ଜିଲ୍ଲାପାଳଙ୍କୁ ଘେରିଲେ ଷଣ୍ଢ, ଏସ୍‌ପିଙ୍କ ସହ ପୁଲିସ ବଳ ପହଞ୍ଚି ବ୍ଲକ ପରିସରରୁ ଷଣ୍ଢଙ୍କୁ ବିଦା କଲେ

Published By : Prameya-News7 Bureau | October 28, 2019 IST

କେନ୍ଦ୍ରାପଡା ୨୮।୧୦- ଜିଲ୍ଲାପାଳଙ୍କୁ ଘେରିଲେ ଷଣ୍ଢ । ଖବର ପଢିଲା ଟିକେ ଅଡୁଆ ଲାଗୁଥିବା କିନ୍ତୁ ଘଟଣା ଟା ସତ । ଏହା କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଘଟିଛି । ଷଣ୍ଢମାନେ ସ୍ୱେଚ୍ଛାରେ ଏପରି କରି ନାହାନ୍ତି । ଲୋକମାନେ ଏମାନଙ୍କ ଉତ୍ପାତରେ ଅତିଷ୍ଠ ହେବା ପରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଷଣ୍ଢଙ୍କ ଦୌରାତ୍ମ ବିଷୟରେ ଅଭିଯୋଗ କରିଥିଲେ । ହେଲେ କିଛି ସୁଫଳ ମିଳି ନଥିଲା ।ବ୍ଲକ ଅଫିସ୍‌ରେ ଜନଶୁଣାଣୀକୁ ଜିଲ୍ଲାପାଳ ଆସୁଥିବା ଶୁଣୀ ବାଧ୍ୟ ହୋଇ ଷଣ୍ଢମାନଙ୍କୁ ଅଡାଇ ଅଫିସ୍‌ ପରିସରରେ ପୁରାଇ ଦେଇଥିଲେ ।

{"id":176011}

ରାଜନଗରରେ ସୋମବାରରେ ଜନଶୁଣାଣୀ ହେବାର ଥିଲା। ଜିଲ୍ଲାପାଳ ଏହି ଜନଶୁଣାଣୀରେ ଯୋଗଦେବାରୁ କାର୍ଯ୍ୟକ୍ରମ ରହିଥିଲା । ଲୋକମାନେ ଏହା ଜାଣିବା ପରେ ସମସ୍ତ ଷଣ୍ଢଙ୍କୁ ଅଡାଇ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଭର୍ତ୍ତି କରିଥିଲେ । ପ୍ରାୟ ୫୦୦ ଷଣ୍ଢ ବ୍ଲକ କାର୍ଯ୍ୟାଳୟ ପରିସରରେ ପଶିବା ପରେ ସେଠାରେ ଲୋକଙ୍କ ପାଇଁ ସ୍ଥାନ ନ ଥିଲା । ଜିଲ୍ଲାପାଳ ଆସିବା ସମୟରେ ତାଙ୍କ ଗାଡି ଚାରି ପାଖେ ଓ ଆଗରେ ମାଳ ମାଳ ଷଣ୍ଢ ଛିଡା ହୋଇଥିଲା । ସତେ ଯେପରି ଏମାନେ ଘେରଉ କରିଛନ୍ତି । ନିଜେ ଜିଲ୍ଲାପାଳ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ପାଇଁ କିଛି ଦିନ ସମୟ ମାଗିଥିଲେ । ଶେଷରେ କେନ୍ଦ୍ରାପଡା ଏସ୍‌ପି ନୀତି ଶେଖର ସେଠାରେ ପହଞ୍ଚିଥିଲେ । ଏର ପ୍ଲାଟୁନ୍‌ ପୁଲିସ ଘଟଣାସ୍ଥଳରେ ମୁତୟନ କରାଯାଇଥିଲା। ପରେ ପୁଲିସ ଷଣ୍ଢମାନଙ୍କୁ ପୁଲିସ ବ୍ଲକ କାର୍ଯ୍ୟାଳୟକୁ ବାହାର କରିଥିଲା ।

{"id":176014}

ଲୋକମାନେ ଷଣ୍ଢଙ୍କ ଉପରେ ଖପ୍ପା ହେବାର କାରଣ ମଧ୍ୟ ଅଛି । ଏଠାରେ ଷଣ୍ଢଙ୍କ ସଂଖ୍ୟା ୫ଶହରୁ ଅଧିକ । ରାଜ ନଗର ଏକ କୃଷି ପ୍ରାଧାନ୍ୟ ଅଞ୍ଚଳ ହୋଇଥିବାରୁ ଲୋକମାନେ ଧାନ ଓ ପରିବା ଚାଷ ଉପରେ ନିର୍ଭର କରନ୍ତି । ମାତ୍ର ଷଣ୍ଢଙ୍କ ପ୍ରକୋପରେ ଏହା ବାର୍ତ୍ତିବା ମହା ମୁସକିଲ୍‌ । ବଜାରକୁ ପରିବା ବୋଝ ଧରି ଚାଷୀ ଗଲେ ଷଣ୍ଢଙ୍କ କବଳରୁ ମୁକ୍ତି ପାଇ ପାରନ୍ତି ନାହିଁ ।

{"id":176015}

କେବଳ ସେତିକୁ ନୁହେଁ ବଜାରର ଅନେକ ଦୁର୍ଘଟଣା ଏମାନଙ୍କୁ ଯୋଗୁଁ ଘଟିଛି । ଷଣ୍ଢ ଲଢେଇ ଲାଗିଲେ ଅବସ୍ଥା ସମ୍ଭାଳିବା ଭାରି କଷ୍ଟକର । ଲୋକମାନେ ଅତିଷ୍ଠ ହୋଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ।ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାଧ୍ୟ ହୋଇ ଏପରି ପନ୍ଥା ଅବଲମ୍ବନ କଲେ । ଦେଖିବା କଥା ଏହି ଅସୁବିଧାରୁ ସେମାନଙ୍କୁ କେବେ ମୁକ୍ତି ମିଳୁଛି ।

{"id":176016}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.