Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||

ରାମାୟଣକୁ ନେଇ ତିଆରି ହେବ ଥ୍ରୀଡି ଚଳଚ୍ଚିତ୍ର, ସୀତା ଭୂମିକାରେ ଦୀପିକା ପାଦୁକୋନ ଓ ଶ୍ରୀରାମଙ୍କ ଭୂମିକାରେ ରିତିକ୍ ରୋଶନ କରିବେ ଅଭିନୟ !

23/08/2019 at 6:27 PM

ନୂଆଦିଲ୍ଳୀ୨୩|୮: ‘ରାମାୟଣ’ 3D ଫିଲ୍ମ ନିର୍ମାଣ ପାଇଁ ନିର୍ଦ୍ଦେଶକ ନିତେଶ ତିଓ୍ବାରୀ ଘୋଷଣା କରିଛନ୍ତି। ଏହି ପୌରାଣିକ ଫିଲ୍ମରେ କେଉଁ କେଉଁ ଷ୍ଟାରଙ୍କୁ ଦେଖିବାକୁ ମିଳିବ ଏନେଇ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ବଢ଼ି ଚାଲିଛି।

ସୂଚନା ଅନୁସାରେ, ରିତିକ୍ ରୋଶନଙ୍କୁ ଭଗବାନ ରାମ ଭୂମିକାରେ ଓ ଦୀପିକା ପାଦୁକୋନଙ୍କୁ ସୀତା ଭୂମିକାରେ ଦର୍ଶକେ ଦେଖିବାକୁ ପାଇବେ। ରାମ ଚରିତ୍ର​‌ରେ ରିତିକ୍ ଅଭିନୟ କରିବେ ବୋଲି ଆନୁଷ୍ଠାନିକ ଭାବେ ସେ ସ୍ପଷ୍ଟକରି ନାହାଁନ୍ତି।ହେଲେ ରାମ ଭୂମିକାରେ ରିତିକ୍ ଅଭିନୟ କରିବେ ବୋଲି ନିତେଶ ତିଓ୍ବାରୀ କହିଛନ୍ତି।

ଏକ ସାକ୍ଷାତକାର ସମୟରେ ନିତେଶ ତିଓ୍ବାରି କହିଛନ୍ତି ଯେ, ବର୍ତ୍ତମାନ ଏହି ଫିଲ୍ମର କାଷ୍ଟିଂ କଥା ସେ ଭାବି ନାହାଁନ୍ତି। ଏହି ଫିଲ୍ମ ପାଇଁ ସେ ପ୍ରସ୍ତୁତ ହୋଇ ନାହାଁନ୍ତି। ତେବେ ଏହି ଫିଲ୍ମରେ ରିତିକ୍ ଓ ଦୀପିକା ଲିଡ୍ ଚରିତ୍ରରେ ନଜର ଆସିବେ ବୋଲି ନିତେଶ କହିଛନ୍ତି। ସବୁକାମ ଶେଷ ହେବା ପରେ ରାମାୟଣ 3D ଫିଲ୍ମ ସୁଟିଂ କରିବେ ବୋଲି ସେ କହିଛନ୍ତି।ଏହି ପୌରାଣିକ ଫିଲ୍ମ ପାଇଁ ପାଖାପାଖି ୫୦୦ କୋଟି ଖର୍ଚ୍ଚ ହେବ।ସବୁଠାରୁ ବଡ କଥା ଏହି ଫିଲ୍ମଟି 3D ରେ ରିଲିଜ ହେବ।

ରିତିକ୍ଙ୍କ ନୂଆ ଫିଲ୍ମ ଓ୍ବାର ରିଲିଜ ହେବାର ଅଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଟାଇଗର ସରାଫ୍‌। ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଥିବା ବେଳେ ଫିଲ୍ମ ରିଲିଜକୁ ଦର୍ଶକେ ଅଫେକ୍ଷା କରିଛନ୍ତି। ସେହିପରି ଛପାକ ଫିଲ୍ମ ସୁଟିଂରେ ବ୍ୟସ୍ଥ ଅଛନ୍ତି ଦୀପିକା ।

ଗୋଟେ ସତ୍ୟ ଘଟଣା ଉପରେ ‘ଛପାକ’ ଫିଲ୍ମଟି ଆଧାରିତ।ଏସିଡ୍‌ରେ ମୁହଁ ଜଳି ଯାଇଥିବା ଝିଅ ଚରିତ୍ରରେ ‘ଛପାକ’ ଫିଲ୍ମରେ ନଜର ଆସିବେ ଦୀପିକା।ଦୀପିକା ପୁଣି ‘୮୩’ ଫିଲ୍ମରେ ରଣବୀର ସିଂହଙ୍କ ସହ ନଜର ଆସିବେ।ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ପତ୍ନୀଙ୍କ ଚରିତ୍ରରେ ଦୀପିକା ‘୮୩’ ଫିଲ୍ମରେ ନଜର ଆସିବେ।

   Related Posts