ମଦ୍ୟପ ବାପର ଠେଙ୍ଗା ମାଡରେ ଚାଲିଗଲା ୮ ମାସ ଶିଶୁ କନ୍ୟାର ଜୀବନ

Published By : Prameya-News7 Bureau | October 15, 2019 IST

ଆନନ୍ଦପୁର ୧୫।୧୦- ଆନନ୍ଦପୁର ପୌରପରିଷଦ ୧୩ ନମ୍ବର ୱାର୍ଡ ଖାପରଖାଇ ସାଉନ୍ତି ସାହିରେ ଘଟିଛି ଅଭାବନୀୟ ଘଟଣା।ମଦ୍ୟପ ବାପର ଠେଙ୍ଗା ପାହାର ରେ ନିଜ ଆଠ ମାସ ଝିଅର ଜୀବନ ଯାଇଛି। ଏହି ଘଟଣା ପରେ ଫେରାର ହୋଇଯାଇଛି କନ୍ୟାହନ୍ତା ବାପ।ଖବର ପାଇ ଘଷିପୁରା ପୋଲିସ ମୃତ ଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।ହେଲେ ଅଭିଯୁକ୍ତ ବାପର ସନ୍ଧାନ ମିଳି ପାରିନାହିଁ।

ଅଭିଯୋଗ ଅନୁଯାୟୀ ଆଜି ମଧ୍ୟାହ୍ନ ରେ ସାଉଁଟି ସାହିର ବଡଭାଇ ରଞ୍ଜନ ଦେହୁରି ଓ ସାନଭାଇ ସନାତନ ଦେହୁରି ମଧ୍ୟରେ ଏକ ସ୍କୁଟି ଗାଡିକୁ କେନ୍ଦ୍ରକରି ଝଗଡା ଲାଗିଥିଲା।ଝଗଡା ଉଗ୍ରରୂପ ଆଡକୁ ଯିବା ଦେଖି ସାନ ଭାଇ ରଞ୍ଜନ ଙ୍କ ସ୍ତ୍ରୀ ଝୁମୁରି ଝଗଡାରେ ହସ୍ତକ୍ଷେପ କରି ସ୍ୱାମୀଙ୍କୁ ଝଗଡାରୁ ନିବୃତ୍ତ ରହିବାକୁ କହିଥିଲେ।ଏଥିରେ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସ୍ୱାମୀ ରଞ୍ଜନ ସ୍ତ୍ରୀ ଝୁମୁରି କୁ ଆକ୍ରମଣ କରିଥିଲା।ହେଲେ ଠେଙ୍ଗାଟି ସ୍ତ୍ରୀ ଝୁମୁରି ଦେହରେ ବାଜିବା ପରିବର୍ତ୍ତେ କାଖ ରେ ଥିବା ନିଜ ୮ ମାସର ଶିଶୁ କନ୍ୟା ମୁଣ୍ଡ ରେ ବାଜିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ପରିବାର ଲୋକେ ଶିଶୁଟିକୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ କଟକ ଯିବା ବାଟରେ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.