Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଇମ୍ରାନ ଖାନ ତଡା ଖାଇବେ, ପାକିସ୍ତାନରେ ପୁଣି ଶାସନ ଡୋରି ସେନା ହାତକୁ ଯିବ: ବାଜଓ୍ଵା କଷୁଛନ୍ତି ବଳ, ସରକାରରେ ସେନା ଅଧିକାରୀଙ୍କୁ ନିଯୁକ୍ତି

10/06/2020 at 9:06 PM

ସଲାମାବାଦ ୧୦।୬:   ପାକିସ୍ତାନରେ ପୁଣି ବଦଳିବ ପଶା ପାଲି। ସେନା ପୁଣି ଛଡାଇ ନେବ ଇମ୍ରାନଙ୍କ ହାତରୁ ଶାସନଡୋରି। ସ୍ଵାଧୀନତା ପରଠୁ ଅଧିକାଂଶ ସମୟ ସାରମିକ ବିଦ୍ରୋହ ଓ ସାମରିକ ଶାସକଙ୍କ କବ୍‌ଜାରେ ଥିବା ପାକିସ୍ତାନରେ ପୁଣି ସେନା ସରକାର ଦଖଲ କରିବାର ସମ୍ଭାବନା ଅଧିକ  ହୋଇଛି। ଇମ୍ରାନଙ୍କ ଲୋକ ପ୍ରିୟତା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ସରକାରରେ ଇମ୍ରାନଙ୍କ ପ୍ରଭାବ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ପାକିସ୍ତାନର ସେନାଧ୍ୟକ୍ଷ କମର ଜାଭେଦ ବାଜଓ୍ଵା ଶାସନରେ ଦଖଲ ଦେବାରେ ଲାଗିଛନ୍ତି।

ଦେଶର ପ୍ରମୁଖ ସରକାରୀ ପଦପଦବୀରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ନିଯୁକ୍ତି ବଢି ବଢି ଚାଲିଛି। ଗତ ୨ ମାସ ମଧ୍ୟରେ ଦେଶର ସରକାରୀ ବିମାନ ସଂସ୍ଥା, ବିଦ୍ୟୁତ ନିୟାମକ ଓ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନର ପ୍ରମୁଖ ପଦପଦବୀରେ ଅବସର ପ୍ରାପ୍ତ ସେନା ଅଧିକାରୀ ନିଯୁକ୍ତ ହୋଇଥିବା ଜଣାପଡିଛି। ଏହି ସମୟରେ ପ୍ରାୟ ୧ ଡଜନରୁ ଅଧିକ ଅବସର ପ୍ରାପ୍ତ ଜେନେରାଲଙ୍କୁ ଏହି ସବୁ ପଦପଦବୀରେ ସେନା ନିଯୁକ୍ତ କରିଥିବା ଜଣାପଡିଛି।

ପାକିସ୍ତାନର ଆର୍ଥିକ ପରିସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ତେବେ ପରିସ୍ଥିତିର ମୁକାବିଲାରେ ଇମ୍ରାନ ସରକାର ବିଫଳ ହୋଇଥିବା ବେଳେ କୋଭିଡ-୧୯ ମହାମାରୀ ଦାଉସାଧିଛି। ଦେଶର ଅର୍ଥନୀତି ଧୂଳିସାତ ହୋଇଛି। ଉଚ୍ଚ ମୁଦ୍ରାସ୍ପିତି ଯୋଗୁଁ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି ଜନ ଅସନ୍ତୋଷର କାରଣ ପାଲଟିଛି। ଯାହା ଏବେ ପାକ୍ ସେନା ଲାଗି ସୁଯୋଗ ସୃଷ୍ଟି କରିଥିବା ବେଳେ ବେସାମରିକ ପଦପଦବୀରେ ଅବସରପ୍ରାପ୍ତ ସେନା ଅଧିକାରୀ ଓ କର୍ମଚାରୀଙ୍କ ନିଯୁକ୍ତି ବଢିଚାଲିଛି। 

ପାକିସ୍ତାନ ସରକାରୀ ଟେଲିଭିଜନରେ କରୋନା ଭାଇରସ୍ ମହାମାରୀ ସାମ୍ବାଦିକ ସମ୍ମିଳନୀ ହେଉ କି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଏବେ ସବୁଥିରେ ସେନା ଅଧିକାରୀ ଦେଖାଯାଉଛନ୍ତି। ଏଥିରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ସଲିମ ବଜୱା ଏବେ ଇମ୍ରାନ ଖାନଙ୍କ କମ୍ୟୁନିକେସନ ଆଡଭାଇଜର ଭାବେ କାର୍ଯ୍ୟ କରୁଛନ୍ତି।  କଥା କେବଳ ଏତିକିରେ ଅଟକି ନାହିଁ ଅନ୍ୟ ସରକାରୀ ପଦପଦବୀ ଯେପରି ଇମ୍ରାନଙ୍କ ‘ନୟା ପାକିସ୍ତାନ’ ହାଉସିଂ ପ୍ରୋଗ୍ରାମ ପରାମର୍ଶଦାତା ଭାବେ ଜୈଘମ ରିଜୱି ଦାୟିତ୍ୱ ନେଇଥିବା ବେଳେ ଗତମାସରେ ଏହାର କାର୍ଯ୍ୟକର୍ତ୍ତା ଭାବେ ଆଉ ୨ ଜଣ  ସେନା ଅଧିକାରୀ ନିକଟରେ ନିଯୁକ୍ତ ହୋଇଛନ୍ତି।

ଗତବର୍ଷ ନଭେମ୍ବର ମାସରେ ଇମ୍ରାନ ସରକାର ପାକ୍ ସେନାଧ୍ୟକ୍ଷ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳ ଅଧିକ ୩ ବର୍ଷ ସମ୍ପ୍ରସାରଣ କରିଥିଲେ। ଏହା ପରଠାରୁ ସେନା ସରକାରୀ କାର୍ଯ୍ୟରେ ଦଖଲ ଦେଇ ଆସୁଥିବା ବେଳେ ଏବେ ସରକାରୀ ପଦପଦବୀ ସେନା କର୍ମଚାରୀ ଓ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ନିକଟରେ ପାକ୍ ଏୟାର ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ହୋଇଥିଲା। ଏଥିରେ ବିମାନର ପାଇଲଟଙ୍କ ସମେତ ଅଧିକାଂଶ ଯାତ୍ରୀ ପ୍ରାଣ ହରାଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଚର୍ଚ୍ଚାକୁ ଆସିଥିବା ବେଳେ ମନ୍ତ୍ରୀ ଗୁଲାମ ସରୱର ଖାନ୍  ବିମାନ ସଂସ୍ଥା ଓ ସେନାନେତୃତ୍ୱର ସୁରକ୍ଷା ଲାଗି ଆଗକୁ ଆସିଥିଲେ। ଏଥିରୁ ଦେଶରେ ଇମ୍ରାନ ସରକାର କେବଳ  ନାମକୁ ମାତ୍ର ଥିବାବେଳେ ପାକିସ୍ତାନ ସମ୍ପୂର୍ଣ୍ଣ ସେନା ଦ୍ୱାରା ପରିଚାଳିତ ହେଉଥିବା ସ୍ପଷ୍ଟ ହୋଇଯାଇଛି।  

   Related Posts