କରୋନାରେ କୁୁକୁଡା ମାଗଣା : ବ୍ୟବସାୟୀ ବାଣ୍ଟିଲେ ୫ଲକ୍ଷ ଟଙ୍କାର କୁକୁଡ଼ା, ନେବାକୁ ଲାଗିଗଲା ମାଡ଼ପିଟ୍
21/03/2020 at 11:56 AM

ଫୁଲଓ୍ବାରିଶରିଫ ୨୧/୩: କରୋନାର ପ୍ରଭାବ ବ୍ୟବସାୟ ଉପରେ ମଧ୍ୟ ପଡ଼ୁଛି। ଫୁଲଓ୍ବାରିଶରିଫରେ କୁକୁଡ଼ା ପାଳନ ଉପରେ ଏହାର ସବୁଠୁ ବଡ଼ ପ୍ରଭାବ ଦେଖାଯାଇଛି। ଶୁକ୍ରବାର ବଭନପୁରା,ଧୁପାରଚକର ଅଧା ଡଜନ କୁକୁଡ଼ା ଫାର୍ମ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା। ମାଗଣା କୁକୁଡ଼ା ବିତରଣ ଖବର ଆଖପାଖ ଅଚଂଳରେ ବ୍ୟାପିବା ଫଳରେ ମାଗଣାରେ କୁକୁଡ଼ା ନେବା ଲୋକଙ୍କ ଭିଡ଼ ଜମିଯାଇଛି। କେତେକ ଫାର୍ମ ସଂଚାଳକ କୁକୁଡ଼ାକୁ ଗାଡ଼ିରେ ଗାଁକୁ ନେଇ ମାଗଣାରେ ବାଣ୍ଟୁଛନ୍ତି।
ଫାର୍ମରେ ଥିବା କୁକୁଡ଼ାକୁ ଖାଇବାକୁ ଦେବା ପଛରେ ଯେତେ ଟଙ୍କା ଖର୍ଚ୍ଚ ହେଉଛି ସେତିକି ଟଙ୍କା ଆସି ପାରୁନାହିଁ। ଏହାର ସବୁଠୁ ବଡ଼ କାରଣ ହେଉଛି କୁକୁଡ଼ା ବିକ୍ରି ହେଉନାହିଁ। ଏବେ ବଜାରରେ କୁକୁଡ଼ା ୪୦ରୁ ୫୦ ଟଙ୍କା କିଲୋ ବିକ୍ରି ହେଉଛି। କୁକୁଡ଼ା ବିକ୍ରି ନହେବାରୁ ଦୋକାନୀ ଏବଂ ଫାର୍ମ ସଂଚାଳକଙ୍କ କରଜ ବଢ଼ିଯାଉଛି।
ଆଜି ବଭନପୁରା,ଧୁପାରଚକ,ଭେଲୁରା ରାମପୁରର ଅଧା ଡଜନ କୁକୁଡ଼ା ଫାର୍ମରେ ପାଖାପାଖି ୫ଲକ୍ଷ ଟଙ୍କାରୁ ଅଧିକ କୁକୁଡ଼ା ମାଗଣାରେ ବଣ୍ଟା ଯାଇଛି। କେତେକ ଫାର୍ମରେ ତାଲା ପଡ଼ିଯାଇଛି।