲ ହେଲା ମାଟ୍ରିକ୍‌ ପ୍ରଶ୍ନପତ୍ର । ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଆରମ୍ଭ ହେଉ ହେଉ ମୋବାଇଲରୁ ମୋବାଇଲ୍‌ ଘୁରି ବୁଲିଲା ପ୍ରଶ୍ନପତ୍ର । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ସତ୍ବେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଉତ୍ତର ଏତେ କଟକଣା ସତ୍ବେ ଏଭଳି କାହିଁକି ହେଲା ତା’ର ଯାଂଚ କରାଯିବ । ସେପଟେ କିନ୍ତୁ ପ୍ରଶ୍ପପତ୍ର ଭାଇରାଲକୁ ବିଶ୍ବାସ କରିପାରୁନଥିଲେ  ବିଭାଗୀୟ ମନ୍ତ୍ରୀ ।

ଫେଲ୍‌ ମାରିଲା ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଫସର ଫାଟିଲା ସବୁ କଟକଣା ।  ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ଏଥର ମଧ୍ୟ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକାଯାଇପାରିଲାନି । ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଆରମ୍ଭ ହେଉ ହେଉସେପଟେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା  ଅବଜେକ୍ଟିଭ୍‌ ପ୍ରଶ୍ନପତ୍ର । ରାଜ୍ୟର ଏକାଧିକ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କିନ୍ତୁ ପ୍ରଥମେ ଏହାକୁ ଗୁଜବ କହି ଏଡ଼ାଇବାକୁ ଚେଷ୍ଟା କରିଥିଲେ ।

ଏଥର ମାଟ୍ରିକ୍‌ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ଼ ପକ୍ଷରୁ ୪୪ଟି କେନ୍ଦ୍ରୀୟ ସ୍କ୍ବାର୍ଡ଼, ଓ ୫୮ଟି ଜିଲ୍ଲା ସ୍ତରୀୟ ସ୍କ୍ବାର୍ଡ଼ ଗଠନ ସହ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ଫୋନ କଡ଼ାକଡ଼ି ବାରଣ କରାଯାଇଥିଲା । ପୁଣି ୩ ଲେୟାର ବିଶିଷ୍ଟ ପ୍ରଶ୍ନପତ୍ର ପ୍ରଚଳନ ହୋଇଥିଲା । ତଥାପି ପ୍ରଶ୍ନପତ୍ର ଭାଇରାଲକୁ ରୋକି ପାରିଲେନି ବୋଡ଼ କର୍ତ୍ତୃପକ୍ଷ । ବିଭାଗୀୟ ମନ୍ତ୍ରୀ ସିନା ଭାଇରାଲ ଅଭିଯୋଗକୁ ସହଜରେ ବିଶ୍ବାସ କରିପାରୁନଥିଲେ, ଏହାକୁ ଗୁଜବ କହି ପ୍ରସଙ୍ଗ ଏଡ଼ାଇବାକୁ ଚେଷ୍ଟା କରିଥିଲେ, ହେଲେ ପରୀକ୍ଷା ସରିବା ପରେ ପରେ ସାମ୍ନାକୁ ଆସିଥିଲେ ବୋର୍ଡ଼ ସଭାପତି । ଆଉ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କଥା ମାନିଥିଲେ । ତେବେ ପ୍ରଶ୍ନ ପତ୍ର ଭାଇରାଲ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତକରିଛନ୍ତି ଛାତ୍ରଛାତ୍ରୀ ।

 

ସାରା ରାତି ଅନିଦ୍ରା, ମୁଗୁରା ପଛ ମେଲା ଭଳି ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରୁ ହିଁ  ପରିଚାଳନାଗତ ତ୍ରୁଟି ସାମ୍ନାକୁ ଆସିଛି । ଯଦି କେବଳ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ ମୋବାଇଲ୍‌ ରଖିବାକୁ ଅନୁମତି ଦିଆଯାଇଥିଲା ତାହେଲେ, ଏଠି ସେମାନଙ୍କ ଆକ୍ସନ ହିଁ ଆସିଛି ସଂଦେହ ଘେରକୁ ।

   Related Posts