Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ହାଇକୋର୍ଟରୁ ଲାଗିଲା ଝଟକା, ଆବେଦନ ଖାରଜ କରି ଏହା କହିଲେ ଅଦାଲତ

30/07/2021 at 9:13 PM

ମୁମ୍ଵାଇ ୩୦।୦୭:  ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ହାଇକୋର୍ଟରୁ ଲାଗିଲା ଝଟକା। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବା ଅପରାଧରେ ଗିରଫ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ମାମଲାରେ ଅଭିନେତ୍ରୀ ୨୯ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଥିଲେ। ଅଭିନେତ୍ରୀ ଆବେଦନରେ ଅଭିଯୋଗ କରିଥିଲେ ଯେ, ଗଣମାଧ୍ୟମ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଓ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି। ଅଦାଲତ ଉକ୍ତ ଆବେଦନ ଉପରେ ଶୁଣାଣି କରି କହିଛନ୍ତି, ଏହି ମାମଲା ମାନହାନୀ ମାମଲା ନୁହେଁ, କାରଣ ପ୍ରକାଶିତ ଖବର ପୋଲିସ ସୂତ୍ର ଉପରେ ଆଧାରିତ। ଗଣମାଧ୍ୟମର ସ୍ଵାଧୀନତା ଉପରେ ପ୍ରଶ୍ନ ଉଠାଇବା ଭୁଲ୍। ପୋଲିସ ସୂତ୍ର ଅନୁସାରେ କରାଯାଉଥିବା ରିପୋର୍ଟିଂ ଅପମାନଜନକ ନୁହେଁ ବୋଲି ବମ୍ବେ ଉଚ୍ଚ ନ୍ୟାୟାଳୟ କହିଛନ୍ତି।

ବମ୍ଵେ ହାଇକୋର୍ଟ କହିଛନ୍ତି, ଯେବେ ଆପଣ ସାର୍ବଜନୀନ ଜୀବନରେ ରହୁଛନ୍ତି ତେବେ ଏମିତି ପରିଣାମ ମଧ୍ୟ ଦେଖିବାକୁ ପଡିବ। ଲୋକେ ଆପଣଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି, ଯାହା ଆପଣ ଚାହାନ୍ତି ତାହା ଯଦି ସବୁ ମାନି ନିଆଯିବ ତେବେ ଏହା ଗଣମାଧ୍ୟମର ସ୍ଵାଧୀନତା ଉପରେ ଏକ ପ୍ରକାରର ଆକ୍ରମଣ ହୋଇପାରେ।

ଅନ୍ୟପଟେ ଶିଳ୍ପାଙ୍କ ଓକିଲ ଏକ ୟୁଟ୍ୟୁବ୍ ଭିଡିଓ ଉଲ୍ଲେଖ କରିଥିଲେ। ଏହା ଉପରେ ଅଦାଲତ କହିଛନ୍ତି, ଆପଣ କୌଣସି ଗୋଟିଏ ଭିଡିଓକୁ ଦେଖି ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲେଇ ପାରିବେ ନାହିଁ। କୋର୍ଟ ଶିଳ୍ପା ସେଟ୍ଟୀଙ୍କ ଓକିଲଙ୍କୁ ସମୟ ଦେଇଛନ୍ତି ଯେ, ଆପଣ କୌଣସି ବଳିଷ୍ଠ ପ୍ରମାଣ ନେଇ ଆସନ୍ତୁ ଯାହା ଉପରେ ଆମେ ଶୁଣାଣି କରିବୁ।

କଣ ଦାବି କରିଥିଲେ ଶିଳ୍ପା

ଶିଳ୍ପା ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଥିଲେ। ଶିଳ୍ପା ସେଟ୍ଟୀ କହିଥିଲେ ଯେ, ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ଜରିଆରେ ତାଙ୍କ ଛବି ଖରାପ କରାଯାଉଛି। ତେଣୁ ଗଣମାଧ୍ୟମକୁ ତାଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଆଦେଶ ଦିଆଯାଉ। ସେ ଅଭିଯୋଗ କରିଥିଲେ ଯେ, ଗଣମାଧ୍ୟମ ପ୍ରତିଷ୍ଠାନ ନିଜର ଲୋକପ୍ରିୟତା ପାଇଁ ଚାଞ୍ଚଲ୍ୟକର ଖବର ପ୍ରସାରଣ କରୁଛନ୍ତି। ତାଙ୍କ ସ୍ଵାମୀଙ୍କ ବିରୋଧରେ ଚାଲିଥିବା କେସ୍‌କୁ ନେଇ ତାଙ୍କ ବିରୋଧରେ ମଧ୍ୟ ମିଥ୍ୟା ଖବର ଦେଖାଉଛନ୍ତି।

ତେଣୁ ଏହି ଗଣମାଧ୍ୟମ ପ୍ରତିଷ୍ଠାନକୁ ତାଙ୍କ ବିରୋଧରେ ପ୍ରସାରଣ କରୁଥିବା ଅପମାନଜନକ ଖବର ହଟାଇବାକୁ ଆଦେଶ ଦିଆଯାଉ ବୋଲି ଶିଳ୍ପା ହାଇକୋର୍ଟରେ ଦାବି କରିଥିଲେ। ଏଥିସହ ବିନା ସର୍ତ୍ତରେ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ। ଶିଳ୍ପାଙ୍କ ମତରେ ଗଣମାଧ୍ୟମ ଦ୍ଵାରା ତାଙ୍କ ବ୍ୟକ୍ତିଗତ ଜୀବନକୁ କ୍ଷୁର୍ଣ୍ଣ କରାଯାଉଛି। ତାଙ୍କ ବ୍ୟକ୍ତିଗତ  ଜୀବନ ବିଷୟରେ ମିଥ୍ୟା ଏବଂ ଅପମାଜନକ କଥା କୁହାଯାଉଛି।

   Related Posts