ହ୍ୟାଣ୍ଡସମ୍ ଦେଖାଯିବା ପାଇଁ ଏହି ବଲିଉଡ ଅଭିନେତାମାନେ କରିଥିଲେ ସର୍ଜରି : ଜାଣନ୍ତୁ କିଏ?
23/07/2019 at 6:12 PM

ମୁମ୍ବାଇ ୨୩/୭: ଆଜି ଆମେ ଜାଣିବା ୪ଜଣ ଏପରି ବଲିଉଡ ଅଭିନେତାଙ୍କ ବିଷୟରେ ଯେଉଁମାନେ ହ୍ୟାଣ୍ଡସମ୍ ଦେଖାଯିବା ପାଇଁ ଫେସ୍ ସର୍ଜରୀ କରିଥିଲେ।

୧.ଆମିର ଖାନ୍ : ବଲିଉଡରେ ମିଷ୍ଟର ପରଫେକ୍ସନିଷ୍ଟ ନାଁରେ ପ୍ରସିଦ୍ଧ ଆମୀର ଖାନ୍ ଫେସ୍ ସର୍ଜରି କରିଥିଲେ। ସେ ୨୦୦୬-୦୮ରେ ସର୍ଜରି କରିଥିଲେ। ‘ରଙ୍ଗ ଦେ ବସନ୍ତୀ’ ପରେ ଆପଣ ଭଲ ଭାବେ ଲକ୍ଷ୍ୟ କଲେ ଫରକ ଜାଣିପାରିବେ ।

୨.ଶାହରୁଖ ଖାନ୍ : ବଲିଉଡରେ କିଙ୍ଗ୍ ନାଁରେ ପ୍ରସିଦ୍ଧ ଶାହରୁଖ ଖାନ୍ ଫେସ୍ ସର୍ଜରି ଏବଂ କେଶ ଟ୍ରାନ୍ସପ୍ଲାଣ୍ଟ କରିଥିଲେ।

୩.ଶାହିଦ କପୁର : ବଲିଉଡ ଅଭିନେତା ଶାହିଦ କପୁର ବଲିଉଡ ଫିଲ୍ମ ଜଗତର ହ୍ୟାଣ୍ଡସମ୍ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ନିଜ ନାକର ସର୍ଜରି କରିଥିଲେ। ତାଙ୍କ ସର୍ଜରି ପୂର୍ବର ଫଟୋ ଏବଂ ସର୍ଜରି ପରର ଫଟୋ ଦେଖିଲେ ଜଣା ପଡ଼ିଯିବ ଯେ ସେ ବଲିଉଡରେ ଷ୍ଟାର ହେବା ପୂର୍ବରୁ ସର୍ଜରି କରିଥିଲେ।

୪,ରଣବୀର କପୁର : ବଲିଉଡର ଚକୋଲେଟି ହିରୋ ରଣବୀର କପୁର ଫେସ୍ ସର୍ଜରି କରିଥିଲେ। ରଣବୀର ନିଜର କାନ,ନାକ ଏବଂ ଓଠ ସର୍ଜରି କରିଥିଲେ।