Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭାରତରେ ପ୍ରଥମ ଥର ପାଇଁ କରୋନା ଭାଇରସ୍ ସହିତ ଜନ୍ମ ହେଲା ଶିଶୁ : ପରିବାରର ଅନ୍ୟ ୧୦ଜଣ ମଧ୍ୟ କୋଭିଡ-୧୯ ପଜିଟିଭ

20/04/2020 at 11:54 AM

ଜୟପୁର ୨୦/୪: ରାଜସ୍ଥାନରେ ଏକ ନବଜାତ ଶିଶୁ ଜନ୍ମ ହେବା ପରେ ହିଁ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ଏହା ଦେଶରେ ଏଭଳି ଘଟିଥିବା ପ୍ରଥମ ମାମଲା। ନାଗୌରରେ ଜଣେ ଗର୍ଭବତୀ ମହିଳା ଶନିବାର ଏକ ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁର ଡାକ୍ତରୀ ପରୀକ୍ଷା କରାଯିବାରୁ ଶିଶୁର ଶରୀରରେ କରୋନା ଭାଇରସ୍ ଥିବା ଜଣା ପଡ଼ିଥିଲା।

ପ୍ରକୃତରେ ଶିଶୁର ପୂରା ପରିବାର କରୋନା ଭାଇରସରେ ସଂକ୍ରମିତ ଥିବା ଜଣା ପଡ଼ିଛି। ସର୍ବ ପ୍ରଥମେ ଶିଶୁର ବାପାଙ୍କ ଟେଷ୍ଟ୍ ପଜିଟିଭ ଆସିଥିଲା। ଏହା ପରେ ବ୍ୟକ୍ତିଙ୍କ ପତ୍ନୀଙ୍କ ଟେଷ୍ଟ କରାଯିବାରୁ ତାଙ୍କର ମଧ୍ୟ ପଜିଟିଭ ଆସିଥିଲା। ଅପ୍ରେଲ୍ ୧୬ତାରିଖରେ ମହିଳା ଏବଂ ତାଙ୍କ ଜଣେ ଭାଇଙ୍କ ସମେତ ପରିବାରର ୧୦ଜଣ ସଦସ୍ୟ କୋଭିଡ-୧୯ ପଜିଟିଭ ଥିବା ଜଣା ପଡ଼ିଥିଲା।

ଏହି ମାମଲାରେ ଜଡ଼ିତ ଥିବା ଜଣେ ଡାକ୍ତର କହିଥିଲେ ଯେ ପରିବାରରେ ଏପରି ସ୍ଥିତି ଉପୁଜିଛି ଯେ ଯେତେବେଳେ ଗର୍ଭବତୀ ମହିଳାଙ୍କୁ ଘରୁ ଅଣାଯାଇଥିଲା ସେତେବେଳେ ତାଲା ଦେବାକୁ ମଧ୍ୟ ତାଙ୍କ ଘରେ କେହି ନଥିଲେ। ଏହା ପୂର୍ବରୁ ଝୁଞ୍ଝୁଣୁ ଜିଲ୍ଲାରେ ଅଢ଼େଇ ବର୍ଷର ଶିଶୁଙ୍କଠାରେ ପଜିଟିଭ ଥିବାର ମାମଲା ସାମନାକୁ ଆସିଥିଲା।

   Related Posts