ରାଜ୍ୟରେ ଏବେ ଗର୍ଭବତୀଙ୍କୁ ଦିଆଯିବ ନାହିଁ ଟିକା, ଜିଲ୍ଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | July 03, 2021 IST

ଭୁବନେଶ୍ୱର, ୦୩/୦୭: ରାଜ୍ୟରେ ଏବେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ନାହିଁ । ହେଲଥ କେୟାର ମ୍ୟାନେଜର ଏବଂ କର୍ମଚାରୀଙ୍କୁ ତାଲିମ ଦିଆଯିବା ପରେ ଏହି ଟିକାକରଣ କରାଯିବ ବୋଲି ଜଣାପଡ଼ିଛି ।

ଗତକାଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗର୍ଭବତୀଙ୍କୁ ଟିକା ନେଇପାରିବେ ବୋଲି ଅନୁମତି ଦେଇଥିଲେ । ଏନେଇ ପୂର୍ବରୁ ଆସିଥିବା ଗାଇଡଲାଇନ ଅନୁସାରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା । ତେବେ ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ନାହିଁ । ଟିକା ଦେଉଥିବା କର୍ମଚାରୀଙ୍କୁ ତାଲିମ ଦିଆସରିବା ପରେ ଏହି ଟିକାକରଣ କରାଯିବ । ଏ ନେଇ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.