ଶାହିନ ବାଗ୍ ଆନ୍ଦୋଳନକାରୀଙ୍କ ସହ ବାର୍ତ୍ତାକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା, ଜାଣନ୍ତୁ କ'ଣ କହିଲେ ବିକ୍ଷୋଭକାରୀ

Published By : Prameya-News7 Bureau | February 20, 2020 IST

ନୂଆଦିଲ୍ଲୀ ୨୦।୨:  ଶାହିନବାଗ୍ ଆନ୍ଦୋଳନକାରୀଙ୍କ ସହ ଗୁରୁବାର ସୁପ୍ରିମକୋର୍ଟଙ୍କ ବାର୍ତ୍ତାକାର ଦ୍ୱିତୀୟ ରାଉଣ୍ଡ ଆଲୋଚନା କରିଛନ୍ତି। ଏଥିରେ ଶାହିନବାଗ ଆନ୍ଦୋଳନକାରୀଙ୍କୁ ୨ ବାର୍ତ୍ତାକାର ସଞ୍ଜୟ ହେଗଡେ ଓ ସାଧାନା ରାମଚନ୍ଦ୍ରନ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସେମାନଙ୍କ ଆବାଜ ପହଞ୍ଚିଥିବା କହିଛନ୍ତି। ଏଣୁ ସେମାନଙ୍କର ଏକ ପ୍ରକାର ଜିତହୋଇଥବା ସେମାନେ କହିଥିବା ବେଳେ ଆନ୍ଦୋଳନ ଜାରିରହୁ  ହେଲେ ଧାରଣା ସ୍ଥଳ ବଦଳୁ ବୋଲି କହିଥିଲେ।

{"id":226757,"sizeSlug":"large"}

ଗତକାଲି ସୁପ୍ରିମକୋର୍ଟଙ୍କ ପ୍ରତିନିଧି ଗଣମାଧ୍ୟମକୁ ଆଲୋଚନାରୁ ଦୂରେଇ ଦେଇଥିଲେ। ତେବେ ଆଜି ଗଣମାଧ୍ୟମ ଉପସ୍ଥିତିରେ ୨ ବାର୍ତ୍ତାକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ବେଳେ ସେମାନଙ୍କୁ ନିର୍ଭୟରେ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି। ହେଲେ ସର୍ବସାଧାରଣଙ୍କ ଲାଗି ଅସୁବିଧା ସୃଷ୍ଟି କରୁଥିବା ସ୍ଥାନକୁ ସେମାନେ ଏବେ ବଦଳାଇ ଦିଅନ୍ତୁ ବୋଲି କହିବା ଗୁ଼ଞ୍ଜରଣ ସୃଷ୍ଟି କରିଥିଲା। ଏଥିରେ  ସେମାନେ କହିଥିଲେ ଯେ ହୁଏତ ଆପଣଙ୍କ ଭୟ ବି ହେଉଥାଇ ପାରେ ଯେ ଆପଣମାନଙ୍କ ଗୁହାରି କେହି ଶୁଣିବେ ନାହିଁ। ତେବେ ସେଭଳି ଭୟର କୌଣସି କାରଣ ନାହିଁ ବୋଲି କହିଥିଲେ ସଞ୍ଜୟ ହେଗଡେ।

{"id":226758,"sizeSlug":"large"}

ଏବେ ଆପଣମାନଙ୍କ କଥା ସୁପ୍ରିମକୋର୍ଟରେ ଆମେ ରଖିବୁ ଓ ମଜଭୁତ ଢଙ୍ଗରେ ରଖିବୁ ବୋଲି ବାର୍ତ୍ତାକାରମାନେ ସେମାନଙ୍କୁ ପୂର୍ଣ୍ଣ ଭରସା ଦେଇଥିଲେ। କୋର୍ଟ ସମସ୍ତଙ୍କର ଶୁଣୁଛନ୍ତି ତୁମମାନଙ୍କର ବି ଶୁଣିବେ।  ବିକ୍ଷୋଭରତ ମହିଳାମାନେ ବାର୍ତାକାରଙ୍କୁ  ସେମାନଙ୍କ ମନର କଥା ଜଣାଇଥିଲେ। ଦୀର୍ଘ ୨ ମାସ ହେଲା ସେମାନେ ଏଠାରେ ଜନ ବିରୋଧୀ ଆଇନକୁ ବିରୋଧ କରିଆସୁଥିବା ଜଣାଇଥିଲେ। ହେଲେ ସରକାରର ଜଣେ ବି କେହି ସେମାନଙ୍କ ନିକଟକୁ ଆସିନଥିବା କହିଥଲେ। ଅନ୍ୟପକ୍ଷରେ ସେଠାରେ ଆନ୍ଦୋଳନରତ ଅନ୍ୟ ଜଣେ ମହିଳା ୱିଲକିସ୍ ଆନ୍ଦୋଳନ ସ୍ଥଳରୁ ସେ ଇଞ୍ଚେ ବି ହଟିବେ ନାହିଁ ବୋଲି ସଫାସଫା କହିଥିଲେ। ଏଥିପାଇଁ ଯଦି କେହି ତାଙ୍କୁ ଗୁଳି ବି କରେ ସେଥିଲାଗି ମଧ୍ୟ ସେ ପ୍ରସ୍ତୁତ ବୋଲି କହିବା ଏବେ ଆନ୍ଦୋଳନକାରୀ  ସେଠାରୁ ହଟିବା ନେଇ ଆଶଙ୍କା ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.