Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଗୋଟିଏ ଦିନରେ ଦୁଇ ଦୁଇଟି ବିଦ୍ୟୁତ ଦୁର୍ଘଟଣା, ଅକାଳରେ ଚାଲିଗଲା ୨ ଜୀବନ

26/09/2021 at 2:43 PM

ଆନନ୍ଦପୁର ୨୬/୦୯: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଗୋଟିଏ ଦିନରେ ୨ଟି ପୃଥକ ବିଦ୍ୟୁତ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛ । ରାମଚନ୍ଦ୍ରପୁର ଥାନା ଅଳତି ଗ୍ରାମରେ ଡ୍ରେସ୍ ଆଇରନ କରୁଥିବା ସମୟରେ ଜଣେ ମହିଳାଙ୍କୁ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ମୃତକ ମହିଳା କ୍ଷମାକର ସାହୁଙ୍କ ପତ୍ନି ତିଳୋତମା.

ସେହିପରି ଘଷିପୁରା ଥାନା ଗୋହିରା ଗ୍ରାମର ଯୁବକ କାହ୍ନା ନାୟକ ମୋବାଇଲ୍ ଚାର୍ଜ କରିବାକୁ ବିଦ୍ୟୁତ ତାର ସଜାଡିବା ସମୟରେ କରେଣ୍ଟ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି । ଉଭୟ ମୃତଦେହକୁ ସ୍ଥାନିୟ ପୋଲିସ୍ ଜବତକରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତର ଡାକ୍ତରଖାନା ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

   Related Posts